ଶିକ୍ଷକଙ୍କ ପାଠପଢାର ଅଜବ ଶୈଳୀ ହେଲା ଭାଇରାଲ୍ : ଅମିତାଭ ବଚ୍ଚନ୍ ମଧ୍ୟ କଲେ ପ୍ରଶଂସା , ଦେଖନ୍ତୁ ଭିଡିଓ

ପିଲାଙ୍କୁ ନୂଆ ଭାଷା ଶିଖାଇବା ଏକ ସହଜ କାମ ନୁହେଁ । ଖାସ୍ କରି ସେହି ଭାଷା ଯଦି ମାତୃଭାଷାରୁ ଅଲଗା ହୋଇଥାଏ ତେବେ ଅସୁବିଧା କିଛି ମାତ୍ରାରେ ବଢିଯାଇଥାଏ । ଏହି ଅସୁବିଧାକୁ ସମାଧାନ କରିବା ପାଇଁ ବିହାରର ଜଣେ ଶିକ୍ଷକ ଛୁଆମାନଙ୍କୁ ଗୀତ ଗାଇ ଇଂରାଜୀ ଶିକ୍ଷା ଦେଉଛନ୍ତି । ନିକଟରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଶିକ୍ଷକ ଜଣଙ୍କ ପିଲାମାନଙ୍କୁ ଭାୱେଲ୍ ଏବଂ କନସୋନେଣ୍ଟ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ବୁଝାଉଥିବାର ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ :

ପ୍ରଥମେ କୁମାର ବିଶ୍ବାସ ସେୟାର କରିଥିଲେ ଭିଡିଓ :

ଏହି ଭିଡିଓକୁ ସର୍ବପ୍ରଥମେ କବି କୁମାର ବିଶ୍ବାସ ସେୟାର କରିଥିଲେ । ବିଶ୍ବାସ ଏଥିରେ କଂଗ୍ରେସ ନେତା ଶଶି ଥରୁର ଟ୍ୟାଗ୍ କରିଥିଲେ । କୁମାର ବିଶ୍ବାସଙ୍କ ଟ୍ବିଟ୍ ପରେ ଏହି ଭିଡିଓ ନିଆଁ ଭଳି ବ୍ୟାପି ଚାଲିଥିଲା ।

ଅମିତାଭ ବଚ୍ଚନ୍ ମଧ୍ୟ ଏହି ଭିଡିଓଟିକୁ ପ୍ରଶଂସା କରିବା ସହିତ ସେୟାର କରିଥିଲେ । ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ ଜଣାପଡିନାହିଁ ଏହା କେଉଁ ସ୍କୁଲର ଏବଂ କେଉଁ ଶିକ୍ଷକଙ୍କ ଭିଡିଓ । ତେବେ ଯାହା ହେଉନା କାହିଁକି ଏଥିରେ ଶିକ୍ଷକ ଜଣଙ୍କ ପଢାଶୈଳୀକୁ ତାରିଫ୍ ନକରି ରହିହେଉନାହିଁ ।

Sonalisa

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

14 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

26 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

27 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago