Below header

ଦୁନିଆର ବଡ଼ ଭୂତ ଗାଁ, ଯେଉଁଠାରେ ମଣିଷ ନୁହେଁ ରୁହନ୍ତି ଭୟଙ୍କର କଣ୍ଢେଇ

ଏହା ଜାପାନର ନାଗୋରୋରେ ଅବସ୍ଥିତ । ଏହି ଗାଁ ଦୁନିଆର ସବୁଠାରୁ ଭୟଙ୍କର ସ୍ଥାନ ଭାବେ ମଧ୍ୟ ଜଣାଶୁଣା । ଏଠାରେ ମୃତ କିମ୍ବା ଦୀର୍ଘ ଦିନ ଧରି ନିଖୋଜ ଥିବା ଲୋକଙ୍କ ସ୍ଥାନ କିଛି କଣ୍ଢେଇ ନେଇଛନ୍ତି । ଯେଉଁଥିପାଇଁ ପୂରା ଗାଁର ଦୃଶ୍ୟ କୌଣସି ହରର ମୁଭିର ସେଟିଂ ଭଳି ଦେଖାଯାଏ ।

ଗାଁ ତ ଅନେକ ଥାଏ । ପ୍ରତ୍ୟେକ ଗାଁର ସୌନ୍ଦର୍ଯ୍ୟ ବି ଭିନ୍ନ ଥାଏ । ଗାଁର ସୁନ୍ଦରତା ପାଇଁ ହିଁ ଦୂର ଦୂରାନ୍ତରରୁ ଲୋକମାନେ ଏଠାକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ କିଛି ଗାଁ ଅଭିଶପ୍ତ ମଧ୍ୟ ଥାଏ । ଏବଂ ଏହି ଗାଁକୁ ଯିବାକୁ ସାଧାରଣ ଲୋକମାନେ ଭୟ କରନ୍ତି । ଏହି ଗାଁ ମାନଙ୍କରେ ସୁନ୍ଦରତା ପରିବର୍ତ୍ତେ କିଛି ଭୟଙ୍କର ସ୍ଥିତି ଥାଏ । ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ ତାହା କଣ୍ଢେଇ ଗାଁ ଭାବେ ଜଣା ଶୁଣା ।

ଏହା ଜାପାନର ନାଗୋରୋରେ ଅବସ୍ଥିତ । ଏହି ଗାଁ ଦୁନିଆର ସବୁଠାରୁ ଭୟଙ୍କର ସ୍ଥାନ ଭାବେ ମଧ୍ୟ ଜଣାଶୁଣା । ଏଠାରେ ମୃତ କିମ୍ବା ଦୀର୍ଘ ଦିନ ଧରି ନିଖୋଜ ଥିବା ଲୋକଙ୍କ ସ୍ଥାନ କିଛି କଣ୍ଢେଇ ନେଇଛନ୍ତି । ଯେଉଁଥିପାଇଁ ପୂରା ଗାଁର ଦୃଶ୍ୟ କୌଣସି ହରର ମୁଭିର ସେଟିଂ ଭଳି ଦେଖାଯାଏ । ୱେବସାଇଟ୍ ଟ୍ରାଭେଲଲୋକାଲ୍ ଅନୁଯାୟୀ, ନାଗୋରୋ ଗାଁକୁ ‘ସବୁଠାରୁ ଅଧିକ ହଣ୍ଟେଡ’ ସ୍ଥାନ ବୋଲି କୁହାଯାଏ ।

ରିପୋର୍ଟ ଅନୁଯାୟୀ, ଗାଁଟି ସମ୍ପୂର୍ଣ୍ଣ ଭାବେ କଣ୍ଢେଇରେ ଭରପୂର, ଏହି କଣ୍ଢେଇ ଗୁଡ଼ିକ ଏଠାରେ ରହୁଥିବା ଲୋକଙ୍କ ସ୍ଥାନ ନେଇ ଯାଇଛନ୍ତି । ଏହି କଣ୍ଢେଲଗୁଡିକୁ କ୍ଷେତରେ କାମ କରୁଥିବାର ଦେଖାଯାଇଛି, ସ୍କୁଲ ଟେବୁଲରେ ବସିଥିବାର କିମ୍ବା ଦୋକାନକୁ ଯାଉଥିବାର ମଧ୍ୟ ଦେଖାଯାଇଛି । ନାଗୋରୋର ଅଧିକାଂଶ ବାସିନ୍ଦା ହିଁ ଏହି କଣ୍ଢେଇ । ଏହି ସ୍ଥାନଟି ‘ଅଭିଶପ୍ତ ଗାଁ’ ଭାବରେ ମଧ୍ୟ ଜଣାଶୁଣା ।

ଗାଁରେ କଣ୍ଢେଇଙ୍କ ସଂଖ୍ୟା ଜୀବନ୍ତ ବାସିନ୍ଦାଙ୍କ ତୁଳନାରେ ୧୦ ଗୁଣ ଅଧିକ । ଯେତେବେଳେ ସୁକିମି ୟାନୋ ଗାଁକୁ ଆସିଥିଲେ, ଗାଁରେ କେବଳ ୩୦ ଜଣ ଲୋକ ରହୁଥିଲେ, ତେଣୁ ସେ ଖାଲି ସ୍ଥାନକୁ କଣ୍ଢେଇରେ ଭରିବାକୁ ସ୍ଥିର କରିଥିଲେ । ସେ କଣ୍ଢେଇ ଗୁଡ଼ିକୁ ଭୟଭୀତ କରିବା ପାଇଁ ଚିନ୍ତା କରିନଥିଲେ କିନ୍ତୁ ଏହା ଗାଁରେ ଏକ ଭୟଙ୍କର ପରିବେଶ ସୃଷ୍ଟି କରୁଛି । ଗାଁଟି ଶୂନଶାନ ଦେଖାଯାଉଥିବାରୁ ଅୟାନୋ ଏଭଳି ଅନେକ ଗୁଡ଼ିଏ କଣ୍ଢେଇ ଗାଁରେ ରଖିଛନ୍ତି । ଏହି କଣ୍ଢେଇ ଗୁଡ଼ିକୁ ଜାପାନ ଭାଷାରେ ‘କାକାଶୀ’ କୁହାଯାଏ ।

ସୁକିମି ଅୟାନୋ ‘ସ୍କେୟରକ୍ରୋ ମା’ ଭାବରେ ମଧ୍ୟ ଜଣାଶୁଣା । ଏହି କଣ୍ଢେଇ ତିଆରି କରିବା ପଛରେ ତାଙ୍କର ହିଁ ହାତ ରହିଛି । ୨୦୧୯ରେ ଅନୁମାନ କରାଯାଉଥିଲା ଯେ ଗାଁରେ ଏବେ ବି ୩୦ରୁ କମ୍ ଲୋକ ଅଛନ୍ତି । ଗାଁର ଜନସଂଖ୍ୟାରେ ଲଗାତାର ହ୍ରାସ ଯୋଗୁଁ ଅୟାନୋ ହତାଶ ହୋଇପଡିଥିଲେ, ତେଣୁ ସେ ଏହି ଗାଁକୁ କଣ୍ଢେଇରେ ଭରି ଦେଇଥିଲେ ।

ପ୍ରତିବର୍ଷ ଏହି ଗାଁରେ ବିିଜୁକା ନାମକ ଏକ ପର୍ବ ଆୟୋଜିତ ହୋଇଥାଏ, ଯେଉଁଥିରେ ଏକ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ପ୍ରତିଯୋଗିତାରେ ଯେଉଁ ବ୍ୟକ୍ତି ଜିତିଥାନ୍ତି ତାଙ୍କୁ ଏକ କଣ୍ଢେଇ ଉପହାର ଦିଆଯାଏ । ଏହା ସହିତ ଲୋକଙ୍କୁ କଣ୍ଢେଇ ତିଆରି କରିବାକୁ ମଧ୍ୟ ଶିକ୍ଷା ଦିଆଯାଇଥାଏ । ପ୍ରତିବର୍ଷ ଅନେକ ଲୋକ ଏହି କଣ୍ଢେଇର ଗାଁ ଦେଖିବାକୁ ଆସନ୍ତି । ଗାଁରେ ପ୍ରତିବର୍ଷ କଣ୍ଢେଇ ପର୍ବ ଅନୁଷ୍ଠିତ ହୋଇଥାଏ । ତେବେ ଏହି ଗାଁ ଦୂରରୁ ଯେତେ ଅଧିକ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ନିକଟରୁ ଏହା ଭୟଙ୍କର ହିଁ ଦେଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.