ଦେଶ ବିଦେଶ

କାଶ୍ମୀରରେ କ୍ରମାଗତ ୨ୟ ଦିନ ହିଂସା: ଟିଭି ଅଭିନେତ୍ରୀଙ୍କୁ ହତ୍ୟା, ୧୦ ବର୍ଷର ଶିଶୁକୁ ଗୁଳିକଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରରେ ଟାର୍ଗେଟ ହତ୍ୟା ବନ୍ଦ ହେବାର ନା ଧରୁନି । ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି । ଆତଙ୍କବାଦୀ ପୁଣି ବୁଧବାର ବଡଗାମର ଚାଦୁରା ଅଞ୍ଚଳରେ ୩୫ବର୍ଷୀୟ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ଅମରିନ୍ ନିଜ ଘର ଆଗରେ ପୁତୁରା ସହ ଛିଡା ହୋଇଥିଲେ । ଏହି ସମୟରେ ଆତଙ୍କବାଦୀ ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଦିନକ ପୂର୍ବରୁ ଘାଟିରେ ଆତଙ୍କବାଦୀମାନେ ଜଣେ କନଷ୍ଟେବଳଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ କି ତାଙ୍କର ୯ ବର୍ଷର ଶିଶୁକନ୍ୟା ଆହତ ହୋଇଥିଲା ।

ପୋଲିସର କହିବା ଅନୁସାରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୁଧବାର ବଡ଼ଗାମ ଜିଲ୍ଲାର ଚାଦୁରାର ହିଶାରୁ ଅଞ୍ଚଳରେ ହୋଇଛି । ଅଭିନେତ୍ରୀ ଅମରୀନଙ୍କ ଉପରେ ଗୁଳିମାଡ଼ ସନ୍ଧ୍ୟା ୭ଟା ୫୫ମିନିଟରେ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାବରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଗୁଳିକାଣ୍ଡରେ ଅମରିନଙ୍କ ୧୦ବର୍ଷର ପୁତୁରା ଆହତ ହୋଇଛନ୍ତି ।

ସୂଚନାନୁସାରେ ଜମ୍ମୁକାଶ୍ମୀର ପୋଲିସ ଟୁଇଟ୍ କରି କହିଛି ଯେ ଆତଙ୍କବାଦୀମାନେ ଅମରିନ ଭଟ୍ଟଙ୍କ ଘରେ ଗୁଳି ଚଳାଇଥିଲେ। ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଦଶ ବର୍ଷର ପୁତୁରାମଧ୍ୟ ଘରେ ଥିଲେ। ତାଙ୍କ ହାତରେ ଗୋଟିଏ ଗୁଳି ବାଜିଛି । ଅନ୍ୟପକ୍ଷରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ଆହୁରି ମଧ୍ୟ ଏହାର ଅଧିକ ଅନୁସନ୍ଧାନ କରାଯାଉଛି |

ଏଥି ସହିତ ଅମରିଙ୍କ ହତ୍ୟା ସମ୍ପର୍କରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “ଅମରି ଭଟ୍ଟଙ୍କ ଉପରେ ହୋଇଥିବା ମାରାତ୍ମକ ଆତଙ୍କବାଦୀ ଆକ୍ରମଣକୁ ନେଇ ଗଭୀର ଦୁଃଖିତ ଅଛନ୍ତି । ଦୁଃଖର ବିଷୟ ଏହି ଆକ୍ରମଣରେ ଅମରି ପ୍ରାଣ ହରାଇଛନ୍ତି ଏବଂ ତାଙ୍କ ପୁତୁରା ଆହତ ହୋଇଛନ୍ତି। ଏହିପରି ନିରୀହ ମହିଳା ଏବଂ ଶିଶୁଙ୍କୁ ଆକ୍ରମଣ କରିବା ଠିକ୍ ନୁହେଁ।

ସୂଚନାଯୋଗ୍ୟ ଯେ ଜାମ୍ମୁ କାଶ୍ମୀରର ଚାଡୋରା ହେଉଛି ସେହି ସହର ଯେଉଁଠାରେ ୧୦ ମଇରେ କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ସାତ ମାସ ମଧ୍ୟରେ ସେ ଦ୍ୱିତୀୟ କାଶ୍ମୀରୀ ପଣ୍ଡିତ ଥିଲେ। ଏଥି ସହିତ ମଙ୍ଗଳବାର ଦିନ ଜମ୍ମୁ-କଶ୍ମୀରର ଜଣେ ସୈନିକ ଶ୍ରୀନଗରର ସୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ଚଳାଇଥିଲା। ଏହି ଆକ୍ରମଣରେ କନଷ୍ଟେବଳଙ୍କ ଝିଅ ମଧ୍ୟ ଆହତ ହୋଇଥିଲେ।

Barsha

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

16 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

24 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

41 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago