Below header

କନ୍ଧମାଳ: ଭୟର ସ୍ଥିତି ଭିତରେ ଆଶାର କିରଣ, କରୋନାକୁ ମାତ ଦେଲେ ୮୩ ବର୍ଷୀୟ ବୃଦ୍ଧ

ବାଲିଗୁଡା(କେନ୍ୟୁଜ୍):  କରୋନାକୁ ମାତ ଦେଲେ ୮୩ ବର୍ଷୀୟ ବୃଦ୍ଧ । କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବଡ଼ଗାଁ ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ରରୁ ଜଣେ ୮୩ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାଲିଗୁଡା ଅଞ୍ଚଳର ଶ୍ୟାମଘନ ପଣ୍ଡା ୧୦ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ବାଲିଗୁଡାର ବଡ଼ଗାଁ କୋଭିଡ଼ ସେବା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ।

kandhamal

ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ନର୍ସ ଓ କର୍ମଚାରୀ ମାନେ ପୁଷ୍ପ ଗୁଛ ଦେବା ସହିତ ତାଳିମାରି ଅଭିନନ୍ଦନ କରିଥିଲେ । ବୃଦ୍ଧ ଜଣକ ଏହି ବୟସରେ କରୋନାକୁ ହରାଇ ଉଦାହରଣ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.