ଦେଶ ବିଦେଶ

ଖୁସି ଖବର… ସରକାର ଛାଡ଼ିଦେଲେ ୧୭ ଲକ୍ଷରୁ ଅଧିକ ଟ୍ରାଫିକ୍‌ ଚାଲାଣ!

ଉତ୍ତର ପ୍ରଦେଶ ସରକାର ନୋଏଡାରେ ପେଣ୍ଡିଂ ପଡ଼ିଥିବା ୧୭ ଲକ୍ଷରୁ ଅଧିକ ଚାଲାଣକୁ ଛାଡ଼ି ଦେଇଛନ୍ତି। ଆଦେଶ ମୁତାବକ, ଏହି ଚାଲାଣଗୁଡ଼ିକ ୨୦୧୮ ଏପ୍ରିଲ ୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ କଟିଛି। ବର୍ତ୍ତମାନ ଏଗୁଡିକୁ ଟ୍ରାଫିକ୍ ବିଭାଗ ପକ୍ଷରୁ ହଟାଇ ନିଆଯିବ ଏବଂ ଏହାକୁ ଶୂନ କରାଯିବ। ଜାରି କରାଯାଇଥିବା ଚାଲାଣର ବାସ୍ତବିକ ସଂଖ୍ୟା ରହିଛି ୧୭,୮୯,୪୬୩।

ଚାଲାଣ ଛାଡ୍‌ ହେବା ଦ୍ୱାରା ବହୁ ସଂଖ୍ୟାରେ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ମିଳିବ, ଯେଉଁଥିରେ ଟ୍ୟାକ୍ସି ଡ୍ରାଇଭର, ଦୈନିକ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଯଦି ଛାଡ୍‌ କରାଯାଇଥିବା ଚାଲାଣର ସମୟ ସୀମା ମଧ୍ୟରେ ଆପଣଙ୍କର ମଧ୍ୟ ଚାଲାଣ ପେଣ୍ଡିଂ ପଡ଼ିଛି, ତା’ ହେଲେ ଏହାକୁ ଭରିବାର ଆବଶ୍ୟକତା ନାହିଁ। କାରଣ, ବହୁତ ଜଲ୍‌ଦି ଏହାକୁ ୱେବସାଇଟରୁ ହଟାଇ ଦିଆଯିବ।

ଆଉ ଯଦି ସମୟ ସୀମା ମଧ୍ୟରେ ଆପଣଙ୍କ ଟ୍ରାଫିକ୍ ଚାଲାଣ କଟିଛି ଏବଂ ଆପଣ ଏହାକୁ ଜମା କରିଛନ୍ତି, ତା’ ହେଲେ ଏଭଳି ସ୍ଥିତିରେ କିଛି କରାଯାଇପାରିବ ନାହିଁ। କହି ରଖୁଛୁ, ଏହି ସମୟ ମଧ୍ୟରେ କଟିଥିବା ଚାଲାଣକୁ ପ୍ରାୟ ୭ ଲକ୍ଷ ଲୋକ ଜମା କରିସାରିଛନ୍ତି। ଏହି ଅର୍ଥରାଶିକୁ ଫେରସ୍ତ ପାଇଁ କୌଣସି ବ୍ୟବସ୍ଥା ନାହିଁ।

କିନ୍ତୁ ଏହାରି ମଧ୍ୟରେ ଯଦି ଆପଣ ଚାଲାଣ ଜମା କରିନାହାନ୍ତି, ତେବେ ବର୍ତ୍ତମାନ ଏହାକୁ ଜମା କରନ୍ତୁ ନାହିଁ। କାରଣ, ବହୁତ ଜଲ୍‌ଦି ଏହା E-Challan ସାଇଟରୁ ହଟିଯିବ। ଏହା ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶ ସରକାର ୩୦,୦୦୦ ଚାଲାଣକୁ ଛାଡ୍‌ କରି ୱେବସାଇଟରୁ ହଟାଇ ଦେଇଛନ୍ତି। ଏହା ୨୦୧୬ ଡିସେମ୍ବରରୁ ୨୦୨୧ ଡିସେମ୍ବର ମଧ୍ୟରେ ଥିଲା। କିନ୍ତୁ ବର୍ତ୍ତମାନ ଯେଉଁ ଚାଲାଣ ଛାଡ୍‌ କରାଯାଉଛି, ତାହାର ସଂଖ୍ୟା ବହୁତ ଅଧିକ ରହିଛି।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

8 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

9 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

50 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago