ଫାଇଭ ଷ୍ଟାର ଓ ଅନ୍ୟ ହୋଟେଲ ମଧ୍ୟରେ କଣ ଫରକ, କେମିତି ମିଳେ ଷ୍ଟାର ଚିହ୍ନ ଜାଣନ୍ତୁ

ଆପଣ ହୋଟେଲ ତ ଅନେକ ଥର ଯାଇଥିବେ । ତେବେ ହୋଟେଲ ଗୁଡିକର ରେଟିଙ୍ଗକୁ ନେଇ ଆପଣ କିଛି ଜାଣନ୍ତି କି ? କେଉଁ ହୋଟେଲକୁ ଥ୍ରୀ ଷ୍ଟାର କୁହାଯାଏ ତ କେଉଁ ହୋଟେଲକୁ ଫାଇଭ ଷ୍ଟାର । ତେବେ କଣ ପାଇଁ ହୋଟେଲକୁ ଏଭଳି ଷ୍ଟାର ଦିଆଯାଏ ଆଜି ଆସନ୍ତୁ ଜାଣିବା । … ହେଟେଲରେ ମିଳୁଥିବା ସୁବିଧା ଓ ଏହାର ବ୍ୟବସ୍ଥାକୁ ନେଇ ଏହି ଷ୍ଟାର ମାନ୍ୟତା ଦିଆଯାଏ । ଯେତେ କମ ସୁବିଧା ଥାଏ ସେହି ଅନୁସାରେ କମ୍ ଷ୍ଟାର ମିଳିଥାଏ । ଅଧିକ ଷ୍ଟାର ହୋଟେଲରେ ସୁବିଧା ଅଧିକ ଥାଏ । ସେହି ଅନୁସାରେ ଭଡା ମଧ୍ୟ ଅଧିକ ହୋଇଥାଏ । କିନ୍ତୁ ଆପଣ କଣ ଜାଣନ୍ତ କି ଏହି ଷ୍ଟାର କେଉଁଠୁ ମିଳିଥାଏ ଓ କିଏ ଦିଏ ? କଣ ରହିଛି ଏହାର ନିୟମ ? ହେଟୋଲରେ କଣ କଣ ସୁବିଧା ଥିଲେ ମିଳିବ ଷ୍ଟାର ? କଣ ନଥିଲେ କଟି ଯିବ ? ଷ୍ଟାରଗୁଡ଼ିକ ମଧ୍ୟରେ କଣ ତଫାତ ଥାଏ ? ଏସବୁ ଆସନ୍ତୁ ଜାଣିବା । ତେବେ ହୋଟେଲକୁ ଯିବା ପରେ ହିଁ ଆପଣ ଏହାର ରେଟିଂ ପ୍ରଭେଦ ବିଷୟରେ ଜାଣିପାରିବେ ।

ଅବଶ୍ୟ ଆଜିକାଲିର ହୋଟେଲ ନିଜ ସୁବିଧା ନିଜର ଲକଜୁରୀକୁ ନେଇ ଷ୍ଟାର କ୍ଲେମ କରୁଛନ୍ତି । କିନ୍ତୁ ଏଥିପାଇଁ ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଏକ କମିଟି ରହିଛି । ଯିଏ ହୋଟେଲକୁ ରେଟିଙ୍ଗ ଦେବାର କାମ କରୁଛି । ଏହି କମିଟିର ନାଁ ହେଉଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆପ୍ରୁଭାଲ ଆଣ୍ଡ କ୍ଲାସିଫିକେସନ କମିଟି । ଏହି କମିଟି ହିଁ ହୋଟେଲକୁ ରେଟିଂ ଦେବାର କାର୍ଯ୍ୟ କରିଥାଏ । ଏହାର ଦୁଇଟି ଭାଗ ରହିଥାଏ । ଏଥିରେ ଗୋଟିଏ ଭାଗ ଥ୍ରୀ ଷ୍ଟାର ଓ ଦ୍ୱିତୀୟ ଭାଗ ଫୋର ଷ୍ଟାର ଓ ଫାଇଭ ଷ୍ଟାର ରେଟିଙ୍ଗର ମାମଲାକୁ ଦେଖନ୍ତି ।

