ଦେଶ ବିଦେଶ

‘ମେ ଫସୁଙ୍ଗା ନେହିଁ’: ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବାକୁ ଭଦୋଦରା ପୋଲିସର ନିଆରା ପ୍ରୟାସ

ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଗୁଜରାଟ ଭଦେଦରା ପୋଲିସ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାଏ। ନୂଆ ନୂଆ କ୍ରିଏଟିଭ ଆଇଡିଆ ସହ ଭଦୋଦରା ପୋଲିସ ଲୋକଙ୍କ ପାଖରେ ନିଜ କଥା ପହଞ୍ଚାଇଥାଏ। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନୂଆ ନୂଆ ପ୍ରୟାସ କରିଥାଏ। ଖାସ୍‌ କରି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଭଦୋଦରା ପୋଲିସ ନୂଆ ନୂଆ ଥିମ୍‌ ବ୍ୟବହାର କରିଥାଏ। ଏଥରକ ବି ସେଭଳି କିଛି ପ୍ରୟାସ କରିଛି ପୋଲିସ। ପୋଲିସ ନିଜ ଅଫିସିଆଲ ଫେସବୁକ୍‌ ପେଜ୍‌ Vadodara City Police ରେ ପୋଷ୍ଟ କରିଛି। ଏହି ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେଉଛି।

ଅନ୍‌ଲାଇନ୍‌ ଠକେଇରୁ ମୁକ୍ତି ପାଇଁ ଭଦୋଦରା ପୋଲିସ ନିକଟରେ ରିଲିଜ୍‌ ହୋଇଥିବା ଅଲ୍‌ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ପୁଷ୍ପାର ପପୁଲାର ଡାଇଲଗ୍‌ ‘ମେ ଝୁକେଗା ନେହିଁ’କୁ ବ୍ୟବହାର କରିଛି। ଭଦୋଦରା ପୋଲିସ ପକ୍ଷରୁ ମେ ଝୁକେଗା ନେହିଁ ଥିମ୍‌କୁ ବ୍ୟବହାର କରି ଏକ ମିମ୍‌ ବନାଇ ନିଜ ପେଜ୍‌ରେ ସେୟାର କରାଯାଇଛି। ଏଥିରେ ଅଲ୍‌ଲୁ ଅର୍ଜୁନଙ୍କ ଫଟୋ ସହ ତଳେ ଲେଖାଯାଇଛି ଯେ ‘ଯେତେ ବି ଆକର୍ଷଣୀୟ ସ୍କିମ୍‌ ହେଉ କି ଅଜଣା ଝିଅଙ୍କ ରିକ୍ୱେଷ୍ଟ, ମୁଁ ଫସିବି ନାହିଁ’।

ଏହି ପୋଷ୍ଟ ମାଧ୍ୟମରେ ପୋଲିସ ପକ୍ଷରୁ ମେସେଜ୍‌ ଦିଆଯାଇଛି ଯେ ଯେତେ ବି ଆକର୍ଷଣୀୟ ଅଫର ଆସୁ କିମ୍ବା ଯେତେ ସୁନ୍ଦରୀ ଝିଅ ବି ଆପଣଙ୍କୁ ଆପ୍ରୋଚ୍‌ କରନ୍ତୁ ନା କାହିଁକି, ଆପଣ ତା’ ଉପରେ କୌଣସି ରେସ୍‌ପଣ୍ଡ କରିବେ ନାହିଁ। ନଚେତ୍‌ ଅନ୍‌ଲାଇନ୍‌ ଠକେଇର ଶିକାର ବନି ପାରନ୍ତି।

ଏ ନେଇ ଭଦୋଦରା ପୋଲିସ ଏସିପି ପ୍ରଣବ କଟାରିଆ କହିଛନ୍ତି, ସାଇବର ଫ୍ରଡ୍‌କୁ ରୋକିବା ପାଇଁ ଲୋକଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ଏହି ପୋଷ୍ଟ ସେୟାର କରାଯାଇଛି। ଏହି ପୋଷ୍ଟରେ ୧୦୦/୧୮୦୦-୫୯୯୯-୦୦୦୧ ନମ୍ବର ମଧ୍ୟ ଲେଖାଯାଇଛି। ଯଦି କେହି ଅଜାଣତରେ ସାଇବର ଠକେଇର ଶିକାର ହୋଇଯାଏ ତେବେ ଏହି ନମ୍ବରରେ କଲ୍‌ କରି ନିଜ ଅଭିଯୋଗକୁ ରେଜିଷ୍ଟର କରିପାରିବେ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago