ଦେଶ ବିଦେଶ

ମୁହଁରେ ବ୍ରଣ ଦାଗ ଯୋଗୁ ୮ ଟି ଜାଗାରେ ଭାଙ୍ଗିଲା ବାହାଘର, ଚିନ୍ତାରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବତୀ

ଉତ୍ତର ପ୍ରଦେଶ: ବ୍ରଣ ଯୋଗୁ ଜୀବନ ହାରିଲେ ଯୁବତୀ। ମୁହଁରେ ବ୍ରଣ ଦାଗ ଥିବା ଯୋଗୁ ଚିନ୍ତାରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଯୁବତୀ। ଶୁଣିବାକୁ ବିଶ୍ୱାସ ଯୋଗ୍ୟ ଲାଗୁନଥିଲେ ବି ଏହା ସତ। ଉତ୍ତର ପ୍ରଦେଶର ବାନ୍ଦ୍ରା ଜିଲ୍ଲାର ଜଣେ ଯୁବତୀ କେବଳ ଏଇଥିପାଇଁ ଜୀବନ ଦେଇ ଦେଲେ କାରଣ ତାଙ୍କ ମୁହଁରେ ନିୟମିତ ବ୍ରଣ ଉଠୁଥିଲା। ଏହି ବ୍ରଣ ଯୋଗୁ ସେ ଅସୁନ୍ଦର ଦିଶୁଥିଲେ ଓ ତାଙ୍କର ସବୁ ବିବାହ ଭାଙ୍ଗିଯାଉଥିଲା। ବାରମ୍ବାର ଲୋକହସାର ଶିକାର ହେବା ପରେ ଶେଷରେ ଦଉଡ଼ି ଦେଇ ଆତ୍ମହତ୍ୟା କରି ନେଇଛନ୍ତି ଏହି ଯୁବତୀ ଜଣକ।

ସୋମବାର ଦିନ ସନ୍ଧ୍ୟାରେ ବିଂସଡ଼ା ଥାନା ଅଞ୍ଚଳରେ ଅଜିତ ପାରା ଗାଁର ଯୁବତୀ ଏଭଳି ପଦକ୍ଷେପ ନେଇଛନ୍ତି। ଘରେ କେହି ନଥିବା ବେଳେ ଯୁବତୀ ଏଭଳି କାମ କରିଛନ୍ତି। ମା ଓ ଭଉଣୀ ଗାଈଙ୍କୁ ଚାରା ଦେବାକୁ ଯାଇଥିବା ବେଳେ ଘରେ ଏକ ରୁମ୍‌ରେ ଫ୍ୟାନ୍‌ରେ ଦଉଡ଼ି ଦେଇଥିଲେ ଯୁବତୀ। ମା’ ଓ ଭଉଣୀ ଘରକୁ ଫେରିବା ବେଳକୁ ସେ ଫ୍ୟାନ୍‌ରେ ଝୁଲିଥିଲେ।

ପରିବାର ସଦସ୍ୟଙ୍କ କହିବାନୁସାରେ, ଝିଅ ନିଜ ବ୍ରଣ ଦାଗ ଯୋଗୁ ଚିନ୍ତାରେ ଥିଲା। ଅନେକ ଚିକିତ୍ସା ପରେ ବି ତାହା ଭଲ ହେଉ ନଥିଲା। ଝିଅର ବାହାଘର ପାଇଁ ଅନେକ ପ୍ରସ୍ତାବ ଆସୁଥିଲା। କିନ୍ତୁ ସମସ୍ତେ ତାଙ୍କ ମୁହଁର ବ୍ରଣ ଓ ଦାଗ ଦେଖି ମନା କରି ଦେଉଥିଲେ। ୮ଟି ଜାଗାରେ ବାହାଘର ଭାଙ୍ଗିବା ପରେ ତା’ ମନ ଭାଙ୍ଗି ଯାଇଥିଲା। ବାରମ୍ବାର ରିଜେକ୍ଟ ହେବା ପରେ ସେ ଅବସାଦଗ୍ରସ୍ତ ଥିଲା। ଏଣୁ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛି।

ଅନ୍ୟପଟେ ବିଂସଡ଼ା ଥାନାଧିକାରୀ କେକେ ପାଣ୍ଡେଙ୍କ କହିବାନୁସାରେ, ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବ। ଏହି ଆତ୍ମହତ୍ୟାର ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ।

ପୂର୍ବରୁ ବି ଘଟିଛି ଏମିତି ଘଟଣା:

ପୂର୍ବରୁ ୨୦୧୬ ମସିହାରେ ମଧ୍ୟ ପ୍ରଦେଶରେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଧାର ଜିଲ୍ଲା ରାଜଗଡ଼ ଅଞ୍ଚଳରେ ରହୁଥିବା ଦାମିନୀ ଜୈନ୍‌ ନାମ୍ନୀ ଛାତ୍ରୀ ବ୍ରଣ ଦାଗ ଯୋଗୁ ଚିନ୍ତାରେ ରହୁଥିଲେ। ଡାକ୍ତରୀ ଚିକିତ୍ସା ପରେ ବି କୌଣସି ଲାଭ ନ ହେବାରୁ ସେ ଡିପ୍ରେସନ୍‌କୁ ଚାଲି ଯାଇଥିଲେ। କିଛି ଦିନ ପରେ ସେ ନିଜକୁ ଘରେ କଏଦ କରି ରଖିଥିଲେ। ତା’ ପରେ ବିଷ ଖାଇ ଆତ୍ମହତ୍ୟା କରିଥିଲେ।

Also Read: ଯୋଗ ଦିବସରେ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ସରକାର, ବିଜେତାଙ୍କୁ ମିଳିବ ୨୫ ହଜାର ଟଙ୍କା; ତୁରନ୍ତ କରନ୍ତୁ ଆବେଦନ

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

4 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

23 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

31 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

48 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago