ଦେଶ ବିଦେଶ

ଫୁଟିଲା ଗୁଳି ଟଳିପଡ଼ିଲେ ମହିଳା, ସବ୍‌ଇନ୍ସପେକ୍ଟରଙ୍କ ଅସାବଧାନତା ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛି ଅମୂଲ୍ୟ ଜୀବନ

ମହିଳା ଜଣକ ନିଜ ପାସପୋର୍ଟ ଭେରିଫିକେସନ୍‌ ପାଇଁ ଯାଇଥିଲେ ପୋଲିସ ଷ୍ଟେସନ । କିନ୍ତୁ ସେ ଭାବିନଥିଲେ ତାଙ୍କ ସହ ଏପରି କିଛି ଘଟିଯିବ ବୋଲି । ଏହା ତାଙ୍କର ଦୁର୍ଭାଗ୍ୟ ଥିଲା ନାଁ ପୋଲିସର ଅସାବଧାନତା ତାହା ତ ଅନୁମାନ କରିବା ଏଠି କଷ୍ଟକର ହୋଇପଡ଼ୁଛି । ପାସପୋର୍ଟ ଯାଞ୍ଚ କରିବା ପାଇଁ ଥାନାକୁ ଆସିବା ତାଙ୍କ ପାଇଁ ଏକ ବଡ଼ ଆହ୍ଵାନ ହୋଇଯାଇଛି । ଯାହା ଫଳରେ ସେ ଏବେ ମେଡିକାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

ଖବର ମୁତାବକ୍‌ , ଶୁକ୍ରବାର ସମୟ ପ୍ରାୟ ୨.୫୦ ହେବ । ମହିଳା ଜଣକ ଉତ୍ତରପ୍ରଦେଶର ଆଲିଗଡର ପୋଲିସ ଷ୍ଟେସନକୁ ପାସପୋର୍ଟ ଯାଞ୍ଚ ପାଇଁ ଯାଇଥିଲେ । ହେଲେ ସେଠି ତାଙ୍କ ସହ ଯାହା ଘଟିଯାଇଛି ତାହା ଆପଣ ମଧ୍ୟ କେବେ କଳ୍ପନା କରିପାରିବେନି । ଆଉ ଏହାର ସମସ୍ତ ଦୃଶ୍ୟ ସିସିଟିଭିରେ ହୋଇଛି କଏଦ୍‌ ।

ସବ-ଇନ୍ସପେକ୍ଟର(ଏସଆଇ)ଙ୍କ ପିସ୍ତଲ ଦ୍ୱାରା ମହିଳାଙ୍କ ମୁଣ୍ଡରେ ବାଜିଛି ଗୁଳି । ତେବେ ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ଦେଖି ଆମ ଛାତି ମଧ୍ୟ ଭୟରେ ଥରିଯାଉଛି । ଏହି ଦୃଶ୍ୟଟିରେ ଦେଖିବାକୁ ମିଳୁଛି ଯେ, ଇଶ୍ରାଟ ନାମ୍ନୀ ମହିଳା ଜଣକ ଜଣେ ଯୁବକ ସହିତ ପୋଲିସ ଷ୍ଟେସନରେ ପ୍ରବେଶ କରି ସେଠାରେ ଠିଆ ହୋଇଥିଲେ । କିଛି ସମୟ ପରେ ଜଣେ ପୋଲିସ ଅଧିକାରୀ ଏସଆଇ ମନୋଜ ଶର୍ମାଙ୍କୁ ପିସ୍ତଲ ଦେଇଥିଲେ । SI ପିସ୍ତଲ ଅନ୍‌ଲକ୍‌ କରୁଥିବା ବେଳେ ହଠାତ୍ ମହିଳାଙ୍କ ଉପରକୁ ଭୁଲ୍‌ବଶତଃ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ ।ସବ୍‌ ଇନ୍ସପେକ୍ଟର ଅସାବଧାନତା ପାଇଁ ତାଙ୍କ ସର୍ଭିସ ରିଭରବଲରୁ ଫୁଟିଲା ଗୁଳି ସମ୍ପୃକ୍ତ ମହିଳାଙ୍କ ମୁଣ୍ଡରେ ବାଜିଲା । ଆଉ ସେଇଠି ହିଁ ଟଳି ପଡ଼ିଥିଲେ ମହିଳା ଜଣକ ।

ସଙ୍ଗେ ସଙ୍ଗେ ଆହତ ମହିଳାଙ୍କୁ ତୁରନ୍ତ ଜବାହରଲାଲ ନେହେରୁ ମେଡିକାଲକୁ ନିଆଯାଇଥିଲା ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଜବାହରଲାଲ ନେହେରୁ ମେଡିକାଲ କଲେଜର ପ୍ରିନ୍ସପାଲ ଡଃ ମଞ୍ଜୁର ହାରିସ ଖାନ କହିଛନ୍ତି, “ଗୁଳିଟି ତାଙ୍କ ମୁଣ୍ଡରେ ଲାଗିଛି। ତାଙ୍କ ଉପରେ ଅପରେସନ୍ କରିବାର ନିଷ୍ପତ୍ତି ଏବେ ମଧ୍ୟ ଆଲୋଚନା କରାଯାଉଛି। ତେବେ ଇଶ୍ରାଟଙ୍କ ମୁଣ୍ଡର ପଛ ପଟରେ ଗୁଳିଟି ବାଜିଥିବାରୁ ସମେସ୍ତେ ବ୍ୟସ୍ତ ହୋଇପଡ଼ିଛନ୍ତି । କିପରି ମହିଳାଙ୍କୁ ଚିକିତ୍ସା କରି ସୁସ୍ଥ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଡାକ୍ତର ମାନେ ।

ତେବେ ଏହି ଘଟଣା ଘଟାଇବା ପରେ ପୋଲିସ ଏସ୍‌ଆଇ ସେହି ସ୍ଥାନରୁ ଫେରାର୍‌ ହୋଇଥିବା ବେଳେ ତାଙ୍କୁ ନିଲମ୍ବିତ କରାଯାଇଛି । ପୋଲିସ ଫିଲ୍ଡ ୟୁନିଟ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏସ୍‌ଆଇଙ୍କ ନାଁ ଅପରାଧିକ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ସେପଟେ ପରିବାର ଲୋକେ ଏସ୍‌ଆଇଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ପୋଲିସ ଅଧିକାରୀ ଜଣକ ପାସପୋର୍ଟ ଯାଞ୍ଚ ପାଇଁ ଟଙ୍କା ମାଗୁଥିଲେ ବୋଲି ଦୋଷାରୋପ କରିଛନ୍ତି ବୋଲିସ ଅଧିକାରୀ । ଏନେଇ ପୋଲିସ ଇନ୍ସପେକ୍ଟରଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇ ଖୋଜା ଖୋଜି ଜୋରଦାର୍‌ କରିଛି ପୋଲିସ ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

1 min ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

18 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

31 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

40 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

43 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago