Below header

ଶକ୍ତିଶାଳୀ ହେଉଛି ତାଉ-ତେ, ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ମାଡ଼ି ଆସୁଛି

କେନ୍ୟୁଜ୍(ବ୍ୟୁରୋ):  ଶକ୍ତିଶାଳୀ ହେଉଛି ତାଉ-ତେ । ଆରବ ସାଗରରେ ମାଡ଼ି ଆସୁଛି ବାତ୍ୟା । ଭେରୀ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଏହା ଗତି କରୁଛି । ଗୋଆ ପାଞ୍ଜିମ ଠାରୁ ଏହା ୧୫୦, ମୁମ୍ବାଇ ଠାରୁ ୪୯୦ ଓ ଗୁଜରାଟ ଠାରୁ ୭୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ।

ଆସନ୍ତାକାଲି ସଂନ୍ଧ୍ୟାରେ ଏହା ଗୁଜରାଟ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୮ ତାରିଖ ଭୋରରୁ ପୋରବନ୍ଦର ଓ ମୋହୁଭା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ତାଉ-ତେ । ଅତି ତୀବ୍ର ସାମୁଦ୍ରିକ ଝ଼ଡ଼ ଲ୍ୟାଣ୍ଡଫଲ୍‌ ବେଳକୁ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ବେଗରେ ପବନ ବହିବ । ଏହା ବଢି ୧୭୫ କିଲୋମିଟର ଛୁଇଁପାରେ । ଏହାର ପ୍ରଭାବ ମହାରାଷ୍ଟ୍ର, କେରଳ, ଗୋଆ, କର୍ଣ୍ଣାଟକରେ ପଡ଼ିବ । ଅନ୍ୟପଟେ ସହାୟତା ପାଇଁ ଓଡ଼ିଶାରୁ ଏନଡିଆରଏଫ୍‌ର ୫ଟି ଟିମ୍‌ ଗୁଜରାଟ ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.