ରାଜସ୍ଥାନ ବିଧାନସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ଏବଂ ବିଜେପି

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ୩୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ।

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ପାର୍ଟି ପକ୍ଷରୁ ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କୁ ଟିକେଟ ମିଳିଛି । ସରଦରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟିକେଟ୍ ମିଳିଛି । କଂଗ୍ରେସର ଏହି ଲିଷ୍ଟରେ ୫ ଜଣ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । କଂଗ୍ରେସ ପାର୍ଟି ଜାରି କରିଥିବା ଲିଷ୍ଟରେ ୪ ଜଣ ଏସସି, ୪ଟି ଏସଟି, ୯ ଜାଟ୍‌ ନେତାଙ୍କ ନାମ ରହିଛି ।

ପାର୍ଟି ପକ୍ଷରୁ ୨ ଜଣ ବିଧାୟକଙ୍କ ଟିକେଟ କାଟିଦିଆଯାଇଛି । ଚନ୍ଦ୍ରଭାନ ସିଂ ଏବଂ ଅଶୋକ ଲାହୋଟିଙ୍କ ଟିକେଟ କାଟିଛି ପାର୍ଟି । ରାଜସ୍ଥାନ କଂଗ୍ରେସରେ ୩୩ ନାମ ମଧ୍ୟରୁ ୩୨ ଜଣ ପୁରୁଣା ମୁହଁ ରହିଛନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଝାଲରାରୁ ଟିକେଟ ଦେଇଥିବାବେଳେ ସତୀଶ ପୁନିଆଙ୍କୁ ଅମ୍ବେରରୁ ପ୍ରାର୍ଥୀ କରାଯାଇଛି । ଏହି ତାଲିକାରେ ବିଜେପି ୧୦ ମହିଳା, ୧୫ ଅନୁସୂଚିତ ଜନଜାତି ଏବଂ ୧୦ ଅନୁସୂଚିତ ଜାତି ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.