Below header

ଆପଣଙ୍କ ଉଚ୍ଚତା ଅଧିକ ନୁହେଁ ତ, ଭୋଗିପାରନ୍ତି ଏସବୁ ସମସ୍ୟା

ପିଲା ଜନ୍ମ ହେବା ପରେ ତାର ଶରୀର ଗଠନ ଉପରେ ସମସ୍ତଙ୍କର ନଜର ଥାଏ । ବିଶେଷ କରି ଦୁଇଟି କଥା ଉପରେ ଧ୍ୟାନ ଦିଆୟାଏ । ୟେମିତିକି ରଙ୍ଗ ଓ ଉଚ୍ଚତା । ହାଇଟ ଅଧିକ ପାଇଁ ବର୍ତ୍ତମାନ କେତେ କଣ କରିବାକୁ ପଡୁଛି । ହାଇଟ ନଥିଲେ ମନ ଖରାପ ହୋଇଯାଏ । ହେଲେ ଏହି ଉଚ୍ଚତାର ସଂଖ୍ୟା କେତେ ହେବା ଉଚିତ । ଅର୍ଥାତ ମାପଦଣ୍ଡ କେତେ ହେଲେ ଭଲ । ଆପଣ ଭାବୁଥିବେ କି ଉଚ୍ଚତାର ପୁଣି ମାପଦଣ୍ଡ କଣ । ହଁ ଅଛି କାରଣ ଅଧିକ ଉଚ୍ଚତା ବି ରୋଗର ଘର ତିଆରି କରେ । ଏକଥା ଆମେ କହୁନୁ ରିସର୍ଚ୍ଚ କହୁଛି ।

ଯଦି ଆପଣଙ୍କ ହାଇଟ ପାଞ୍ଚ ଫୁଟ ନଅ ଇଞ୍ଚରୁ ଅଧିକ ତେବେ ଆପଣଙ୍କୁ ୧୦୦ରୁ ଅଧିକ ରୋଗ ଚିନ୍ତାରେ ପକାଇପାରେ । ୨.୫ଲକ୍ଷ ଲୋକଙ୍କ ଉପରେ ହୋଇଥିବା ଏହି ଷ୍ଟଡିରୁ ଏହା ପ୍ରମାଣିତ ହୋଇଛି । ରିସର୍ଚ୍ଚ କହୁଛି କି ଅଧିକ ଉଚ୍ଚ ଲୋକ ନିଜ ସହ ୧୦୦ରୁ ଅଧିକ ସମସ୍ୟାକୁ ସାମନା କରନ୍ତି । ଏଥିରେ ହାର୍ଟବିଟ ଅନିୟନ୍ତ୍ରିତ ହେବା, ଗୋଡର ନର୍ଭରେ ସମସ୍ୟା, ନର୍ଭ ନଷ୍ଟ ହେବା, ଓ ଗୋଡରେ ଅଲସର ଭଳି ରୋଗ ହେବାର ସମ୍ଭାବନା ଅଧିକ । ବୈଜ୍ଞାନିକ ଏହାର କାରଣ ବି କହିଛନ୍ତି ।

ଲମ୍ବା ଲୋକଙ୍କ ମଧ୍ୟରେ ରୋରର ପାରାମିଟର ଟିକେ ଅଧିକ । ହେଲେ କାହିଁକି । ଏହାକୁ ନେଇ ଅମେରିକାର ରକି ମାଉଣ୍ଟେନ ରିଜୋନଲ ମେଡିକଲ ସେଣ୍ଟରର ବୈଜ୍ଞାନିକମାନେ ଅଢେଇ ଲକ୍ଷ ଅଲଗା ଅଲଗା ଲୋକ ଓ ମହିଳାଙ୍କ ଉପରେ ରିସର୍ଚ୍ଚ କରିଥିଲେ । ଏମାନେ ଏଭଳି ଲୋକେ ଥିଲେ ଯେଉଁମାନଙ୍କ ଉଚ୍ଚତା ପାଖାପାଖି ୫ଫୁଟ ୯ଇଞ୍ଚ ଥିଲା । ଏଭଳି ଲୋକଙ୍କ ମଧ୍ୟରେ ରୋଗର ସମ୍ଭାବନା ଅଧିକ କାହିଁକି । ଏହାର ଦୁଇଟି ବଡ କାରଣ ରହିଛି ।

