Iphone ଯୁଜର୍ସଙ୍କ ପାଇଁ whatsapp ଆଣିଛି ଧମାକାଦାର ଫିଚର, ମିଳିବ ଅନେକ ସୁବିଧା

ହ୍ୱାଟ୍ସ ଆପ୍ ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ ।

ହ୍ୱାଟ୍ସ ଆପ୍ ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ । ପୂର୍ବରୁ ହ୍ୱାଟ୍ସ ଆପ୍ କେବଳ ଫୋନ୍ ନମ୍ବର ଭେରିଫିକେସନ ପ୍ରୋସେସର ଉପଯୋଗ କରୁଥିଲା । କିନ୍ତୁ ନୂଆ ସୁବିଧା ସହିତ, ଆପଣ ଆପଣଙ୍କର ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ଆପଣଙ୍କର ଆକାଉଣ୍ଟ୍ ଭେରିଫିକେସନ କରିପାରିବେ । ଇମେଲ୍ ଆକାଉଣ୍ଟ ଭେରିଫିକେସନ ଏକ ଅତିରିକ୍ତ ସୁରକ୍ଷା ସ୍ତର ପ୍ରଦାନ କରେ । ଯଦି ଆପଣ ନିଜର ଫୋନ୍ ନମ୍ବର ହଜାଇ ଦେଉଛନ୍ତି, ତେବେ ଆପଣ ଇମେଲ୍ ଆଡ୍ରେସର ବ୍ୟବହାର କରି ନିଜ ଆକାଉଣ୍ଟ ରିକଭର କରିପାରିବେ ।

ହ୍ୱାଟ୍ସ ଆପ୍ ଇମେଲ୍ ଭେରିଫିକେସନ:

ନିକଟରେ ହ୍ୱାଟ୍ସ ଆପ iOS 23.24.70 ଅପଡେଟ୍ ଜାରି କରିଛି, ଯାହା ଯୁଜର୍ସମାନଙ୍କୁ ସେମାନଙ୍କ ଆକାଉଣ୍ଟ ପାଇଁ ଇମେଲ୍ ଭେରିଫିକେସନକୁ ସକ୍ଷମ କରିବା ପାଇଁ ଅନୁମତି ଦେଇଥାଏ । ଏହି ଫିଚର ଚେଞ୍ଜଲୋଗରେ ଦେଖାଯାଏ ନାହିଁ, କିନ୍ତୁ WABetaInfo ଦ୍ୱାରା ଏହା ଉପଲବ୍ଧ ବୋଲି ନିଶ୍ଚିତ କରାଯାଇଛି । ଇମେଲ୍ ଭେରିଫିକେସନକୁ ସକ୍ଷମ କରିବା ପାଇଁ, ୟୁଜରମାନେ ସେମାନଙ୍କର ହ୍ୱାଟ୍ସ ଆପ୍ ସେଟିଂକୁ ଯାଇ ‘ଆକାଉଣ୍ଟ୍’ ଟ୍ୟାପ୍ କରିବାକୁ ପଡିବ ।

ତାପରେ ‘ଇମେଲ୍ ଆଡ୍ରେସ’ ଉପରେ ଟ୍ୟାପ୍ କରି ନିଜ ଇମେଲ୍ ଆଡ୍ରେସ ଏଣ୍ଟର କରିବାକୁ ପଡିବ । ଥରେ ଇମେଲ୍ ଆଡ୍ରେସ ପ୍ରବେଶ କଲେ, ଆପଣ ଏକ କନଫର୍ମେସନ ଇମେଲ୍ ପାଇବେ । ଇମେଲରେ ଏକ ଲିଙ୍କ ରହିବ ଯାହା ୟୁଜରମାନେ ସେମାନଙ୍କର ଇମେଲ ଆଡ୍ରେସ ଯାଞ୍ଚ କରିବାକୁ କ୍ଲିକ୍ କରିପାରିବେ ।

ଯଦି ଆପଣ ଛଅ ଅଙ୍କ ବିଶିଷ୍ଟ SMS କୋଡ୍ ସହିତ ଆପଣଙ୍କର ହ୍ୱାଟ୍ସ ଆପ୍ ଭେରିଫାଏ କରିବାରେ ଅସମର୍ଥ, ତେବେ ଆପଣ ଇମେଲ୍ ଆଡ୍ରେସ ଯାଞ୍ଚ ବ୍ୟବହାର କରିବାକୁ ଚୟନ କରିପାରିବେ । ଏହା ଧ୍ୟାନ ଦେବା ଜରୁରୀ ଯେ ହ୍ୱାଟ୍ସ ଆପ୍ ଫୋନ୍ ନମ୍ବରକୁ ଇମେଲ ଆଡ୍ରେସ ସହିତ ବଦଳାଇବା ପାଇଁ କୌଣସି ବିକଳ୍ପ ନାହିଁ, କାରଣ ଏହି ଫିଚର କେବଳ ଏକ ଅତିରିକ୍ତ ଆକ୍ସେସ ପଦ୍ଧତି ଯୋଗାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.