ଏଇ ଗାଁ ମେଟ୍ରୋ ସିଟି ଠାରୁ କିଛି କମ୍‌ ନୁହେଁ, ଗ୍ରାମବାସୀଙ୍କ ସହଯୋଗ ଏବଂ ଉଦ୍ୟମରେ ବଦଳିଛି ଚିତ୍ର

ଗାଁ ପରିବେଶ ଆପଣଙ୍କୁ କେମିତି ଲାଗେ । ନିଶ୍ଚୟ ଭଲ ଲାଗୁଥିବ । ହେଲେ ଆମ ଭିତରେ ବି ଏମିତି ଅନେକ ଅଛନ୍ତି ଯୋଉଁମାନେ ଗାଁକୁ ଯିବାକୁ ପସନ୍ଦ କରନ୍ତିନି । ଗାଁର ପରିବେଶ ସହ ନିଜକୁ ଖାପ ଖୁଆଇ ପାରନ୍ତିନି । କାରଣ ସେମାନଙ୍କ ମନରେ ଏମିତି କିଛି ଚିତ୍ର ଆଙ୍କି ହୋଇଥାଏ ଯେମିତିକି ଗାଁରେ ଖରାପ ରାସ୍ତା, ମାଟି ଘର,  ଚୁଲି ଫୁଙ୍କିବା ମହିଳା, ଗାଁଉଲି ଲୋକେ ଏମିତି ପଛୁଆ ଅଞ୍ଚଳ ଭଳି କିଛି ଚିତ୍ର । ଯଦିଓ ବର୍ତ୍ତମାନ ଗାଁରେ ଅନେକ କିଛି ପରିବର୍ତ୍ତନ ହେଲାଣି ତଥାପି ସହର ଅପେକ୍ଷା ଗାଁକୁ ପଛ ବୋଲି ଭାବନ୍ତି ଲୋକେ । ଏସବୁ ଭିତରେ ଏକ ଗାଁ କଥା ଆପଣଙ୍କୁ କହିବୁ ଯାହାକୁ ଶୁଣିଲେ ଆପଣଙ୍କ ପାଟିରୁ ଆପେ ଆପେ ବାହାରି ଆସିବ ଇଏ ଗାଁ ନା ସହର ?  ତେଣୁ ଏହି ଗାଁ ବିଷୟରେ ସମସ୍ତେ ଜାଣିବ ଜରୁରୀ । ତାର କାରଣ ବି ଜାଣନ୍ତୁ କାହିଁକି ଏ ଗାଁକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ ।

ଅବଶ୍ୟ ଦୁନିଆରେ ସବୁ ଗାଁ ସମାନ ନୁହେଁ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ପୃଥିବୀରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ କେବଳ ଧନୀ ଲୋକେ ହିଁ ରହିଥାନ୍ତି । ଏହି ଗାଁ ରହିଛି ଚୀନରେ । ଯାହାର ନାଁ ହୁଆଝି ଭିଲେଜ । ଯାହା ଜିଆଁଙ୍ଗୟିନ ସହର ପାଖରେ ରହିଛି ।

ଚୀନର ଉତ୍ତର ତଟର ପାଖରେ ଥିବା ଜିୟାଙ୍ଗୟିନ ପାଖରେ ହୁଆଝି ଗାଁ । ଚୀନରେ ଏହା ସବୁଠୁ ଧନୀ ଗାଁ ବୋଲି କୁହାଯାଏ । ଏଠାକାର ବାସିନ୍ଦା କୃଷି ଉପରେ ନିର୍ଭର କରନ୍ତି । ଗାଁରେ ପାଖାପାଖି ୨ ହଜାର ଲୋକେ ରୁହନ୍ତି । ସମସ୍ତଙ୍କ ବାର୍ଷିକ ଆୟ ପାଖାପାଖି ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ଏହାକୁ ଏକ ସୁନ୍ଦର ସମାଜବାଦୀ ଗାଁ ବୋଲି କୁହାଯାଉଛି । ହଁ ଆଗରୁ ଏହି ଗାଁ ଏଭଳି ନଥିଲା । କିନ୍ତୁ ଏବେର ଚିତ୍ର ସମ୍ପୂର୍ଣ୍ଣ ନୂଆ ।