ଏକ ରିପୋର୍ଟ ଅନୁସାରେ ଏହାର ସବୁଠୁ ବଡ କାରଣ ବ୍ଲଡ ସର୍କୁଲେସନ ପ୍ରଭାବିତ ହେବା । ମଣିଷର ଲମ୍ବ ଅଧିକ ହେବା କାରଣରୁ ଶରୀରକୁ ଅଧିକ ଦୂରି ଯାଏଁ ପହଞ୍ଚିବା ପାଇଁ ଟିକିଏ ଅସୁବିଧା ଦେଖାଦେଇଥାଏ । ଯାହାଫଳରେ ବ୍ଲଡର ଫ୍ଲୋରେ କମ ପରିଲକ୍ଷିତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ଲଡ ସର୍କୁଲେସନ ଠିକ ହେବା ଜରୁରୀ । ଏହା ଛଡା ଅଧିକ ଲମ୍ବର ଲୋକଙ୍କ ଶରୀରରେ ମାଂସ ଅଦିକ ହୋଇଥାଏ। ଯାହା ଫଳରେ ହାଡ, ମାଂସପେଶୀ ଓ ପାଦ ଉପରେ ଅଧିକ ଚାପ ପଡିଥାଏ । ଯାହା ଫଳରେ ରୋଗର ବିପଦ ମଧ୍ୟ ବଢିଥାଏ ।

ଅଦିକ ହାଇଟ ଥିବା ଲୋକଙ୍କ ମଦ୍ୟରେ ୧୦୦ରୁ ଅଦିକ ରୋଗ କିମ୍ବା ଡିଜଅର୍ଡର ହେବାର ସମ୍ଭାବନା ଅଧିକ । ଯେମିତିକି ବଲ୍ଡ ଜମିବା, ଡିପ ବ୍ରେନ ଥ୍ରୋମ୍ବୋସିସ, ନର୍ଭ ଡ୍ୟାମେଜ ହେବା, ନଖରେ ଫଙ୍ଗାଲ ଇନଫେକ୍ସନ, ଗୋଡ ଓ ଚର୍ମରେ ଅଲସର, ବ୍ରେନ ସେଲ୍ସରେ ଡ୍ୟାମେଜ, ପାଦରେ ଯନ୍ତ୍ରଣା ଭଳି କେତେ କଣ । ବୈଜ୍ଞାନିକଙ୍କର କହିବା କଥା କି ଲମ୍ବା ହେବାର କିଛି ଫାଏଦା ମଧ୍ୟ ରହିଛି । ଯେମିତିକି ଏମାନଙ୍କ ମଧ୍ୟରେ ହାଏ ବ୍ଲଡପ୍ରେସର, ହାଏ କୋଲେଷ୍ଟ୍ରଲ ଓ ହାର୍ଟ ଡିଜିଜ ହେବାର ସମ୍ଭାବନା ଅଧିକ ।

ଅନୁସନ୍ଧାନକାରୀ ଶ୍ରୀଘରନ ରାଘବନଙ୍କ କହିବା କଥା କି ଏଭଳି ଲୋକହ୍କ ମଧ୍ୟରେ ୧୦୦ରୁ ୧୧୦ ଡିଜଅର୍ଡର ହେବାର ଜଣାପଡିଛି । କିଛି ରୋଗ ପାଇଁ ମଣିଷର ହାଇଟ ରିକ୍ସ ଫ୍ୟାକ୍ଟର ଭଳି ମଧ୍ୟ । ଯାହାକୁ ଆୟତ କରିବା କାହା ପାଇଁ ମୁସ୍କିଲ ଅଟେ ।

ସେ କହିଛନ୍ତି କି ମଣିଷର ଉଚ୍ଚତା ଅନେକ କଥା ଉପରେ ନିର୍ଭର କରିଥାଏ । ଯେମିତିକି ତାର ଜିନ, ଆନୁବଂଶିକ, ଲାଇଫଷ୍ଟାଇଲ, ଖାଦ୍ୟପେୟ ଆଦି । ଏଭଳି ତମାମ ଫ୍ୟକ୍ଟର ରହିଛି ଯାହା ସ୍ଥିର କରେ ମଣିଷର ଲମ୍ବ କେତେ ବଢିବ । ବ୍ରିଟେନରେ ପ୍ରାୟ ଲୋକଙକ୍ ଉଚ୍ଚତା ପାଖାପାଖି ୫ଫୁଟ ୯ଇଞ୍ଚ କିମ୍ବା ତାଠୁ ଉପରେ । ଯେଉଁମାନଙ୍କଠାରେ ଏଭଳି ସମସ୍ୟା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.