ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର, ଚାଲିଗଲା ୨ ମହିଳାଙ୍କ ଜୀବନ
ମା ଦୁଆରଶୁଣିଙ୍କ ଦର୍ଶନ ସାରି କାର ଯୋଗେ ଖଡ଼ଗପୁର ଫେରୁଥିବା ସମୟରେ ଘଟିଛି ଦୁର୍ଘଟଣା। ଏକ ଆଇରନ ବୋଝେଇ ଟ୍ରକ କାରକୁ ପଛରୁ ଧକ୍କା ଦେବାରୁ କାରର ସାମ୍ନାରେ ବ୍ରେକ ଡାଉନ ହୋଇଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ ସହିତ ଧକ୍କା ହୋଇଥିଲା।
![truck hit to car](https://knewsodisha.com/wp-content/uploads/2023/10/truck-hit-to-car.jpg)
ବାଙ୍ଗିରିପୋଷି(କେନ୍ୟୁଜ୍): ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର। ୨ ମହିଳା ମୃତ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଭୟାବହ ଦୁର୍ଘଟଣା। ମା ଦୁଆରଶୁଣିଙ୍କ ଦର୍ଶନ ସାରି କାର ଯୋଗେ ଖଡ଼ଗପୁର ଫେରୁଥିବା ସମୟରେ ଘଟିଛି ଦୁର୍ଘଟଣା। ଏକ ଆଇରନ ବୋଝେଇ ଟ୍ରକ କାରକୁ ପଛରୁ ଧକ୍କା ଦେବାରୁ କାରର ସାମ୍ନାରେ ବ୍ରେକ ଡାଉନ ହୋଇଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ ସହିତ ଧକ୍କା ହୋଇଥିଲା।
ଫଳରେ ଦୁଇଟ୍ରକ ମଧ୍ୟରେ ଚାପି ହୋଇ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ତିନିଜଣ ଆହତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ପରିବାରର ୭ଜଣ ସଦସ୍ୟ ଦୁଆରଶୁଣିଙ୍କ ଦର୍ଶନ କରିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।