ସନ୍ଦେଶଖାଲି ମାମଲାରେ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ, ଯାଞ୍ଚ କରିବ ସିବିଆଇ

ସନ୍ଦେଶଖାଲି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି କୋଲକତା ହାଇକୋର୍ଟ । ମାମଲାରେ କଡ଼ା ଯାଞ୍ଚ କରିବା ପାଇଁ ସିବିଆଇ ଯାଞ୍ଚ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲା ସହ ଅନ୍ୟ ୨ଟି ମାମଲାରେ ମଧ୍ୟ ହାଇକୋର୍ଟ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ମାମଲାରେ କଡ଼ା ଯାଞ୍ଚ କରିବା ପାଇଁ ସିବିଆଇ ଯାଞ୍ଚ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲା ସହ ଅନ୍ୟ ୨ଟି ମାମଲାରେ ମଧ୍ୟ ହାଇକୋର୍ଟ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶାହଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ଆଦେଶ ଦିଆଯାଇଛି ।

ଅତିରିକ୍ତ ପୋଲିସ ଡିଜି ସୁପ୍ରତିମ ସରକାର କହିଥିଲେ ଯେ, ଶେଖକୁ ଉତ୍ତର ୨୪ ପରଗନା ଜିଲ୍ଲାର ସୁନ୍ଦରବନ ବାହାର ଅଞ୍ଚଳରେ ଥିବା ଏକ ଘରୁ ଗିରଫ କରାଯାଇଛି । କିଛି ସାଥୀଙ୍କ ସହ ଏହି ଘର ଭିତରେ ଶାହଜାହାନ ଶେଖ ଲୁଚିଥିବା ପୋଲିସ ସୂଚନା ଦେଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ ବଶୀରହାଟ ଅଦାଲତରେ ହାଜର କରାଯାଇ ୧୦ ଦିନ ପୋଲିସ ହେପାଜତକୁ ନିଆ ଯାଇଥିଲା ।

ସୂଚନାଯୋଗ୍ୟ, ଫେବୃଆରୀ ୨୯ ତାରିଖରେ ତୃଣମୂଳ କଂଗ୍ରେସର ଫେରାର ନେତା ଶାହଜାହାନ ଶେଖଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜମି ଜବରଦଖଲ ଅଭିଯୋଗରେ ପୋଲିସ ଗିରଫ କରିଥିଲା ।

ମୁଖ୍ୟ ଅଭିଯୁକ୍ତ ଶାହଜାହାନଙ୍କୁ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଥିଲା । ରାଶନ ଘୋଟାଲା ମାମଲାରେ ଇଡି ତାଙ୍କୁ କିଛିଦିନରୁ ଖୋଜୁଥିଲା କିନ୍ତୁ ସେ ଫେରାର ହୋଇଯାଇଥିଲେ । ଶାହାଜାହାନ୍ ଓ ତା’ର କିଛି ସହଯୋଗୀ ସନ୍ଦେଶଖାଲିରେ ନିୟମିତ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ସେମାନେ ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.