ପ୍ରେମିକା ନାଇଟ ଆଉଟରେ ଯିବାକୁ ମନା କରିବାରୁ ନିଜକୁ ଗୁଳି ମାରିଲେ ପ୍ରେମିକ !

ମୋହାଲି : ସଙ୍ଗରୁରର ଜଣେ ୩୨ ବର୍ଷିୟା ଯୁବକ ପ୍ରେମିକାଙ୍କ ପାଇଁ ନିଜ ଯଙ୍ଘରେ ଗୁଳି ମାରିଦେଇଛନ୍ତି। ଏହି ଘଟଣା ଘଟିବାର ଗୋଟିଏ ଦିନ ପରେ ଅର୍ଥାତ ରବିବାର ଦିନ ପୋଲିସ ଜାଣିବାକୁ ପାଇଲା ଯେ ଯୁବକ ଜଣକ ନିଜେ ଘଟଣା ଘଟାଇ ମିଛ କହି ପୋଲିସକୂ ଭୁଆଁ ବୁଲାଉଛି।

ଧୂରୀରେ ରହୁଥିବା ଜଣେ ମହିଳା ଏହି ଘଟଣାର ମୁଖ୍ୟ ସାଖି। ସେ ଜଣାଇଛନ୍ତି ଯେ କାରରେ ସେ ଯୁବକଙ୍କ ସହିତ ଉପସ୍ଥିତ ଥିଲେ। ଯୁବକ ତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ କଥା ନମାନନ୍ତି ତେବେ ଯୁବକ ଜଣଙ୍କ ନିଜକୁ ଗୁଳି ମାରିଦେବେ ବୋଲି କହିଥିଲେ।

ମହିଳା ଜଣକ ଜଣାଇଥିଲେ ଯେ ସରବଜିତ ତାଙ୍କୁ ଗୋଟିଏ ରାତି ପାଇଁ ସହରରୁ ବାହାରକୁ ଯିବା ପାଇଁ ବାଧ୍ୟ କରୁଥିଲେ। ଯେତେବେଳେ ମହିଳା ଜଣକ ଯିବାକୁ ଅରାଜି ହୋଇ ଅଟଳ ରହିଲେ ତେବେ ସରବଜିତ ଜାଣିଜାଣି ନିଜ ଜଙ୍ଘରେ ଗୁଳି ମାରିଦେଲେ। ଏହାପରେ ଧରାପଡିଯିବା ଭୟରେ ଗୋଟିଏ କାହାଣି ରଚିଥିଲେ ଯେ କିଛି ସନ୍ଦିଗ୍ଧ ଯୁବକ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ତାଙ୍କ ହତିଆରକୁ ଛଡାଇବାକୁ ଚେଷ୍ଟା କରିଥିଲେ। ଏହାଭିତରେ ଧସ୍ତାଧସ୍ତିରେ ଗୁଳି ତାଙ୍କ ଜଙ୍ଘରେ ବାଜିଗଲା। କିନ୍ତୁ ପୋଳିସକୁ ସରବଜିତର ବୟାନରେ କିଛି ସନ୍ଦେହ ଲାଗିଲା।

ପୋଲିସକୁ ଭୂଆଁ ବୁଲାଇବା ଆରୋପରେ, ଆତ୍ମହତ୍ୟା ଉଦ୍ୟମ କରିଥିବା ଆରୋପରେ ଏବଂ ହାତହତିଆର ରଖିଥିବା ଅଭିଯୋଗର ମାମଲା ରୁଜୁ କରାଯାଇଛି। ଡାକ୍ତର ସରବଜିତଙ୍କର ଫିଟନେସ ସାର୍ଟିଫିକେଟ ଦେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବୋଲିସ ଅଧିକାରୀ (ଏସଏସପି) କୁଲଦୀପ ସିଂହ ଚହଲ ।