ଦେଶ ବିଦେଶ

ହାଇୱେରେ ଦୁଇଦିନ ପର୍ଯ୍ଯନ୍ତ ଶବକୁ ଦଳିଦେଉଥିଲା ଗାଡି, କପଡାରୁ ମିଳିଲା କେଇ ଖଣ୍ଡ ହାଡ଼

ମଧ୍ୟପ୍ରଦେଶ ରିଭାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ରାଜପଥରେ ଦୁଇ ଦିନ ହେଲାଣି ଜଣେ ବୃଦ୍ଧଙ୍କ ଶବକୁ ଗାଡି ମୋଟର ଚାପି ଦେଇ ଯିବା ଆସିବା କରୁଥିଲେ ମଧ୍ୟ କେହି ଏ ସମ୍ପର୍କରେ ଜାଣିବାକୁ ମଧ୍ୟ ପାଇନଥିଲେ। ଦୁଇ ଦିନ ପରେ ଏହି ରାଜପଥ ଦେଇ ଯାଉଥିବା ଜଣେ ବ୍ୟକ୍ତି ରାଜପଥରେ କିଛି କପଡା ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଆସି ଦେଖିବା ପରେ ଜଣାପଡିଥିଲା ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିଲା। ଆଉ ଏହି ମୃତଦେହ ଉପର ଦେଇ ଯାନବାହାନ ଯିବା ଆସିବା କରିବା ଫଳରେ କେବଳ ଦୁଇଖଣ୍ଡ ହାଡ ମିଳିଥିଲା।

ରାଜପଥରେ ପଡିଥିବା ଏହି ଶବର ଦୁର୍ଗତି ଦେଖି ପୋଲିସର ବି ହୋସ ଉଡିଯାଇଥିଲା। କାରଣ ରାଜପଥରେ ଉକ୍ତ ଶବର କିଛି ହାଡ ଖଣ୍ଡ ହିଁ ପଡିଥିଲା। ଶରୀରର ପୁରା ମାଂସ ଓ ଅଂଶ ରାଜପଥରେ ଏହିଭଳି ଭାବେ ଗାଡି ତଳେ ଚାପି ହୋଇଯାଇଥିଲା ଯେ କପଡା ଭିତରେ ବୃଦ୍ଧଙ୍କର ମୃତଶରୀର ନଥିଲା, ଥିଲା କେବଳ କେଇ ଖଣ୍ଡ ହାଡ। ଅନେକ ହାଡ ମଧ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଯେଉଁଠାରେ ଦୁର୍ଘଟଣା ଘଟିଥିଲା ସେଠାରେ ଲାଇଟ ନଥିଲା। ସେଥିପାଇଁ ଶବ ଦେଖା ଯାଇନଥିବ ଏବଂ ଗାଡି ତା ଉପରେ ମାଡି ଯାଇଥିବା ଅନୁମାନ କରାଯାଉଛି।

ପୋଲିସ ମାମଲାର ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ, ସତନା ଜିଲ୍ଲା ସୋନବର୍ଷା ଗାଁର ଏକ ପରିବାର ନିଖୋଜ ରିପୋର୍ଟ ଦେବାକୁ ଥାନାକୁ ଯାଇଥିଲେ। ଘରଲୋକ କହିଥିଲେ ୭୫ ବର୍ଷ ବୟସ୍କ ସଂପତଲାଲ ନିଜ ଝିଅକୁ ଦେଖା କରିବାକୁ ୩ ଦିନ ହେଲା ଘରୁ ବାହାରିଛନ୍ତି। କିନ୍ତୁ ନା ସେ ଝିଅ ପାଖରେ ପହଞ୍ଚିଛନ୍ତି ନା ଘରକୁ ଫେରିଛନ୍ତି। ପୋଲିସ ଘରଲୋକଙ୍କ ସେହି କପଡା ଦେଖାଇଥିଲା ଯାହା ରାଜପଥରୁ ଜବତ କରିଥିଲା। ଘରଲୋକ କପଡା ଦେଖି ଚିହ୍ନିଥିଲେ। ଏହାପରେ ଖୁଲାସା ହୋଇଥିଲା ଯେ ଗତ ଦୁଇ ଦିନ ହେଲା ସଂପତଲାଲଙ୍କ ଶବ ଉପରେ ରାଜପଥରେ ଗାଡି ମୋଟର ଯିବା ଆସିବା କରୁଥିଲା।

Swagatika

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

33 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

42 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago