ଖୁସି ଖବର… ସରକାର ଛାଡ଼ିଦେଲେ ୧୭ ଲକ୍ଷରୁ ଅଧିକ ଟ୍ରାଫିକ୍ ଚାଲାଣ!
ଉତ୍ତର ପ୍ରଦେଶ ସରକାର ନୋଏଡାରେ ପେଣ୍ଡିଂ ପଡ଼ିଥିବା ୧୭ ଲକ୍ଷରୁ ଅଧିକ ଚାଲାଣକୁ ଛାଡ଼ି ଦେଇଛନ୍ତି। ଆଦେଶ ମୁତାବକ, ଏହି ଚାଲାଣଗୁଡ଼ିକ ୨୦୧୮ ଏପ୍ରିଲ ୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ କଟିଛି। ବର୍ତ୍ତମାନ ଏଗୁଡିକୁ ଟ୍ରାଫିକ୍ ବିଭାଗ ପକ୍ଷରୁ ହଟାଇ ନିଆଯିବ ଏବଂ ଏହାକୁ ଶୂନ କରାଯିବ। ଜାରି କରାଯାଇଥିବା ଚାଲାଣର ବାସ୍ତବିକ ସଂଖ୍ୟା ରହିଛି ୧୭,୮୯,୪୬୩।

ଚାଲାଣ ଛାଡ୍ ହେବା ଦ୍ୱାରା ବହୁ ସଂଖ୍ୟାରେ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ମିଳିବ, ଯେଉଁଥିରେ ଟ୍ୟାକ୍ସି ଡ୍ରାଇଭର, ଦୈନିକ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଯଦି ଛାଡ୍ କରାଯାଇଥିବା ଚାଲାଣର ସମୟ ସୀମା ମଧ୍ୟରେ ଆପଣଙ୍କର ମଧ୍ୟ ଚାଲାଣ ପେଣ୍ଡିଂ ପଡ଼ିଛି, ତା’ ହେଲେ ଏହାକୁ ଭରିବାର ଆବଶ୍ୟକତା ନାହିଁ। କାରଣ, ବହୁତ ଜଲ୍ଦି ଏହାକୁ ୱେବସାଇଟରୁ ହଟାଇ ଦିଆଯିବ।
ଆଉ ଯଦି ସମୟ ସୀମା ମଧ୍ୟରେ ଆପଣଙ୍କ ଟ୍ରାଫିକ୍ ଚାଲାଣ କଟିଛି ଏବଂ ଆପଣ ଏହାକୁ ଜମା କରିଛନ୍ତି, ତା’ ହେଲେ ଏଭଳି ସ୍ଥିତିରେ କିଛି କରାଯାଇପାରିବ ନାହିଁ। କହି ରଖୁଛୁ, ଏହି ସମୟ ମଧ୍ୟରେ କଟିଥିବା ଚାଲାଣକୁ ପ୍ରାୟ ୭ ଲକ୍ଷ ଲୋକ ଜମା କରିସାରିଛନ୍ତି। ଏହି ଅର୍ଥରାଶିକୁ ଫେରସ୍ତ ପାଇଁ କୌଣସି ବ୍ୟବସ୍ଥା ନାହିଁ।
କିନ୍ତୁ ଏହାରି ମଧ୍ୟରେ ଯଦି ଆପଣ ଚାଲାଣ ଜମା କରିନାହାନ୍ତି, ତେବେ ବର୍ତ୍ତମାନ ଏହାକୁ ଜମା କରନ୍ତୁ ନାହିଁ। କାରଣ, ବହୁତ ଜଲ୍ଦି ଏହା E-Challan ସାଇଟରୁ ହଟିଯିବ। ଏହା ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶ ସରକାର ୩୦,୦୦୦ ଚାଲାଣକୁ ଛାଡ୍ କରି ୱେବସାଇଟରୁ ହଟାଇ ଦେଇଛନ୍ତି। ଏହା ୨୦୧୬ ଡିସେମ୍ବରରୁ ୨୦୨୧ ଡିସେମ୍ବର ମଧ୍ୟରେ ଥିଲା। କିନ୍ତୁ ବର୍ତ୍ତମାନ ଯେଉଁ ଚାଲାଣ ଛାଡ୍ କରାଯାଉଛି, ତାହାର ସଂଖ୍ୟା ବହୁତ ଅଧିକ ରହିଛି।