ଇସ୍ରାଏଲରେ କ୍ଷେପଣାସ୍ତ୍ର ଆକ୍ରମଣ, ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ; ଅନ୍ୟ ୨ ଆହତ

ଇସ୍ରାଏଲରେ କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତ ଭାରତୀୟ ହେଉଛନ୍ତି କେରଳର ବାସିନ୍ଦା ।

ଇସ୍ରାଏଲରେ କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତ ଭାରତୀୟ ହେଉଛନ୍ତି କେରଳର ବାସିନ୍ଦା । ନ୍ୟୁଜ୍‌ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ଯେ ଲେବାନନ୍‌ରୁ ଛଡ଼ା ଯାଇଥିବା ଏକ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଇସ୍ରାଏଲର ଉତ୍ତର ସୀମାବର୍ତ୍ତୀ ମାର୍ଗାଲିୟଟ୍‌ ନିକଟସ୍ଥ ଏକ ବଗିଚାରେ ପଡ଼ିଥିଲା ।

ଉଦ୍ଧାର ସେବା ମ୍ୟାଗେନ୍‌ ଡେଭିଡ ଏଡୋମ୍‌ (ଏମ୍‌ଡିଏ) ର ପ୍ରବକ୍ତା ଜାକି ହେଲର କହିଛନ୍ତି ଯେ ସୋମବାର ସକାଳ ୧୧ଟାରେ ଇସ୍ରାଏଲର ଉତ୍ତରରେ ଥିବା ଗାଲିଲି ଅଞ୍ଚଳରେ ମାର୍ଗାଲିୟଟ୍‌ (ସାମୂହିକ କୃଷକ ସମ୍ପ୍ରଦାୟ) ର ଏକ ବଗିଚାରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା ।

ଏହି ଆକ୍ରମଣରେ କେରଳର କୋଲ୍ଲମ୍‌ ବାସିନ୍ଦା ପ୍ୟାଟନିବିନ ମ୍ୟାକ୍ସୱେଲଙ୍କ ମୃତ୍ୟୁ ଘଟିଛି । ଏଥିରେ ବୁଶ ଜୋସେଫ ଜର୍ଜ ଓ ପଲ୍‌ ମେଲଭିନ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜର୍ଜଙ୍କ ମୁହଁ ଓ ଶରୀରରେ ଆଘାତ ଲାଗିଛି । ଏଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି । ବର୍ତ୍ତମାନ ସେ ଭାରତରେ ନିଜ ପରିବାର ସହିତ କଥା ହୋଇପାରିବେ ବୋଲି ହସ୍ପିଟାଲ ସୂତ୍ରରୁ କୁହାଯାଇଛି ।

ସେପଟେ ମେଲଭିନଙ୍କୁ ସାମାନ୍ୟ ଆଘାତ ଲାଗିଛି । ସେ କେରଳର ଇଡୁକି ଜିଲ୍ଲାର ବାସିନ୍ଦା । କୁହାଯାଉଛି ଯେ ଲେବାନନ୍‌ରେ ହିଜବୁଲ୍ଲାଙ୍କ ତରଫରୁ ଏହି ଆକ୍ରମଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.