ବୋଲ୍ଡ ଟ୍ରାନ୍ସପରେଣ୍ଟ୍‌ ଡ୍ରେସ୍‌ ପିନ୍ଧି ଇଭେଣ୍ଟ୍‌ରେ ପହଞ୍ଚିଲେ ମଲାଇକା ଅରୋରା, ଉର୍ଫିଙ୍କ ସହ ତୁଳନା କଲେ ୟୁଜର

ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ନିଜର ବୋଲ୍ଡ ଫ୍ୟାଶନ୍ କାରଣରୁ ସୋସିଆଲ୍ ମିଡିଆରେ ଛାଇ ରୁହନ୍ତି। ଅନେକ ଥର ମଲାଇକା ତାଙ୍କ ସୁନ୍ଦର ଆଉଟ୍‌ଫିଟ ପାଇଁ ପ୍ରଶଂସିତ ହୋଇଛନ୍ତି। କିନ୍ତୁ ବେଳେବେଳେ ତାଙ୍କ ପୋଷାକ ଏତେ ବୋଲ୍ଡ ଥାଏ ଯେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଦିଅନ୍ତି। ଏଥର ମଧ୍ୟ ମଲାଇକା ଆରୋରାଙ୍କ ସହିତ ସମାନ ଏକ ଘଟଣା ଘଟିଛି।

ନିକଟରେ ସେ ଏକ ଇଭେଣ୍ଟରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ବହୁତ ବୋଲ୍ଡ ପୋଷାକରେ ଦେଖିବାକୁ ମିଳିଥିଲା। ଇଭେଣ୍ଟରେ ସେ ଏକଦମ୍‌ ଟ୍ରାନ୍ସପରେଣ୍ଟ୍‌ ଡ୍ରେସ ପିନ୍ଧିଥିଲେ। ଅନେକ ଲୋକ ମଲାଇକାଙ୍କର ଏଭଳି ଅବତାରକୁ ପସନ୍ଦ କରି ନ ଥିଲେ, ଯେଉଁ କାରଣରୁ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ, ଏହି ପୋଷାକ ଯୋଗୁ ତାଙ୍କୁ ଉର୍ଫି ଜାଭେଦ୍‌ଙ୍କ ସହିତ ତୁଳନା କରାଯାଇଛି।

ମଲାଇକା ଏକ ଆକ୍ୱା ନୀଳ ଶିମିରି ପୋଷାକରେ ଇଭେଣ୍ଟରେ ପହଞ୍ଚିଥିଲେ। ସେ କାନଫୁଲ ଏବଂ ହିଲ୍ ସହିତ ନିଜ ଲୁକ୍‌କୁ ପରଫେକ୍ଟ କରିଥିଲେ। ଏଭଳି ବୋଲ୍ଡ ଟ୍ରାନ୍ସପରେଣ୍ଟ୍‌ ପୋଷାକ ପିନ୍ଧିଥିବା ମଲାଇକାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ୟୁଜର ଏହି ଭିଡିଓରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ଏହା କେଉଁ କମ୍ପାନୀର ଡିଜାଇନ୍? ଏପରି ପୋଷାକ ମୁଁ ପୂର୍ବରୁ କେବେ ଦେଖି ନାହିଁ’। କହି ରଖୁଛୁ, ମଲାଇକା ଅରୋରା ବର୍ତ୍ତମାନ ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ସହିତ ରିଲେସନଶିପ୍‌ରେ ଅଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.