ଦେଶ ବିଦେଶ

କାବୁଲ ବିମାନ ବନ୍ଦରରେ ହୋଇପାରେ ଆକ୍ରମଣ,ଚିନ୍ତା ପ୍ରକଟ କଲା ଆମେରିକା

ନୂଆଦିଲ୍ଲୀ : ତାଲିବାନ ପାଇଁ ଆଫଗାନିସ୍ତାନରେ ବିଗୁୁଡୁଛି ସ୍ଥିତି । ଏବେ ଘନେଇଛି ନୂଆ ବିପଦ। କାବୁଲ ବିମାନ ବନ୍ଦର ଉପରେ ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସ (ଇସଲାମିକ ଷ୍ଟେଟ) କରିପାରେ ଆକ୍ରମଣ। ସମ୍ଭାବ୍ୟ ଆକ୍ରମଣ ନେଇ ଆମେରିକା ସେନା ଆଲର୍ଟ ଜାରି କରିଛି। ତାଲିବାନ କବଜା ପରେ ଆଫଗାନିସ୍ତାନ ଛାଡ଼ିବାକୁ ନାଗରିକ ବ୍ୟଗ୍ର ।

କାବୁଲର ହମିଜ କାର୍ଜାଇ ବିମାନବନ୍ଦରେ ଲୋକଙ୍କ ଭିଡ ଲାଗି ରହିଛି। ନିଜ ଦେଶର ନାଗରିକଙ୍କ ସୁରକ୍ଷା ନେଇ ମାର୍କିନ ପ୍ରଶାସନ ଚିନ୍ତା ପ୍ରକାଶ କରି ଆଲର୍ଟ ଜାରି କରିଛି । ବିମାନ ବନ୍ଦର ବାହାରେ ହଜାର ହଜାର ଲୋକଙ୍କ ଭିଡ ଜମୁଛି । ଏଥିରୁ ନିବୃତ ରହିବା ପାଇଁ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛି ଆମେରିକା ।

ମାର୍କିନ ସେନା ଆଫଗାନିସ୍ତାନ ଛାଡ଼ିବା ପରେ ବିମାନବନ୍ଦରକୁ ଚାରିପଟରୁ ଘେରି ରହିଛନ୍ତି ତାଲିବାନ ସେନା । ସମ୍ଭାବ୍ୟ ଆକ୍ରମଣ ଏଡ଼ାଇବାକୁ ବିମାନବନ୍ଦର ୱାଚ୍‌ ଟାୱାରରେ ନିରୀକ୍ଷଣ ସହ ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି । ସଶସ୍ତ୍ର ମାର୍କିନ ସେନା ଲୋକଙ୍କୁ ବିଭିନ୍ନ ରାଷ୍ଟ୍ରକୁ ପଠାଇବାକୁ ବ୍ୟାପକ ସଂଖ୍ୟାରେ ମୁତୟନ ହୋଇଛନ୍ତି । ରାଜଧାନୀ କାବୁଲ ବାହାରେ ପାହାଡ଼ ମଧ୍ୟରେ ବିମାନ ବନ୍ଦର ଅବସ୍ଥିତ ଥିବାରୁ ସେଠାରେ ପହଞ୍ଚିବାକୁ ଲୋକଙ୍କୁ ମଧ୍ୟ ଅନ୍ୟ କଠିନ ପରିସ୍ଥିତିର ସାମନା କରିବାକୁ ପଡୁଛି । ମ

 

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

12 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

21 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

55 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago