ଶିକ୍ଷକଙ୍କ ପାଠପଢାର ଅଜବ ଶୈଳୀ ହେଲା ଭାଇରାଲ୍ : ଅମିତାଭ ବଚ୍ଚନ୍ ମଧ୍ୟ କଲେ ପ୍ରଶଂସା , ଦେଖନ୍ତୁ ଭିଡିଓ

ପିଲାଙ୍କୁ ନୂଆ ଭାଷା ଶିଖାଇବା ଏକ ସହଜ କାମ ନୁହେଁ । ଖାସ୍ କରି ସେହି ଭାଷା ଯଦି ମାତୃଭାଷାରୁ ଅଲଗା ହୋଇଥାଏ ତେବେ ଅସୁବିଧା କିଛି ମାତ୍ରାରେ ବଢିଯାଇଥାଏ । ଏହି ଅସୁବିଧାକୁ ସମାଧାନ କରିବା ପାଇଁ ବିହାରର ଜଣେ ଶିକ୍ଷକ ଛୁଆମାନଙ୍କୁ ଗୀତ ଗାଇ ଇଂରାଜୀ ଶିକ୍ଷା ଦେଉଛନ୍ତି । ନିକଟରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଶିକ୍ଷକ ଜଣଙ୍କ ପିଲାମାନଙ୍କୁ ଭାୱେଲ୍ ଏବଂ କନସୋନେଣ୍ଟ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ବୁଝାଉଥିବାର ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ :


ପ୍ରଥମେ କୁମାର ବିଶ୍ବାସ ସେୟାର କରିଥିଲେ ଭିଡିଓ :

ଏହି ଭିଡିଓକୁ ସର୍ବପ୍ରଥମେ କବି କୁମାର ବିଶ୍ବାସ ସେୟାର କରିଥିଲେ । ବିଶ୍ବାସ ଏଥିରେ କଂଗ୍ରେସ ନେତା ଶଶି ଥରୁର ଟ୍ୟାଗ୍ କରିଥିଲେ । କୁମାର ବିଶ୍ବାସଙ୍କ ଟ୍ବିଟ୍ ପରେ ଏହି ଭିଡିଓ ନିଆଁ ଭଳି ବ୍ୟାପି ଚାଲିଥିଲା ।

amitabh-bacchanଅମିତାଭ ବଚ୍ଚନ୍ ମଧ୍ୟ ଏହି ଭିଡିଓଟିକୁ ପ୍ରଶଂସା କରିବା ସହିତ ସେୟାର କରିଥିଲେ । ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ ଜଣାପଡିନାହିଁ ଏହା କେଉଁ ସ୍କୁଲର ଏବଂ କେଉଁ ଶିକ୍ଷକଙ୍କ ଭିଡିଓ । ତେବେ ଯାହା ହେଉନା କାହିଁକି ଏଥିରେ ଶିକ୍ଷକ ଜଣଙ୍କ ପଢାଶୈଳୀକୁ ତାରିଫ୍ ନକରି ରହିହେଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.