ବଡ଼ ଯୁଦ୍ଧ ଆଡକୁ ମୁହାଁଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ହିଂସା, ଏକାଧିକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟକୁ କରିଛି ମିସାଇଲ ମାଡ଼

କେନ୍ୟୁଜ୍(ବ୍ୟୁରୋ):  ଇସ୍ରାଏଲ ଓ ହମାସ ମଧ୍ୟରେ ହିଂସା ଏକ ବଡ଼ ଯୁଦ୍ଧ ଆଡକୁ ମୁହାଁଉଛି । ଉଭୟ ପଟୁ ରକେଟ ଓ ମିସାଇଲ ମାଡ଼ ଜାରି ରହିଛି । ଗତକାଲି ଇସ୍ରାଏଲ ଡିଫେନ୍ସ ଫୋର୍ସ ଥିବା ମିଡିଆ ହାଉସ୍‌ ଉପରେ ରାଗ ସୁଝାଇଛି । ଏକାଧିକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ଥିବା ଏକ ୧୨ ମହଲା କୋଠାକୁ ଧୂଳିସାତ୍‌ କରିଦେଇଛି । ଆମେରିକାର ଆସୋସିଏଟ ପ୍ରେସ୍‌ AP ଓ କତାରରେ ଅଲ ଜଜିରା ସମେତ ଅନେକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ଏହି କୋଠାରେ ରହିଥିଲା । ଏହାକୁ ନେଇ ଇସ୍ରାଏଲ ଉପରେ ଅଙ୍ଗୁଳି ଉଠିଛି ।

alzara

ପ୍ରଥମେ ଘର ଓ କାର୍ଯ୍ୟାଳୟ ଖାଲି କରିବାକୁ ଘୋଷଣା କରାଯାଇଥିଲା । ଏହାର ଘଣ୍ଟାଏ ପରେ ଏକାଧିକ ବିମାନ ଦ୍ୱାରା ବୋମାବର୍ଷଣ କରିଥିଲା ଇସ୍ରାଏଲ । ମାତ୍ର କେଇ ସେକେଣ୍ଡ ମଧ୍ୟରେ ୧୨ ମହଲା ବିଶିଷ୍ଟ ସୁଉଚ୍ଚ କୋଠା ଭୁଶୁଡି ପଡ଼ିଥିଲା । ଏହି ବିଲଡିଂରେ ହମାସ୍‌ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟାଳୟ ଥିବା ଦାବି କରିଛି ଇସ୍ରାଏଲ । ଆକ୍ରମଣରେ ୧୪୦ ଜଣ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି। ଏଥିରେ ୩୯ରୁ ଅଧିକ ଶିଶୁ ରହିଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ହମାସକୁ ନିପାତ କରିବା ଲକ୍ଷରେ ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି। ଅନ୍ୟପଟେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଆଜି ଜରୁରୀ ବୈଠକ ବସିବ । ଏହା ପୂର୍ବରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ବିବାଦର ସମାଧାନ ପାଇଁ ସମସ୍ତ ଦେଶ ଆଗେଇ ଆସିବା ଦରକାର ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.