ଦେଶ ବିଦେଶ

ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ ଜାରି, ଆସନ୍ତା ମାସରେ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହ କାମ ଜୋର୍‌ସୋରରେ ଆଗେଇ ଚାଲିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଗର୍ଭଗୃହର ପ୍ରଥମ ଫଟୋ। ମନ୍ଦିର ଟ୍ରଷ୍ଟର ଅଧିକାରୀ ଏହି ଫଟୋ ଜାରି କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି ଭବ୍ୟ ଗର୍ଭଗୃହର କାନ୍ଥ ଏବଂ ଗମ୍ବୁଜ ଉପରେ ହୋଇଥିବା ସୂକ୍ଷ୍ମ ଓ ସୁନ୍ଦର କାରୁକାର୍ଯ୍ୟ।

ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ରର ମହାସଚିବ ଚମ୍ପତ ରାୟ ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିରର ଗର୍ଭଗୃହ ଫଟୋ ସେୟାର କରିଛନ୍ତି। ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ରାମଙ୍କ ମୂର୍ତ୍ତି ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ପ୍ରାଣ ପ୍ରତିଷ୍ଠା ପାଇଁ ଭଗବାନଙ୍କର ୩ଟି ମୂର୍ତ୍ତି ତିଆରି କରାଯାଇଛି।

ଅଧିକାରୀମାନଙ୍କ କହିବା ହେଲା, ଶ୍ରୀରାମଙ୍କର ୩ଟି ମୂର୍ତ୍ତି ତିଆରି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଥିରୁ ଗୋଟିଏ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ। ୩ଟି ମୂର୍ତ୍ତି ମଧ୍ୟରୁ ଦୁଇଟି କର୍ଣ୍ଣାଟକ ଏବଂ ଗୋଟିଏ ରାଜସ୍ଥାନର ପଥରରୁ ତିଆରି କରାଯାଇଛି।

ଚଳିତ ମାସ ୧୫ ତାରିଖରେ ମନ୍ଦିର ନ୍ୟାସର ଧାର୍ମିକ ସମିତି ପ୍ରାଣ ପ୍ରତିଷ୍ଠା ପାଇଁ ସର୍ବଶ୍ରେଷ୍ଠ ମୂର୍ତ୍ତି ଚୟନ କରିବେ। ମୂର୍ତ୍ତିଗୁଡ଼ିକର କାର୍ଯ୍ୟ ପାଖାପାଖି ୯୦ ପ୍ରତିଶତ ପର୍ଯ୍ୟନ୍ତ ଶେଷ ହୋଇଗଲାଣି। ବର୍ତ୍ତମାନ ଏହାକୁ ଅନ୍ତିମ ରୂପ ଦିଆଯାଉଛି।

କହି ରଖୁଛୁ, ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ଉଦ୍‌ଘାଟନୀ ସମାରୋହ ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପାଖାପାଖି ୭ ହଜାର ଲୋକଙ୍କୁ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆମନ୍ତ୍ରଣ କରାଯାଇଛି।

Roshni

Recent Posts

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

8 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi MIX Fold 4, ମିଳିବ ସାଟେଲାଇଟ୍ କନେକ୍ଟିଭିଟି ଫିଚର୍ସ

ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…

32 mins ago

ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍‌ କାଟ୍‌ ; ସିଷ୍ଟମ ଠପ୍‌, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍‌ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ…

37 mins ago

ଆର୍ଟ ଅଫ୍ ଗିଭିଙ୍ଗ, ଓଡିଆ ଫିଲ୍ମ ଓ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ ପକ୍ଷରୁ ଛତା ବଣ୍ଟନ

ଭୁବନେଶ୍ୱର : ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏକ ଅଭିନବ ପ୍ରୟାସ ହେଉଛି ଆର୍ଟ ଅଫ୍ ଗିଭିଙ୍ଗ । ଯାହାକି ପ୍ରତିବର୍ଷ…

37 mins ago

କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ

ନୀଳଗିରି : ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀର ବେକ କାଟି ମାରିବାକୁ ଉଦ୍ୟମ କଲା ସ୍ୱାମୀ। ବାଲେଶ୍ୱର…

58 mins ago

ଆଇସକ୍ରିମ ଭିତରୁ କଟା ମଣିଷ ଆଙ୍ଗୁଠି ମିଳିବା ପରେ ଏବେ ବାହାରିଛି ଜୀବନ୍ତ ବିଛା

ଆଇସିକ୍ରିମ୍‌ କାହାର ବା ପସନ୍ଦ ନୁହେଁ । ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ଆଇସିକ୍ରିମ୍‌ । ବିଶେଷ କରି ଏହି…

1 hour ago