ଆମେ ସମସ୍ତେ ଗଛକୁ ଲୋକଙ୍କ ଜୀବନ ଜିଇଁବାର ମାଧ୍ୟମ ବୋଲି ମାନିଥାଉ । କିନ୍ତୁ ଦୁନିଆରେ ଏମିତିି ଅନେକ ଗଛଲତା ରହିଛନ୍ତି ଯେଉଁମାନେ ଲୋକଙ୍କ ଜୀବନ ନେବାରେ ଟିକେ ମାତ୍ର ବିଳମ୍ବ କରନ୍ତି ନାହିଁ । ଅର୍ଥାତ ଲୋକଙ୍କ ମୃତ୍ୟୁ ପାଇଁ ଏହି ଗଛଲତା ଦାୟୀ ହୋଇଥାନ୍ତି । ଆଜି ଆମେ ସେହି ସମ୍ପର୍କରେ ଆପଣଙ୍କୁ କହିବୁ ।
ଦେଶ ଦୁନିଆରେ ଏମିତି ଅନେକ କିଛି ରହସ୍ୟ ଲୁଚି ରହିଛି । ଯାହା ବିଷୟରେ ଆମେ ସମସ୍ତେ ଅନଭିଜ୍ଞ । ଗଛ ଲତା ସାଧାରଣତଃ ମନୁଷ୍ୟ ଜଗତ ବଞ୍ଚି ରହିବା ପାଇଁ ମାଧ୍ୟମ ହୋଇଥାନ୍ତି । କିନ୍ତୁ ଦୁନିଆରେ ଅନେକ ବିଷାକ୍ତ ଗଛ ମଧ୍ୟ ରହିଛି । ଯାହା ପାଖକୁ ଗଲା ମାତ୍ରେ ଆପଣଙ୍କ ଜୀବନ ଚାଲିଯାଇପାରେ । ସେହି ଗଛ ସମ୍ପର୍କରେ ଜାଣନ୍ତୁ ।
– ମଞ୍ଚିନୀଲ ଟ୍ରି: ଏହା ଦୁନିଆର ସବୁଠୁ ବଡ଼ ବିଷାକ୍ତ ଗଛ । ଏହା ସେଣ୍ଟ୍ରାଲ ସାଉଥ ଆମେରିକା ରେ ଦେଖାଯାଏ । ଏହାର ଫଳ ଅଧିକ ବିଷାକ୍ତ , ଯାହାକୁ ଖାଇବା ମାତ୍ରେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ । ଏହାର ପାଖକୁ ଗଲେ ମଧ୍ୟ ଜୀବନ ପ୍ରତି ବିପଦ ରହିଥାଏ ।
– ରୋଜରୀ ପି: ଏହା ଦେଖିବାକୁ ଖୁବ ସୁନ୍ଦର । କିନ୍ତୁ ଏହାର ମଞ୍ଜି ବହୁତ ବିଷାକ୍ତ । ଯଦି ଆପଣ ଏହାକୁ ଖାଇବାକୁ ଯିବେ ତେବେ ଏଥିପାଇଁ ଆପଣଙ୍କ ଜୀବନ ଚାଲିଯାଇପାରେ । ଏହା ମଧ୍ୟରେ ଏବ୍ରିନ ରହିଥାଏ, ଯାହାର ୩ ମାଇକ୍ରୋଗ୍ରାମ ଜହର ଲୋକଙ୍କ ଜୀବନ ନେବାରେ ସକ୍ଷମ ହୋଇଥାଏ ।
– ଜାୟଣ୍ଟ ହଙ୍ଗବୀଡ଼: ଏହା ବ୍ରିଟେନରେ ଦେଖାଯାଏ । ଦେଖିବାକୁ ଖବୁ ସୁନ୍ଦର ମଧ୍ୟ । କିନ୍ତୁ ଏହା ଅତ୍ୟନ୍ତ ବିଷାକ୍ତ ଗଛ , ଯାହାର ଫୁଲକୁ ଖାଇବା ଦ୍ୱାରା ଲୋକଙ୍କ ମୃତ୍ୟୁ ସୁନିଶ୍ଚିତ । ଆଖି ସଂସ୍ପର୍ଶରେ ଏହା ଆସିଲେ ଅନ୍ଧ ହେବାର ସମ୍ଭାବନା ରହିଥାଏ ।
– ସରବେରା ଓଡ଼ଲମ: ଏହି ଗଛକୂୁ ସୁଇସାଇଡ ଟ୍ରି ନାମରେ ମଧ୍ୟ ଜଣାଯାଏ । ଏହାର ବ୍ୟବହାରରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ଲୋକଙ୍କୁ ମାରିବା ପାଇଁ କ୍ରିମିନାଲ ମାନେ ଏହାକୂୁ ବ୍ୟବହାର କରିଥାନ୍ତି ।
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…
ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…