ଲଗଜୁରୀ କାର୍ କିଣିଲେ ଆଲିଆ ଭଟ୍ଟ, ଦାମ ଶୁଣିଲେ ଉଡିଯିବ ହୋସ୍

ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ନୂଆ କାର କିଣିଛନ୍ତି । ଏହି ଲଗଜୁରୀ କାରର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।

ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ନ୍ୟାସନାଲ ଆୱାର୍ଡ ପାଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏହି ସମାରୋହରେ ଆଲିଆ ନିଜ ସ୍ୱାମୀ ରଣବୀର କପୁରଙ୍କ ସହିତ ନଜର ଆସିଥିଲେ । ବର୍ତ୍ତମାନ ନବରାତ୍ରିର ଏହି ଶୁଭ ଅବସରରେ ଆଲିଆ ଏକ ନୂଆ କାର କିଣିଛନ୍ତି । ଏହି କାରର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି ।

ପାପରାଜୀ ଆଲିଆଙ୍କ ଏହି ନୂଆ ଗାଡିର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରିପୋର୍ଟ ଅନୁସାରେ ଆଲିଆ ରେଞ୍ଜ ରୋଭରର Autobiography Long Wheels ବେସ୍ କିଣିଛନ୍ତି । ରେଞ୍ଜ ରୋଭରର ଏହି ନୂଆ ମଡେଲର ଦାମ ୩.୮୧ କୋଟି ବୋଲି କୁହାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଆଲିଆ ନିଜ ଗାଡିର ପୂଜା ମଧ୍ୟ କରିସାରିଛନ୍ତି । ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନେ କମେଣ୍ଟରେ ଶୁଭେଚ୍ଛାର ବର୍ଷା କରୁଛନ୍ତି । ଆଲିଆଙ୍କ କାର କଲେକ୍ସନରେ ରେଞ୍ଜ ରୋଭର ଭୋଗ୍ୟୁ, Audi A6, BMW 7- series, Audi Q5 ଏବଂ Q7 ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ଆଲିଆ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହି ନ୍ୟାସନାଲ ଆୱାର୍ଡ ପାଇଛନ୍ତି । ସେ ଏହାର ସମସ୍ତ ଶ୍ରେୟ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲିଙ୍କୁ ଦେଇଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗଙ୍ଗୁବାଇ କାଠିଆୱାଡି ଫିଲ୍ମରେ ଶାନ୍ତନୁ ମହେଶ୍ୱରୀ , ବିଜୟ ରାଜ ଏବଂ ଅଜୟ ଦେବଗନ ମଧ୍ୟ ନଜ଼ର ଆସିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ୩୦୦ କୋଟି ଟଙ୍କା କମାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.