ଦେଶ ବିଦେଶ

ପତ୍ନୀଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ନିଜର ଚାରି ମହଲା ବିଲ୍ଡିଂକୁ ୧୬୦ ଫୁଟ ଦୂରକୁ ଘୁଞ୍ଚାଇଲେ ବ୍ୟକ୍ତି

ଜମ୍ମୁକାଶ୍ମୀର : ଏବେ ଆପଣ ନିଜ ଘରକୁ ନିଜ ସହିତ ଅନ୍ୟ ସ୍ଥାନକୁ ନେଇପାରିବେ । କଥାଟା ଆପଣଙ୍କୁ ଆଦୌ ବିଶ୍ୱାସ ହେଉନଥିବ ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ । ଏଭଳି ଏକ ଘଟଣା ଜାମ୍ମୁ କାଶ୍ମୀରରୁ ସାମ୍ନାକୁ ଆସିଛି । ଜାମ୍ମୁ ବାସିନ୍ଦା ୪୫ ବର୍ଷୀୟ ଜଗମୋହନ ସିଂ ନିଜ ପତ୍ନୀଙ୍କୁ ସ୍ମୃତିକୁ ସାଇତି ରଖିବା ପାଇଁ ଏହି ଭଳି ଏକ ଅଭିନବ ଉପାୟ ବାଛିଛନ୍ତି । ସେ ନିଜ ୪ ମହଲା ଘରକୁ ତାର ମୂଳ ସ୍ଥାନରୁ ପ୍ରାୟ ୧୬୦ ଫୁଟ ଦୂରକୁ ନେଇଯାଉଛନ୍ତି । ଏକ ଚାରି ମହଲା ବିଶିଷ୍ଟ କୋଠା ଜାମ୍ମୁ ସହରରେ ଥିବା ବେଲିଚାରାଣାଠାରେ ଯାତ୍ରୀମାନଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ପାଲଟିଛି କାରଣ ଜଣେ ସ୍ଥାନୀୟ ବ୍ୟବସାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଏହାକୁ ଭାଙ୍ଗିବା ପରିବର୍ତ୍ତେ ୧୬୦ ଫୁଟ ଦୂରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

୪୫ ବର୍ଷୀୟ ବ୍ୟବସାୟୀ ଜଗମୋହନ ସିଂ, ଏହି କାର୍ଯ୍ୟ କରିବା ପାଇଁ ହରିୟାଣା ବେସଡ କମ୍ପାନୀ – HSBL ବିଲଡିଂ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡକୁ ନିଯୁକ୍ତି ଦେଇଛନ୍ତି । ଏହି କମ୍ପାନୀ ଘରଟିକୁ ନିଜ ମୂଳ ସ୍ଥାନରୁ ଉଠାଇ ରାସ୍ତାରୁ ୧୫୦-୧୬୦ ଫୁଟ ଦୂରରେ ରଖିବାକୁ ରାଜି ହୋଇଛି ଏବଂ ଏଥିପାଇଁ ସେ ୫୦ ଲକ୍ଷ ଟଙ୍କା ନେବ । ବ୍ୟବସାୟୀ କହିଛନ୍ତି ଯେ ଏହି କୋଠାଟି କେବଳ ଇଟା, କଂକ୍ରିଟ ଏବଂ ଲୁହା ଦ୍ୱାରା ନିର୍ମିତ ନୁହେଁ, ବରଂ ତାଙ୍କ ପତ୍ନୀ ରବିନ୍ଦର କୌରଙ୍କର ଅନେକ ସ୍ମୃତି ରହିଛି । ତାଙ୍କ ପତ୍ନୀ ୯ ମେ ୨୦୨୧ରେ କୋଭିଡ -୧୯ ସମୟରେ ମୃତ୍ୟୁ ବରଣ କରିଥିଲେ । ସେ କହିଛନ୍ତି ଯେ, ଏହାର ଆର୍କିଟେକଚର ଠାରୁ ଆରମ୍ଭ କରି ଇଣ୍ଟେରିୟର ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ଡିଜାଇନ୍ କରିବାରେ ତାଙ୍କ ପତ୍ନୀ ବହୁ ପରିଶ୍ରମ କରିଥିଲେ ।

