କରୋନା ସମ୍ପର୍କରେ ଚୀନ୍ ଘୋଷଣା କରିବାର ବହୁ ପୂର୍ବରୁ ଚୀନ୍ରେ କରୋନା ସଂକ୍ରମଣ ହୋଇ ସାରିଥିଲା ବୋଲି ଚୀନ୍ର ଜଣେ ବୈଜ୍ଞାନିକ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯଦି କରୋନା ବିଷୟରେ ବାହାରେ ପ୍ରକାଶ କରିଥାନ୍ତେ ତେବେ ତାଙ୍କୁ ମାରିଦିଆ ଯାଇଥାନ୍ତା ।
ବହୁତ କଷ୍ଟରେ ସେ ଲୁଚିକରି ଆମେରିକା ଚାଲି ଆସିଛନ୍ତି ବୋଲି ଆମେରିକାର ଏକ ନ୍ୟୁଜ୍ ଚ୍ୟାନେଲ୍କୁ କହିଛନ୍ତି । ଏହି ବୈଜ୍ଞାନିକ ହେଲେ ଲି ମିଙ୍ଗ୍ ୟାନ୍ । ଯେ କି ନିକଟରେ ହଙ୍ଗ୍କଙ୍ଗ୍କରୁ ଲୁଚି କରି ଆମେରିକା ଚାଲି ଆସିଥିଲେ ।
ସେ ଆହୁରି କହିଛନ୍ତି ଯେ ଚୀନ୍କୁ ଭାଇରସ ସମ୍ପର୍କରେ ଜଣା ଥିଲା । ସେ କରୋନା ଉପରେ କରିଥିବା ରିସର୍ଚ୍ଚକୁ ଇନ୍ଷ୍ଟିଚ୍ୟୁଟ୍ର ସୁପର ଭାଇଜର ଗ୍ରହଣ କରି ନଥିଲେ । ଏପରିକି ତାଙ୍କର ରିସର୍ଚ୍ଚକୁ ଖାମ୍ ଖିଆଲ ଭାବେ ନେଇଥିଲେ ।
ସେ ଜାଣିଥିଲେ ଯେ କରୋନା ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପୀପାରେ ବୋଲି । ହେଲେ ତାଙ୍କ ପାଟି ବନ୍ଦ ରଖିବାକୁ ଧମକ ଦିଆଯାଇଥିଲା । ପାଟି ଖୋଲିଲେ ତାଙ୍କୁ ମାରି ଦିଆଯାଇଥାନ୍ତା ବୋଲି ୟାନ୍ କହିଛନ୍ତି ।
ଯଦି ପ୍ରଥମରୁ ତାଙ୍କ ରିସର୍ଚ୍ଚ ଉପରେ ଧ୍ୟାନ ଦିଆଯାଇ ଥାନ୍ତା ତେବେ ମୃତ୍ୟୁ ସଂଖ୍ୟାକୁ କମା ଯାଇ ପାରିଥାନ୍ତା । ୟାନ୍ ଚୀନରେ ଜନ୍ମ ହେବା ସହ ସେଠାରେ ପାଠ ପଢ଼ି ଚୀନ୍ ଭାଇରୋଲୋଜି ସେଣ୍ଟରରେ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।
ଚୀନ୍ର ଜଣାଶୁଣା ସାଇଣ୍ଟିଷ୍ଟଙ୍କ ମଧ୍ୟରୁ ୟାନ୍ ଥିଲେ ଜଣେ । ୯ ଜୁନ୍ରେ ଡବ୍ଲ୍ୟୁଏଚ୍ଓ କହିଥିଲା ଯେ ଚୀନ୍ ର ଜଣେ ଅଧିକାରୀଙ୍କ ଅନୁସାରେ କରୋନା ଭାଇରସ୍ ମଣିଷ ଠାରୁ ମଣିଷକୁ ବ୍ୟାପେ ନାହିଁ । ଯାହା ଫଳରେ ଏହା ବଶ୍ୱରେ ମାଡ଼ିଗଲା ବୋଲି ୟାନ୍ କହିଛନ୍ତି । ଚୀନ୍ର ଭୁଲ୍ ପାଇଁ ସାରା ବିଶ୍ୱ କରୋନା ମହାମାରୀକୁ ଭୋଗୁଛି ବୋଲି ୟାନ୍ କହିଛନ୍ତି ।
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…