ବର୍ତ୍ତମାନ କଥା ହେବା କି ଏହା କିଭଳି ରେଟିଙ୍ଗରେ ସାମିଲ ହୋଇଥାଏ । ଏଥିପାଇଁ ଏହାର ଖାସ କମିଟି କିଛି ନିୟମ ରଖିଛି । କୁହାଯାଏ କି ପ୍ରଥମେ ରେଟିଙ୍ଗ ପାଇଁ ଆବେଦନ କରିବା ପରେ କମିଟିର ଏକ ଟିମ ହୋଟେଲକୁ ଆସି ଯାଞ୍ଚ କରିଥାଏ । ସେଠାକାର ସର୍ଭିସ, ସଫେଇ, ହୋଟେଲର ରୁମ, ରୁମର ସାଇଜ ସହ ଅନ୍ୟାନ୍ୟ ବ୍ୟବସ୍ଥାର ଯାଞ୍ଚ କରିଥାଏ । ଏହାପରେ ଗାଇଡଲାଇନ ମ୍ୟାଚ କରେଇବା ପରେ ରେଟିଙ୍ଗର ନିଷ୍ପତ୍ତି ନେଇଥାନ୍ତି । ଏମିତିକି ଯାଞ୍ଚ ପାଇଁ ସେହି ଟିମ ହୋଟେଲରେ କିଛି ଦିନ ରହିଥାନ୍ତି । କିନ୍ତୁ ଏବେ ଏହି ପ୍ରକ୍ରିୟା କିଛି ଘଣ୍ଟାରେ କରାଯାଉଛି ।

କହି ରଖୁଛୁ କି ରେଟିଙ୍ଗ ଉପରେ ଚର୍ଚ୍ଚା କରିବା ସମୟରେ ହୋଟେଲ ରୁମ ବ୍ୟତୀତ ପବ୍ଲିକ ଏରିଆ, ରେଷ୍ଟୁରାଣ୍ଟ, ବାର, ସପିଙ୍ଗ ସେଣ୍ଟର, କନଫରେଚ଼୍ସ ହଲ, ବିଜନେସ ସେଣ୍ଟର, ହେଲ୍ଥ କ୍ଲବ, ସ୍ୱିମିଙ୍ଗ ପୁଲ, ପାର୍କିଙ୍ଗ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥାଏ ।

କହି ରଖୁଛୁ କି ହୋଟେଲ ରେଟିଙ୍ଗର ଦୁଇଟି କ୍ୟାଟେଗୋରି ରହିଛି । ଯେଉଁଥିରେ ଷ୍ଟାର କ୍ୟାଟେଗୋରି ଓ ହେରିଟେଜ କ୍ୟାଟେଗରି ସାମିଲ ହୋଇଥାଏ । ଷ୍ଟାର କ୍ୟାଟେଗୋରିରେ ହୋଟେଲକୁ ଫାଇଭ ଷ୍ଟାର ଡିଲକ୍ସ, ଫାଇଭ ଷ୍ଟାର, ଫୋର ଷ୍ଟାର, ଥ୍ରୀ ଷ୍ଟାର, ଟୁ ଷ୍ଟାର ଓ ୱାନ ଷ୍ଟାର ରେଟିଙ୍ଗ ଦିଆଯାଇଥାଏ । ସେହି କ୍ରମରେ ହେରିଟେଜ କ୍ୟାଟେଗୋରୀରେ ହେରିଟେଜ ଗ୍ରାଣ୍ଡ, ହେରିଟେଜ କ୍ଲାସିକ, ହେରିଟେଜ ବେସିକ ଆଦିର ରେଟିଙ୍ଗ ଦିଆଯାଇଥାଏ ।

