photo: aajtak
ବନ୍ଦେ ଭାରତରେ ପରସା ଯାଇଥିବା ଖାଦ୍ୟର କ୍ୱାଲିଟିକୁ ନେଇ ପୁଣିଥରେ ଚର୍ଚ୍ଚା । ଡେରାଡୁନ୍ରୁ ଦିଲ୍ଲୀର ଆନନ୍ଦ ବିହାର ଯାତ୍ରା କରୁଥିବା ଜଣେ ଯାତ୍ରୀ ଟ୍ରେନ୍ରେ ପରସା ଯାଇଥିବା ଖାଦ୍ୟକୁ ନେଇ ଅଭିଯୋଗ ଆଣିଛନ୍ତି । ସେ ‘X’ରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଯାତ୍ରୀଙ୍କୁ ଦିଆଯାଇଥିବା ଦହିରେ ଫଙ୍ଗସ୍ ଦେଖିବାକୁ ମିଳିଛି ।
ଏହି ବ୍ୟକ୍ତିଙ୍କ ନାମ ହର୍ଷଦ ଟୋପକର । ସେ ମାର୍ଚ୍ଚ ୫ରେ ରେଳ ମନ୍ତ୍ରଣାଳୟ, ଉତ୍ତର ରେଲୱେ ଏବଂ ରେଳ ମନ୍ତ୍ରୀଙ୍କ ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ୍ କରି ନିଜର ଅଭିଯୋଗ ପୋଷ୍ଟ୍ କରିଛନ୍ତି । ହର୍ଷଦଙ୍କ ଅଭିଯୋଗର ତୁରନ୍ତ ପରେ ଭାରତୀୟ ରେଲୱେ ଏହି ମାମଲାକୁ ଅବଗତକୁ ନେଇ ତାଙ୍କ ଅଭିଯୋଗ ଉପରେ ଉତ୍ତର ରଖିଛି ।
ହର୍ଷଦ ଯେଉଁ ଖାଦ୍ୟର ଫଟୋ ପୋଷ୍ଟ କରିଛନ୍ତି, ତାହା ତାଙ୍କୁ ବନ୍ଦେ ଭାରତର ଏକ୍ସିକ୍ୟୁଟିଭ୍ କ୍ଲାସ୍ରେ ଯାତ୍ରା ସମୟରେ ପରସା ଯାଇଥିଲା । ଫଟୋରେ ସ୍ପଷ୍ଟ ରୂପେ ଦେଖାଯାଉଛି କି, ତାଙ୍କୁ ଯେଉଁ ଦହି ଦିଆଯାଇଛି, ତାହା ବହୁତ ପୁରୁଣା ଏବଂ ଫଙ୍ଗସ୍ ଲାଗି ଖରାପ ହୋଇଯାଇଛି ।
ସେପଟେ ଯାତ୍ରୀମାନଙ୍କ ସହାୟତା ପାଇଁ ରେଲୱେ ହର୍ଷଦଙ୍କୁ ନିଜ ଯାତ୍ରାର ବିବରଣୀ ସେୟାର କରିବା ପାଇଁ କହିଛି, ଯେପରି ସେମାନେ ମାମଲାର ଯାଞ୍ଚ କରିପାରିବେ । ଉତ୍ତର ରେଲୱେ ଏହି ପୋଷ୍ଟର ଜବାବ ଦେଇଛି ଏବଂ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ୍ ଆଣ୍ଡ ଟୁରିଜମ୍ କର୍ପୋରେସନର ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ୍ କରି କହିଛି ଯେ ‘ଦୟାକରି ଏହି ମାମଲା ଉପରେ ଧ୍ୟାନ ଦିଅନ୍ତୁ’ ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…