ଜଗମୋହନ ସିଂ କହିଛନ୍ତି ଯେ ଏହି ସ୍ୱପ୍ନର ଘର ସମ୍ପୂର୍ଣ୍ଣ ହେବା ପାଇଁ ଚାରି ବର୍ଷ ସମୟ ଲାଗିଥିଲା । ରବିନ୍ଦର କୌର ମୃତ୍ୟୁ ସମୟରେ ଜାମ୍ମୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ । ଜଗମୋହନ ସିଂ କରିଥଲେ ଯେ ସେ ତାଙ୍କର ରିସର୍ଚ୍ଚ କାର୍ଯ୍ୟ ଶେଷ କରିଥିଲେ ଏବଂ ଯେତେବେଳେ ସେ କୋଭିଡ ସଂକ୍ରମିତ ହୋଇଥିଲେ ସେତେବେଳେ ସେ ଥେସିସ ସବମିଟ କରିବାକୁ ଯାଉଥିଲେ । ୨୦୦୩ ରେ ଏହି ଦମ୍ପତି ବିବାହ କରିଥିଲେ ।

ଜଗମୋହନ ସିଂ ତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ସେତେବେଳେ ସାମ୍ନାକୁ ଆସିଥିଲେ ଯେତେବେଳେ ସତ୍ୟୱାରୀ ଛକ ଏବଂ ତାୱି ନଦୀର ବ୍ରିଜ ମଧ୍ୟରେ ରାସ୍ତା ପ୍ରଶସ୍ତ ପ୍ରକଳ୍ପ ଯୋଗୁଁ ତାଙ୍କ ଘରକୁ ଭାଙ୍ଗିବାକୁ ପଡିବ ବୋଲି ସୂଚନା ମିଳିଲା । ଏହି ରାସ୍ତା ଜାମ୍ମୁ-ରୋଜପୁରୀ-ପଞ୍ଚ ଜାତୀୟ ରାଜପଥ ୧୪୪A ର ଏକ ଅଂଶ ଯାହାକି କୁଞ୍ଜୱାନୀରେ NH-୪୪ ରେ ଯୋଗ କରାଯିବ । ଯେହେତୁ ସେ ତାଙ୍କ ପତ୍ନୀଙ୍କୁ ବଞ୍ଚାଇ ପାରି ନଥିଲେ ତେଣୁ ସେ ତାଙ୍କ ସ୍ମୃତିକୁ ବଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ, ଯାହା ସେ ଘର ଆକାରରେ ଛାଡିଯାଇଥିଲେ।

ଏହାପରେ ସେ କିପରି ଭାବେ ଘରକୁ ସ୍ଥନାନ୍ତର କରିପାରିବେ ସେନେଇ ଇଣ୍ଟରନେଟରେ ଅନେକ ସମୟ ଧରି ସର୍ଚ୍ଚ କରିଥିଲେ । ପରେ HSBL କମ୍ପାନୀ ଦ୍ୱାରା ଘରର ଚାରିପାଖରୁ ୩ ଫୁଟ ତଳୁ ଖୋଲିବା ପରେ ଚ୍ୟାନେଲ ସ୍ଥାପନ କରି ହାଇଡ୍ରାଉଲିକ ଜ୍ୟାକ୍ସ ଦ୍ୱାରା ଘରକୁ ଘୁଞ୍ଚାଇବା ଆରମ୍ଭ କରିଥିଲେ । ଲିଫ୍ଟ ଏବଂ ମୁଭ୍ ଟେକ୍ନୋଲୋଜି ବ୍ୟବହାର କରି ଶ୍ରମିକମାନେ ପ୍ରତିଦିନ ଘରକୁ ୨-୩ ଫୁଟ ଘୁଞ୍ଚଉଛନ୍ତି । ରାସ୍ତାଠାରୁ ସେମାନେ ଏପର୍ଯ୍ୟନ୍ତ ୧୫ ଫୁଟ ଦୂରକୁ ଘୁଞ୍ଚାଇ ଦେଇଛନ୍ତି । ଜଣେ ଶ୍ରମିକ କହିଛନ୍ତି ଯେ ବିଲ୍ଡିଂକୁ ଏହାର ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେମାନଙ୍କୁ ଆଉ ଦୁଇ ମାସ ସମୟ ଲାଗିବ ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

16 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

38 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

41 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago