ଲ୍ୟାଣ୍ଡିଂ ସମୟରେ ହଠାତ୍ ସମୁଦ୍ର ଭିତରକୁ ପଶିଗଲା ଆମେରିକୀୟ ବିମାନ, ପହଁରି ପହଁରି ନିଜ ଜୀବନ ବଞ୍ଚାଇଲେ ଯାତ୍ରୀ
ଆମେରିକୀୟ ନୌସେନାର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଛି। ଅବତରଣରେ ତ୍ରୁଟି ହେତୁ ବିମାନଟି ହାୱାଇର ଏକ ଦ୍ୱୀପ ‘ଓହୁ’ର ଜଳରାଶି ଭିତରକୁ ପଶିଯାଇଥିଲା।

ଆମେରିକୀୟ ନୌସେନାର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଛି। ଅବତରଣରେ ତ୍ରୁଟି ହେତୁ ବିମାନଟି ହାୱାଇର ଏକ ଦ୍ୱୀପ ‘ଓହୁ’ର ଜଳରାଶି ଭିତରକୁ ପଶିଯାଇଥିଲା। ଘଟଣା ସୋମବାର ଅପରାହ୍ନର। ବୋଇଙ୍ଗ ପୋସିଡନ୍ ୮-ଏ ବିମାନ ୯ ଜଣ ଯାତ୍ରୀଙ୍କୁ ଧରି ମେରାଇନ୍ କର୍ପସ ବେସ୍ରେ ରନୱେରୁ ଅଳ୍ପ ଦୂରକୁ ଯାଇଥିଲା। କିନ୍ତୁ ଏହି ସମୟରେ ବିମାନଟି କାନୋହେ ସମୁଦ୍ର ତଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ କେହି ଆହତ ହୋଇଥିବାର ଖବର ନାହିଁ।
ସୋସିଆଲ ମିଡିଆରେ ଦୁର୍ଘଟଣାଗ୍ରସ୍ତ ବିମାନର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ବିମାନଟି ସମୁଦ୍ର ତଟ ଜଳରାଶିରେ ଆଂଶିକ ବୁଡ଼ିଯାଇଥିବାର ଦେଖାଯାଉଛି। ପାଣିପାଗ ବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ବାଦଲ, ବର୍ଷା ଏବଂ ସୀମିତ ଭିଜିବିଲିଟୀ ସହ ପାଣିପାଗର ସ୍ଥିତି ହିଁ ଦୁର୍ଘଟଣାର କାରଣ ହୋଇଛି। ଜାତୀୟ ପାଣିପାଗ ସେବା ଦୁର୍ଘଟଣା ସମୟରେ ପାଖାପାଖି ୧.୬ କିଲୋମିଟର ଭିଜିବିଲିଟୀ ଏବଂ ପବନର ବେଗ ଘଣ୍ଟା ପ୍ରତି ୩୪ କିଲୋମିଟର ରେକର୍ଡ କରିଛି।
ଏହି ଘଟଣା ପରେ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ କୌଣସି ବି ପ୍ରକାରେ ବିମାନରୁ ବାହାରିବାରେ ସଫଳ ହୋଇଥିଲେ। ମେରାଇନ୍ ମେଜର ଜୋର୍ଡାନ ଫକ୍ସ କହିଛନ୍ତି ଯେ କୌଣସି ସମ୍ଭାବ୍ୟ ବିପଦକୁ ହ୍ରାସ କରିବା ପାଇଁ ଦୁର୍ଘଟଣାଗ୍ରସ୍ତ ବିମାନ ଚାରି ପାଖରେ କଣ୍ଟେନମେଣ୍ଟ ବୁମ୍ ନିୟୋଜିତ କରାଯିବା ସହିତ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
NEW: A U.S. Navy P8-A Poseidon plane overshoots runway, landing in Kaneohe Bay, Hawaii.
The incident happened at 2 p.m. Hawaii Time, and the military aircraft is currently floating in the ocean.
All nine people on board the aircraft survived and swam to the shore.
The… pic.twitter.com/PTguegrDsw
— KanekoaTheGreat (@KanekoaTheGreat) November 21, 2023