ଦେଶ ବିଦେଶ

ବଡ଼ ଯୁଦ୍ଧ ଆଡକୁ ମୁହାଁଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ହିଂସା, ଏକାଧିକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟକୁ କରିଛି ମିସାଇଲ ମାଡ଼

କେନ୍ୟୁଜ୍(ବ୍ୟୁରୋ):  ଇସ୍ରାଏଲ ଓ ହମାସ ମଧ୍ୟରେ ହିଂସା ଏକ ବଡ଼ ଯୁଦ୍ଧ ଆଡକୁ ମୁହାଁଉଛି । ଉଭୟ ପଟୁ ରକେଟ ଓ ମିସାଇଲ ମାଡ଼ ଜାରି ରହିଛି । ଗତକାଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଥିବା ମିଡିଆ ହାଉସ୍‌ ଉପରେ ରାଗ ସୁଝାଇଛି । ଏକାଧିକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ଥିବା ଏକ ୧୨ ମହଲା କୋଠାକୁ ଧୂଳିସାତ୍‌ କରିଦେଇଛି । ଆମେରିକାର ଆସୋସିଏଟ ପ୍ରେସ୍‌ AP ଓ କତାରରେ ଅଲ ଜଜିରା ସମେତ ଅନେକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ଏହି କୋଠାରେ ରହିଥିଲା । ଏହାକୁ ନେଇ ଇସ୍ରାଏଲ ଉପରେ ଅଙ୍ଗୁଳି ଉଠିଛି ।

ପ୍ରଥମେ ଘର ଓ କାର୍ଯ୍ୟାଳୟ ଖାଲି କରିବାକୁ ଘୋଷଣା କରାଯାଇଥିଲା । ଏହାର ଘଣ୍ଟାଏ ପରେ ଏକାଧିକ ବିମାନ ଦ୍ୱାରା ବୋମାବର୍ଷଣ କରିଥିଲା ଇସ୍ରାଏଲ । ମାତ୍ର କେଇ ସେକେଣ୍ଡ ମଧ୍ୟରେ ୧୨ ମହଲା ବିଶିଷ୍ଟ ସୁଉଚ୍ଚ କୋଠା ଭୁଶୁଡି ପଡ଼ିଥିଲା । ଏହି ବିଲଡିଂରେ ହମାସ୍‌ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟାଳୟ ଥିବା ଦାବି କରିଛି ଇସ୍ରାଏଲ । ଆକ୍ରମଣରେ ୧୪୦ ଜଣ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି। ଏଥିରେ ୩୯ରୁ ଅଧିକ ଶିଶୁ ରହିଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ହମାସକୁ ନିପାତ କରିବା ଲକ୍ଷରେ ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି। ଅନ୍ୟପଟେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଆଜି ଜରୁରୀ ବୈଠକ ବସିବ । ଏହା ପୂର୍ବରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ବିବାଦର ସମାଧାନ ପାଇଁ ସମସ୍ତ ଦେଶ ଆଗେଇ ଆସିବା ଦରକାର ।.

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

12 mins ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

2 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

2 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

2 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

3 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

4 hours ago