୨୦ ଲକ୍ଷ ବର୍ଷ ପୂର୍ବରୁ କିପରି ହୋଇଥିଲା ମଣିଷର ସୃଷ୍ଟି , ହ୍ରଦ ଖୋଲିଲା ସବୁ ରହସ୍ୟ

ଦୁନିଆରେ ଅନେକ ସ୍ଥାନ ଅଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏଥି ମଧ୍ୟରୁ ଗୋଟିଏ ହେଉଛି କେନିଆର ତୁର୍କାନା ହ୍ରଦ । କୁହାଯାଏ ମନୁଷ୍ୟ ଜନ୍ମର ଇତିହାସ ଏଠାରେ ଲୁଚି ରହିଛି । କାରଣ ଏଠାରୁ ମିଳିଥିବା 8 ବର୍ଷୀୟ ଶିଶୁର କଙ୍କାଳ ଏହାର ପ୍ରମାଣ ଦେଉଛି ମିଳିଲା । ବୈଜ୍ଞାନିକମାନେ ଏହା ଉପରେ ଅନେକ ଗବେଷଣା କରିବା ପରେ ଜଣାପଡିଥିଲା ଯେ ଏହି ଦୁନିଆରେ ପ୍ରଥମେ ମଣିଷ କିପରି ପାଦ ରଖିଲା।

ସାