ଚୀନ୍‌ ଛାଡ଼ି ଆମେରିକା ଲୁଚି ପଳାଇଲେ କରୋନା ବୈଜ୍ଞାନିକ, କହିଲେ ପାଟି ଖୋଲି ଥିଲେ ମୋତେ ମାରି ଦେଇଥାନ୍ତେ

କରୋନା ସମ୍ପର୍କରେ ଚୀନ୍‌ ଘୋଷଣା କରିବାର ବହୁ ପୂର୍ବରୁ ଚୀନ୍‌ରେ କରୋନା ସଂକ୍ରମଣ ହୋଇ ସାରିଥିଲା ବୋଲି ଚୀନ୍‌ର ଜଣେ ବୈଜ୍ଞାନିକ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯଦି କରୋନା ବିଷୟରେ ବାହାରେ ପ୍ରକାଶ କରିଥାନ୍ତେ ତେବେ ତାଙ୍କୁ ମାରିଦିଆ ଯାଇଥାନ୍ତା ।

ବହୁତ କଷ୍ଟରେ ସେ ଲୁଚିକରି ଆମେରିକା ଚାଲି ଆସିଛନ୍ତି ବୋଲି ଆମେରିକାର ଏକ ନ୍ୟୁଜ୍‌ ଚ୍ୟାନେଲ୍‌କୁ କହିଛନ୍ତି । ଏହି ବୈଜ୍ଞାନିକ ହେଲେ ଲି ମିଙ୍ଗ୍‌ ୟାନ୍‌ । ଯେ କି ନିକଟରେ ହଙ୍ଗ୍‌କଙ୍ଗ୍‌କରୁ ଲୁଚି କରି ଆମେରିକା ଚାଲି ଆସିଥିଲେ ।

covid-0

ସେ ଆହୁରି କହିଛନ୍ତି ଯେ ଚୀନ୍‌କୁ ଭାଇରସ ସମ୍ପର୍କରେ ଜଣା ଥିଲା । ସେ କରୋନା ଉପରେ କରିଥିବା ରିସର୍ଚ୍ଚକୁ ଇନ୍‌ଷ୍ଟିଚ୍ୟୁଟ୍‌ର ସୁପର ଭାଇଜର ଗ୍ରହଣ କରି ନଥିଲେ । ଏପରିକି ତାଙ୍କର ରିସର୍ଚ୍ଚକୁ ଖାମ୍‌ ଖିଆଲ ଭାବେ ନେଇଥିଲେ ।

ସେ ଜାଣିଥିଲେ ଯେ କରୋନା ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପୀପାରେ ବୋଲି । ହେଲେ ତାଙ୍କ ପାଟି ବନ୍ଦ ରଖିବାକୁ ଧମକ ଦିଆଯାଇଥିଲା । ପାଟି ଖୋଲିଲେ ତାଙ୍କୁ ମାରି ଦିଆଯାଇଥାନ୍ତା ବୋଲି ୟାନ୍‌ କହିଛନ୍ତି ।

c virus-4

ଯଦି ପ୍ରଥମରୁ ତାଙ୍କ ରିସର୍ଚ୍ଚ ଉପରେ ଧ୍ୟାନ ଦିଆଯାଇ ଥାନ୍ତା ତେବେ ମୃତ୍ୟୁ ସଂଖ୍ୟାକୁ କମା ଯାଇ ପାରିଥାନ୍ତା । ୟାନ୍‌ ଚୀନରେ ଜନ୍ମ ହେବା ସହ ସେଠାରେ ପାଠ ପଢ଼ି ଚୀନ୍‌ ଭାଇରୋଲୋଜି ସେଣ୍ଟରରେ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଚୀନ୍‌ର ଜଣାଶୁଣା ସାଇଣ୍ଟିଷ୍ଟଙ୍କ ମଧ୍ୟରୁ ୟାନ୍‌ ଥିଲେ ଜଣେ । ୯ ଜୁନ୍‌ରେ ଡବ୍ଲ୍ୟୁଏଚ୍‌ଓ କହିଥିଲା ଯେ ଚୀନ୍‌ ର ଜଣେ ଅଧିକାରୀଙ୍କ ଅନୁସାରେ କରୋନା ଭାଇରସ୍‌ ମଣିଷ ଠାରୁ ମଣିଷକୁ ବ୍ୟାପେ ନାହିଁ । ଯାହା ଫଳରେ ଏହା ବଶ୍ୱରେ ମାଡ଼ିଗଲା ବୋଲି ୟାନ୍‌ କହିଛନ୍ତି । ଚୀନ୍‌ର ଭୁଲ୍‌ ପାଇଁ ସାରା ବିଶ୍ୱ କରୋନା ମହାମାରୀକୁ ଭୋଗୁଛି ବୋଲି ୟାନ୍‌ କହିଛନ୍ତି ।

Leave A Reply

Your email address will not be published.