ଯାହା ଜଣାପଡ଼ିଛି, ୧୯୬୧ରେ ଏହି ଗାଁର ସ୍ଥାପନ ହୋଇଛି । ସେତେବେଳେ ଏଠାରେ ଚାଷବାସ ବା କୃଷି ହାର ବହୁତ ଖରାପ ଥିଲା । ଗାଁର କମ୍ୟୁନିଷ୍ଟ ପାର୍ଟି କମ୍ୟୁନିଟିର ଅଧ୍ୟକ୍ଷ ରହିଥିବାବୁ ରେନବାଓ ଏହି ଗାଁର ଚିତ୍ର ପୂରା ବଦଳାଇ ଦେଲେ । ସେ ପ୍ରଥମେ ଗାଁର ସ୍ଥିତିକୁ ଲକ୍ଷ୍ୟ କଲେ । ଏଠାରେ କଣ କଲେ ପରିବେଶ ବଦଳିଯିବ ତାକୁ ନେଇ ଚିନ୍ତା କଲେ । ଆଉ ଶେଷରେ ଏକ ମଲ୍ଟି ସେକ୍ଟର ଇଣ୍ଡଷ୍ଟ୍ରିର କମ୍ପାନୀ ବନାଇଲେ । ଏହାପରେ ଏଠାକାର ଚାଷର ପ୍ରଣାଳୀକୁ ଗତିଶୀଳ କରାଇଲେ । ଏହା ସହ ୧୯୯୦ରେ ସେ କମ୍ପାନୀର ଅଂଶକୁ ସେୟାର ବଜାରରେ ରେଜିଷ୍ଟର କରାଇଲେ ।  ଗାଁ ଲୋକମାନଙ୍କୁ କମ୍ପାନୀର ସେୟାର ହୋଲ୍ଡର ଭାବେ ରଖିଲେ । ଯାହା ପରଠୁ  ବାସ୍ତବ ଚିତ୍ର କିଛି ଏଭଳି ହେବାରେ ଲାଗିଲା ।

ଏଠାରେ ରହୁଥିବା ଚାଷୀ  ବଡ଼ ବଡ଼ କୋଠା ଘର, ଦାମୀ ଗାଡି ଏମିତି ଅନେକ କିଛିର ସୁଖସୁବିଧା ପାଇଛନ୍ତି । ଆଉ ତାର ଭରପୂର ମଜା ଉଠାଉଛନ୍ତି । ଏହି ଗାଁରେ ପାଣିଠାରୁ ଆରମ୍ଭ କରି ରାସ୍ତା ଯାଏଁ ସବୁର ସୁନ୍ଦର ବ୍ୟବସ୍ଥା ରହିଛି ।  ଯାହା କୌଣସି ମୋଟ୍ରୋ ସିଟି ବ୍ୟବସ୍ଥାଠାରୁ କମ ନୁହେଁ । ଗାଁରେ ଇସ୍ପାତ, ସିଲ୍କ, ଗ୍ରେବଲ ଭଳି କିଛି ଅତ୍ୟାଧୁନିକ ଶିଳ୍ପ ରହିଛଇ । ଏହି କମ୍ପାନୀ ଗୁଡିକର ଲାଭର ଭାଗ ସେୟାର ହୋଲ୍ଡର ଅର୍ଥାତ ଗାଁ ଲୋକଙ୍କ ମଧ୍ୟରେ ବଣ୍ଟାଯାଏ । ତେଣୁ ଗାଁ ଲୋକେ ପ୍ରଚୁର ଅର୍ଥ ରୋଜଗାର କରି ନିଜ ଜୀବନ ଧାରଣର ମାନକୁ ବଢ଼ାଇ ପାରିଛନ୍ତି । ଆଉ ପୂରା ଚୀନରେ ଏହା ହେଉଛି ସବୁଠୁ ଧନୀ ଗାଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.