ଯଦି ୱାନ ଓ ଟୁ ଷ୍ଟାର ହୋଟେଲ କଥା କହିବା ତେବେ ଏଭଳି ହୋଟେଲରେ ସାଧାରଣ ଭାବେ ରହିବାର ବ୍ୟବସ୍ଥା ଥାଏ । ଏଠାରେ ରୁମ୍ ଭଡ଼ା ମହଙ୍ଗା ହୋଇନଥାଏ । କିନ୍ତୁ ଏହା ଅନ୍ୟ ହୋଟେଲମାନଙ୍କ ଠାରୁ ବହୁତ ଭଲ । ଯାହାର କୌଣସି ରେଟଙ୍ଗ ହୋଇ ନଥାଏ । ଏଥିରେ ବେଡରୁମର ମିନିମମ ସାଇଜ ୧୨୦ ସ୍କ୍ଵାୟାର ଫୁଟ, ବେଡସିଟ ବଦଳାଇବା, ଶୌଚ ବ୍ୟବସ୍ଥା, ଗରମ ଓ ଥଣ୍ଡା ପାଣିର ବ୍ୟବସ୍ଥା ଆଦି ରହିଥାଏ ।

ଯଦି ଥ୍ରୀ ଷ୍ଟାର ହୋଟେଲ କଥା କହିବା ତେବେ ଏଥିରେ ଭଡା ମଧ୍ୟ ଅତି ବେଶି ନଥାଏ । ଏଥିରେ ରୁମ ସାଇଜ ବଡ । ପ୍ରତି ରୁମରେ ଏସି ବ୍ୟବସ୍ଥା, ଗେଷ୍ଟଙ୍କ ପାଇଁ ଏଣ୍ଟରଟେନମେଣ୍ଟ ସୁବିଧା ଥାଏ । ଏହା ସହ ପାର୍କିଙ୍ଗ ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏଥିରେ ବଡ କଥା ହେଉଛି ରୁମର ଭିତର ପଟୁ ଲକ ଓ ଚବିଶି ଘଣ୍ଟିଆ ରୁମ ସର୍ଭିସ ମିଳିଥାଏ ।

ଫୋର ଷ୍ଟାର ହୋଟେଲର ବ୍ୟବସ୍ଥା କଥା କହିଲେ ଏଠି କିଛି ସୁନ୍ଦର ରୁମ ରହିଥାଏ । ରୁମ ବହୁତ ବଡ ହେବା ସହ ବାଥରୁମ ମଧ୍ୟରେ ବାଥ ଟବ, ରୁମରେ ମିନି ବାର, ଅଥବା ଫ୍ରିଜ, ଏଭଳି ଅନେକ ସୁବିଧା ହୋଟେଲ ତରଫରୁ କରାଯାଇଥାଏ ।

ଫାଇଭ ଷ୍ଟାର ହୋଟେଲ କଥା ଟିକେ ଅଲଗା । କାରଣ ଏହା ସାଧାରଣ ହୋଟେଲ ଠାରୁ ବହୁ ଗୁଣରେ ଭିନ୍ନ । ଏଠାରେ ଗ୍ରାହକମାନଙ୍କ ସେବା ପ୍ରତି ବହୁତ ଅଧିକ ଧ୍ୟାନ ଦିଆଯାଇଥାଏ । ଆହୁରି ମଧ୍ୟ ଗେଷ୍ଟଙ୍କୁ ଅନେକ ପ୍ରକାର ସୁବିଧା ମିଳିଥାଏ । ରୁମର ସାଇଜ ମିନିମମ ୨୦୦ ସ୍କୋୟାରଫୁଟ ନିଆଯାଇଥାଏ । ଏଠାରେ ପ୍ରତିଟି ଜିନିଷକୁ ଦେଖାରେଖା କରିବାକୁ ଅଲଗା ଅଲଗା ବିଭିନ୍ନ ପୋଷ୍ଟ ଗୁଡିକ ଥାଏ । ଅତିଥିଙ୍କ ଆରାମଦାୟକ ରହଣି ପାଇଁ ହୋଟେଲ ତରଫରୁ ସବୁପ୍ରକାର ଲକଜୁରୀ ସୁବିଧା ମାନ ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.