ମା’ ହେବା ପରେ ସାମ୍ନାକୁ ଆସିଲା ଆଲିଆଙ୍କ ନୂଆ ଲୁକ୍‌, ଦେଖନ୍ତୁ ଭିଡିଓ

ଆଲିଆ ଭଟ୍ଟଙ୍କ ଅଭିନୟ ଠାରୁ ଆରମ୍ଭ କରି ଷ୍ଟାଇଲ୍‌କୁ ମଧ୍ୟ ସମସ୍ତେ ବହୁତ ପସନ୍ଦ କରନ୍ତି । ତେବେ ଆଲିଆ ସବୁ ବେଳେ ତାଙ୍କ ଡ୍ରେସିଂ ସେନ୍ସରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି । କିଛି ଦିନ ପୂର୍ବରୁ ପୁଣିଥରେ ଆଲିଆଙ୍କ ଏକ ଭିନ୍ନ ଲୁକ୍‌ ଦେଖିବା ପାଇଁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ମାତ୍ରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

ଆଲିଆ ଭଟ୍ଟ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଲୋକପ୍ରିୟ କଳାକାର ମଧ୍ୟରୁ ଜଣେ । ଅଭିନେତୀଙ୍କ ଅଭିନୟ ଠାରୁ ଆରମ୍ଭ କରି ଷ୍ଟାଇଲ୍‌କୁ ମଧ୍ୟ ସମସ୍ତେ ବହୁତ ପସନ୍ଦ କରନ୍ତି । ତେବେ ଆଲିଆ ସବୁ ବେଳେ ତାଙ୍କ ଡ୍ରେସିଂ ସେନ୍ସରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାନ୍ତି । ଇଣ୍ଡଷ୍ଟ୍ରୀରେ ଯେତେବେଳେ ବି ଫ୍ୟାଶନ୍‌ ଷ୍ଟେଟମେଣ୍ଟ କଥା ହୋଇଥାଏ ସେତେବେଳେ ଆଲିଆ ଭଟ୍ଟଙ୍କ ନାମ ସାମ୍ନାକୁ ଆସିଥାଏ । ଅଭିନେତ୍ରୀ ଟ୍ରାଡିସନଲ୍‌ ଠାରୁ ଆରମ୍ଭ କରି େଓ୍ଵଷ୍ଟନ୍‌ ପର୍ଯ୍ୟନ୍ତ ସବୁ ଲୁକ୍‌ରେ ବହୁତ ସୁନ୍ଦର ଲାଗିଥାନ୍ତି । କିଛି ଦିନ ପୂର୍ବରୁ ପୁଣିଥରେ ଆଲିଆଙ୍କ ଏକ ଭିନ୍ନ ଲୁକ୍‌ ଦେଖିବା ପାଇଁ ମିଳିଛି । ମୁମ୍ବାଇରେ ଆୟୋଜିତ ହୋଇଥିବା GQ ମେନ ଅଫ୍‌ ଦି ଇୟର ଇଭେଣ୍ଟରେ ଅଭିନେତ୍ରୀ କମାଲ୍‌ ଲୁକ୍‌ରେ ନଜର ଆସିଥିଲେ ।

ଆଲିଆ ସେହି ଇଭେଣ୍ଟରେ ମେରୁନ୍‌ କଲର୍‌ ଆଉଟ୍‌ଫିଟ୍‌ ସହିତ ହାଇ ହିଲ୍‌ ଲୋଫର୍‌ ପିନ୍ଧିଥିଲେ । ଅଭିନେତ୍ରୀଙ୍କ ସେହି ଲୁକ୍‌ ବହୁତ କ୍ଲାସୀ ଥିଲା । GQ ଇଣ୍ଡିଆର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡଲ୍‌ ଏବଂ ପାପାରାଜି ଭାଇରାଲ୍‌ ଭାୟାନି ମଧ୍ୟ ଇଭେଣ୍ଟର ରେଡ୍‌ କାର୍ପେଟର ଭିଡିଓ ସେୟାର କରିଛନ୍ତି । ସେହି ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଆଲିଆଙ୍କ ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରିବା ସହ ଅନେକ ପ୍ରଂଶସା ମଧ୍ୟ କରିଥିଲେ । ସାମ୍ନାକୁ ଆସଥିବା ସେହି ଭିଡିଓରେ ପାପାରାଜି ତାଙ୍କୁ ଏକ ଭିନ୍ନ ନାମରେ ଡାକୁଥିଲେ । ସେମାନେ ଆଲିଆଙ୍କୁ ଆଲୁଜି ଡାକୁଥିବାର ଶୁଣିବା ପାଇଁ ମିଳିଛି । ତେବେ ଆଲିଆ ଏହି ନାମ ଶୁଣିବା ପାରେ ରିଆକ୍ଟକରିଥିଲେ, ଯେ ଇଏ ଆଲୁଜି ଆଲୁଜି କ’ଣ କହୁଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ଅଭିନେତ୍ରୀ ଏହି ଲୁକ୍‌ରେ ବହୁତ ସୁନ୍ଦର ଲାଗୁଥିଲେ, ଯାହା ଫ୍ୟାନ୍ସଙ୍କୁ ବହୁତ ହିଁ ପସନ୍ଦ ଆସିଛି । ଏହି ଭିଡିଓ ଭାଇରାଲ ହେବା ମାତ୍ରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । ଲୋକମାନେ ତାଙ୍କ ଡ୍ରେସ୍‌ରୁ ଆରମ୍ଭ କରି ହିଲ୍‌ ପର୍ଯ୍ୟନ୍ତ ସବୁ ଜିନିଷକୁ ନେଇ ପ୍ରଂଶାସା କରିଛନ୍ତି । ଏହି GQ ଇଭେଣ୍ଟରେ ବଲିଉଡ୍‌ର ଅନେକ ଷ୍ଟାର ନଜର ଆସିଥିଲେ । ସେହି ଇଭେଣ୍ଟରେ ଆଲିଆଙ୍କ ସହ କରନ ଜୋହର ମଧ୍ୟ ରେଡ୍‌ କାର୍ପେଟର ନଜର ଆସିଥିଲେ । ଅଭିନେତ୍ରୀଙ୍କ କାମ ବିଷୟରେ କହିବାକୁ ଗଲେ, ସେ ଶେଷଥର ପାଇଁ ଫିଲ୍ମ ‘ରକି ଓର ରାନି କି ପ୍ରେମ କାହାନି’ରେ ନଜର ଆସିଥିଲେ । ଏହା ସହ ତାଙ୍କୁ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ମଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.