ଦେଶ ବିଦେଶ

ଆମେରିକାରେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ସମୟରେ ହସୁଥିଲା ପୋଲିସ, ଭିଡିଓ ଦେଖି ତଦନ୍ତ ଦାବି କଲା ଭାରତ

ପୋଲିସର ଏ କି ଅଭଦ୍ରାମୀ। କ’ଣ ମାନବିକତା ଭୁଲି ଗଲାଣି? ଜଣକୁ ମାରିବା ପରେ ବି ତା ଜୀବନର ମୂଲ୍ୟ କିଛି ନାହିଁ ବୋଲି କହି ଥଟ୍ଟା ପରିହାସ କରିବା କେତେଦୂର ଠିକ? ଜଣକ ଉପରେ ଗାଡ଼ି ଚଢ଼ାଇ ତାକୁ ମାରି ସାରିବା ପରେ ବି ଏ ପୋଲିସ ଅଧିକାରୀ ଜଣକ ହସୁଛନ୍ତି। ଯାହାର କ୍ଳିପ ଏବେ ଭାଇରାଲ ହେବାରେ ଲାଗିଛି। ଏ ଘଟଣାଟି ଏବେ ସବୁଠି ଚର୍ଚ୍ଚ ଧରିଛି। ଆମେରିକାରେ ଭାରତୀୟ ଯୁବତୀଙ୍କ ଏଭଳି ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଏଠି ଜଣେ ଭାରତୀୟ ଯୁବତୀଙ୍କ ଉପରେ ପୋଲିସ ଅଧିକାରୀ ଗାଡ଼ି ଚଢ଼ାଇଦେଲେ । ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ବି ହୋଇଗଲା। କିନ୍ତୁ ପୋଲିସ ଜଣକର ସେତିକି ବି ବୁଦ୍ଧି ନାହିଁ ଯେ ଗାଡ଼ି ଅଟକାଇ ମୃତ ଯୁବତୀଙ୍କ ପାଖକୁ ଟିକେ ଯିବା.. ପାଖକୁ ଯିବା ତ ଛାଡ଼ ଗାଡ଼ି ଭିତରେ ବସି ହସି ହସି ଉପରସ୍ଥ ଅଧିକାରୀଙ୍କୁ ସେହି କଥା ଜଣାଉଥିଲେ। ଏସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

୨୬ ବର୍ଷୀୟ ଜାହ୍ନବୀ କଣ୍ଡୁଲା ଆମେରିକାରେ ରହି ମାଷ୍ଟର ଡିଗ୍ରୀ କରୁଥିଲେ। ଘଟଣା ଅନୁସାରେ ଗତ ୨୩ ଜାନୁଆରୀରେ ସିଆଟେଲର ରାସ୍ତାରେ ଯାଉଥିବା ସମୟରେ ପୋଲିସର ଏକ ଏସପିଡ଼ି କାର ଆସି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଜାହ୍ନବୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। କିନ୍ତୁ ଦୁଃଖର କଥା ହେଉଛି ଏହି ସମୟରେ ପୋଲିସ ଅଧିକାରୀ ଜଣକ ସେଠାରେ ଗାଡ଼ି ନ ରଖି ପଳାଇଥିଲେ। ଆଉ ହସି ହସି ଉପରସ୍ଥ ଅଧିକାରୀଙ୍କୁ କହୁଥିଲେ, ତା ଜୀବନର ମୂଲ୍ୟ ଏମିତି କେତେ ଥିଲା ଯେ?

ଏହି ଖବର ଏବେ ସମସ୍ତଙ୍କୁ ଆଘାତ ଦେଇଛି। ଏତେ ବଡ଼ ଦେଶରେ ଭାରତୀୟ ଯୁବତୀଙ୍କ ମୃତ୍ୟୁକୁ ନେଇ ଏଭଳି କଦର୍ଯ୍ୟ ବ୍ୟବହାର ଅଦୌ ଠିକ ନୁହେଁ। ଏଥିପାଇଁ ତାଙ୍କୁ କ୍ଷମା ମାଗିବାକୁ ଭାରତ କହିଛି। ସୁଚନା ଅନୁସାରେ ଏହି କାରକୁ କେଭିନ୍‌ ଡେଭ ନାମକ ଜଣେ ପୋଲିସ ଅଧିକାରୀ ଚଳାଉଥିଲେ। ସେହି ସମୟରେ ଅଧିକାରୀ ଜଣକ ୭୦ ରୁ ଅଧିକ ସ୍ପିଡ଼ରେ ଗାଡ଼ି ଚଲାଉଥିଲେ। ଫୋନରେ କଥା ହେବା ସମୟରେ ଯୁବତୀଙ୍କ ଉପରେ ଗାଡ଼ି ଚଢ଼ାଇ ଥିଲେ ବୋଲି ଜଣାପଡ଼ିଛି।

ତେବେ ଘଟଣାର ତଦନ୍ତ ପାଇଁ ପୋଲିସ ଅଫିସର ଗିଲ୍ଡର ଉପାଧକ୍ଷ ଡ଼ାନିଏଲ ଆଣ୍ଡରର ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆଉ ଏହା ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ । କିନ୍ତୁ ତାଙ୍କ ହସ ମୁହଁରୁ କମୁନଥିଲା। ସେ ଘଟଣା ବିଷୟରେ ହସି ହସି କହୁଥିଲେ। ଯାହା କି ପୁରା ଲଜ୍ଜାଜନକ ବିଷୟ। ତାଙ୍କ କହିବା ଅନୁସାରେ, ”ଯୁବତୀଙ୍କୁ ୨୬ ବର୍ଷ ହୋଇଥିଲା, ଏମିତିରେ ତା ଜୀବନର ମୂଲ୍ୟ ଏତିକି ହିଁ ଥିଲା। ଗୋଟିଏ ୧୧ ହଜାର ଡଲାର ଚେକ ଧରାଇଦେଲେ କାମ ଶେଷ।” ଯାହାକୁ ଶୁଣିବା ପରେ ଭାରତୀୟଙ୍କ ମନରେ ଆଘାତ ହୋଇଛି।

ଏପୁରା ଘଟଣା ଆଣ୍ଡରରଙ୍କ ବଡ଼ି କ୍ୟାମେରାରେ ରେକର୍ଡ ହୋଇଥିଲା। ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ମୃତ ଯୁବତୀ ଜଣକ ଆନ୍ଧ୍ରପ୍ରଦେଶର ଜାହ୍ନବୀ କଣ୍ଡୁଲା। ନର୍ଥ ଇଷ୍ଟର୍ଣ୍ଣ ୟୁନିର୍ଭସିଟିର ସେ ଛାତ୍ରୀ ଥିଲେ।

ଏପରି ଏକ ଦୁର୍ଭାଗ୍ୟଜନକ ଘଟଣାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି କରିଛି ଭାରତ। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଘଟଣାକୁ ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି। ସେ କହିଛନ୍ତି କନସୁଲେଟ୍ ଏବଂ ଦୂତାବାସ ଘଟଣାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ଉପରେ ନଜର ରଖିବେ। ମାମଲାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

34 mins ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

3 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

4 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

4 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

4 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

4 hours ago