ଦେଶ ବିଦେଶ

ଲ୍ୟାଣ୍ଡିଂ ସମୟରେ ହଠାତ୍‌ ସମୁଦ୍ର ଭିତରକୁ ପଶିଗଲା ଆମେରିକୀୟ ବିମାନ, ପହଁରି ପହଁରି ନିଜ ଜୀବନ ବଞ୍ଚାଇଲେ ଯାତ୍ରୀ

ଆମେରିକୀୟ ନୌସେନାର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଛି। ଅବତରଣରେ ତ୍ରୁଟି ହେତୁ ବିମାନଟି ହାୱାଇର ଏକ ଦ୍ୱୀପ ‘ଓହୁ’ର ଜଳରାଶି ଭିତରକୁ ପଶିଯାଇଥିଲା। ଘଟଣା ସୋମବାର ଅପରାହ୍ନର। ବୋଇଙ୍ଗ ପୋସିଡନ୍ ୮-ଏ ବିମାନ ୯ ଜଣ ଯାତ୍ରୀଙ୍କୁ ଧରି ମେରାଇନ୍ କର୍ପସ ବେସ୍‌ରେ ରନୱେରୁ ଅଳ୍ପ ଦୂରକୁ ଯାଇଥିଲା। କିନ୍ତୁ ଏହି ସମୟରେ ବିମାନଟି କାନୋହେ ସମୁଦ୍ର ତଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ କେହି ଆହତ ହୋଇଥିବାର ଖବର ନାହିଁ।

ସୋସିଆଲ ମିଡିଆରେ ଦୁର୍ଘଟଣାଗ୍ରସ୍ତ ବିମାନର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନଟି ସମୁଦ୍ର ତଟ ଜଳରାଶିରେ ଆଂଶିକ ବୁଡ଼ିଯାଇଥିବାର ଦେଖାଯାଉଛି। ପାଣିପାଗ ବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ବାଦଲ, ବର୍ଷା ଏବଂ ସୀମିତ ଭିଜିବିଲିଟୀ ସହ ପାଣିପାଗର ସ୍ଥିତି ହିଁ ଦୁର୍ଘଟଣାର କାରଣ ହୋଇଛି। ଜାତୀୟ ପାଣିପାଗ ସେବା ଦୁର୍ଘଟଣା ସମୟରେ ପାଖାପାଖି ୧.୬ କିଲୋମିଟର ଭିଜିବିଲିଟୀ ଏବଂ ପବନର ବେଗ ଘଣ୍ଟା ପ୍ରତି ୩୪ କିଲୋମିଟର ରେକର୍ଡ କରିଛି।

ଏହି ଘଟଣା ପରେ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ କୌଣସି ବି ପ୍ରକାରେ ବିମାନରୁ ବାହାରିବାରେ ସଫଳ ହୋଇଥିଲେ। ମେରାଇନ୍‌ ମେଜର ଜୋର୍ଡାନ ଫକ୍ସ କହିଛନ୍ତି ଯେ କୌଣସି ସମ୍ଭାବ୍ୟ ବିପଦକୁ ହ୍ରାସ କରିବା ପାଇଁ ଦୁର୍ଘଟଣାଗ୍ରସ୍ତ ବିମାନ ଚାରି ପାଖରେ କଣ୍ଟେନମେଣ୍ଟ ବୁମ୍ ନିୟୋଜିତ କରାଯିବା ସହିତ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Roshni

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

18 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

20 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

23 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

30 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

32 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

46 mins ago