ବନ୍ଦେ ଭାରତରେ ପୁଣି ପରସାଗଲା ଖରାପ କ୍ୱାଲିଟିର ଖାଦ୍ୟ, ଯାତ୍ରୀଙ୍କୁ ମିଳିଲା ଫିମ୍ପି ଲାଗିଥିବା ଦହି

ବନ୍ଦେ ଭାରତରେ ପରସା ଯାଇଥିବା ଖାଦ୍ୟର କ୍ୱାଲିଟିକୁ ନେଇ ପୁଣିଥରେ ଚର୍ଚ୍ଚା । ଡେରାଡୁନ୍‌ରୁ ଦିଲ୍ଲୀର ଆନନ୍ଦ ବିହାର ଯାତ୍ରା କରୁଥିବା ଜଣେ ଯାତ୍ରୀ ଟ୍ରେନ୍‌ରେ ପରସା ଯାଇଥିବା ଖାଦ୍ୟକୁ ନେଇ ଅଭିଯୋଗ ଆଣିଛନ୍ତି ।

ବନ୍ଦେ ଭାରତରେ ପରସା ଯାଇଥିବା ଖାଦ୍ୟର କ୍ୱାଲିଟିକୁ ନେଇ ପୁଣିଥରେ ଚର୍ଚ୍ଚା । ଡେରାଡୁନ୍‌ରୁ ଦିଲ୍ଲୀର ଆନନ୍ଦ ବିହାର ଯାତ୍ରା କରୁଥିବା ଜଣେ ଯାତ୍ରୀ ଟ୍ରେନ୍‌ରେ ପରସା ଯାଇଥିବା ଖାଦ୍ୟକୁ ନେଇ ଅଭିଯୋଗ ଆଣିଛନ୍ତି । ସେ ‘X’ରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଯାତ୍ରୀଙ୍କୁ ଦିଆଯାଇଥିବା ଦହିରେ ଫଙ୍ଗସ୍‌ ଦେଖିବାକୁ ମିଳିଛି ।

ଏହି ବ୍ୟକ୍ତିଙ୍କ ନାମ ହର୍ଷଦ ଟୋପକର । ସେ ମାର୍ଚ୍ଚ ୫ରେ ରେଳ ମନ୍ତ୍ରଣାଳୟ, ଉତ୍ତର ରେଲୱେ ଏବଂ ରେଳ ମନ୍ତ୍ରୀଙ୍କ ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ୍‌ କରି ନିଜର ଅଭିଯୋଗ ପୋଷ୍ଟ୍‍ କରିଛନ୍ତି । ହର୍ଷଦଙ୍କ ଅଭିଯୋଗର ତୁରନ୍ତ ପରେ ଭାରତୀୟ ରେଲୱେ ଏହି ମାମଲାକୁ ଅବଗତକୁ ନେଇ ତାଙ୍କ ଅଭିଯୋଗ ଉପରେ ଉତ୍ତର ରଖିଛି ।

ହର୍ଷଦ ଯେଉଁ ଖାଦ୍ୟର ଫଟୋ ପୋଷ୍ଟ କରିଛନ୍ତି, ତାହା ତାଙ୍କୁ ବନ୍ଦେ ଭାରତର ଏକ୍ସିକ୍ୟୁଟିଭ୍‌ କ୍ଲାସ୍‌ରେ ଯାତ୍ରା ସମୟରେ ପରସା ଯାଇଥିଲା । ଫଟୋରେ ସ୍ପଷ୍ଟ ରୂପେ ଦେଖାଯାଉଛି କି, ତାଙ୍କୁ ଯେଉଁ ଦହି ଦିଆଯାଇଛି, ତାହା ବହୁତ ପୁରୁଣା ଏବଂ ଫଙ୍ଗସ୍‌ ଲାଗି ଖରାପ ହୋଇଯାଇଛି ।

ସେପଟେ ଯାତ୍ରୀମାନଙ୍କ ସହାୟତା ପାଇଁ ରେଲୱେ ହର୍ଷଦଙ୍କୁ ନିଜ ଯାତ୍ରାର ବିବରଣୀ ସେୟାର କରିବା ପାଇଁ କହିଛି, ଯେପରି ସେମାନେ ମାମଲାର ଯାଞ୍ଚ କରିପାରିବେ । ଉତ୍ତର ରେଲୱେ ଏହି ପୋଷ୍ଟର ଜବାବ ଦେଇଛି ଏବଂ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ୍‌ ଆଣ୍ଡ ଟୁରିଜମ୍‌ କର୍ପୋରେସନର ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ୍‌ କରି କହିଛି ଯେ ‘ଦୟାକରି ଏହି ମାମଲା ଉପରେ ଧ୍ୟାନ ଦିଅନ୍ତୁ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.