Below header

ସେ ଗାଡି ନଥିଲା ଥିଲା ମୋ ଗୋଡ: ମଞ୍ଚେଶ୍ୱର ଥାନାରେ ପହଞ୍ଚି ଏମିତି ନିବେଦନ କଲେ ଯୁବକ

ସତ କହିବାକୁ ଗଲେ ଦିନକୁ ଦିନ ଅସୁରକ୍ଷିତ ହେବାକୁ ଲାଗିଲାଣି ରାଜଧାନୀ । ଯଦି ଥାନା ପାଖରୁ ଚୋରି ହେବ ତାହାହେଲେ ପରିସ୍ଥିତି ଆଗକୁ କଣ ହେବ ତାହା ସ୍ପଷ୍ଟ ଅନୁମାନ କରିହେଉଛି ।

ଭୁବନେଶ୍ୱର(କେନ୍ୟୁଜ୍): ଯୁବକ ଜଣକ ଭାରି ଅସ୍ତବ୍ୟସ୍ତ ହେଉଥାନ୍ତି । ତାଙ୍କ ସହ କିଛି ଗୋଟେ ଘଟଣା ଘଟିଲା ଭଳି ଲାଗୁଥାଏ । ପଚାରି ବୁଝିଲାବେଳକୁ ଜଣାପଡିଲା କି ଯୁବକ ଜଣକଙ୍କର ଗାଡିଟି ଚୋରି ହୋଇଯାଇଛି । ଯାହାଫଳରେ ସେ ମନ ଦୁଃଖରେ ଏପଟ ସେପଟ ହେଉଛନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ । ପୁଣି ଖୋଦ୍ ମଞ୍ଚେଶ୍ୱର ଥାନା ନିକଟରେ ।

ସତ କହିବାକୁ ଗଲେ ଦିନକୁ ଦିନ ଅସୁରକ୍ଷିତ ହେବାକୁ ଲାଗିଲାଣି ରାଜଧାନୀ । ଏମିତି ଯଦି ଥାନା ପାଖରୁ ଚୋରି ହେବ ତାହାହେଲେ ପରିସ୍ଥିତି ଆଗକୁ କଣ ହେବ ତାହା ସ୍ପଷ୍ଟ ଅନୁମାନ କରିହେଉଛି । ତେବେ ଏହି ଯୁବକ ଜଣକ ହେଉଛନ୍ତି  ସରୋଜ ମଲ୍ଲିକ ଘର କଟକ ଜିଲ୍ଲା ଫୁଲରା ଗାଁରେ ।  ମଞ୍ଚଶ୍ୱର ଥାନା ସମ୍ମୁଖରେ ତାଙ୍କର ଦୋକାନଟିଏ ଅଛି ।

ତେବେ ଗତ ୧୬ ତାରିଖ ରାତି ପାଖାପାଖି ୧୧ଟା ବେଳକୁ ସେ ଦୋକାନ ବନ୍ଦ କରି ଥାନା ଠାରୁ ପ୍ରାୟ ୨୦ ମିଟର ଦୁରରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ନିଜ ଗାଡିଟିକୁ ହୋଟେଲ ବାହାରେ ରଖିଥିଲେ । ହେଲେ ଖାଇକି ପାଖାପାଖି ୧୫ ମିନିଟ୍ ଭିତରେ ଆସିବାବେଳକୁ ସରୋଜଙ୍କ ଗାଡି ଆଉ ହୋଟେଲ ବାହାରେ ନଥିଲା ।

ତେବେ ସରୋଜ ବହୁତ କଷ୍ଟରେ ଦୋକାନ ଖଣ୍ଡିଏ କରି ନିଜ ପରିବାର ଚଳାନ୍ତି । ନିଜ କଷ୍ଟ ଅର୍ଜିତ ଅର୍ଥରୁ ସେ ଗାଡିଟିଏ କିଣିଥିଲେ । କହିବାକୁ ଗଲେ ଗାଡି ଖଣ୍ଡକ ତାଙ୍କର ଗୋଡ ଥିଲା । ଗାଡି ପାଇଁ ସେ ସବୁ କିଛି କାମ ଧନ୍ଦା ସୁରୁଖୁରୁରେ କରିପାରୁଥିଲେ । ଏବେ ଗାଡିଟି ଚୋରି ହୋଇଯିବାପରେ ସେ ଦୁଃଖରେ ଭାଙ୍ଗପଡିଛନ୍ତି ।

ତେବେ ପାର୍ବଣ ସମୟରେ ପୋଲିସ୍ ଏତେ ସତର୍କ ଥାଇବି ଥାନା ପାଖରୁ ଏଭଳି ପୋଲିସ୍ ଆଖିରେ ଧୂଳି ଦେଇ ଚୋର ମାନେ ସଫଳତା ସହ ଚୋରି କରି ଫେରାର ହେବା ଅତି ଦୁର୍ଭାଗ୍ୟଜନକ  ଘଟଣା । ତେବେ ତୁରନ୍ତ ଏଦିଗରେ ପୋଲିସ୍ ଉଚିତ୍ ତଦନ୍ତ କରି ଚୋରକୁ ଧରିବା ସହ ଗାଡିଟିକୁ ଠାବ କରୁ ଏହାହିଁ  ଅନୁରୋଧ କରିଛନ୍ତି ସରୋଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.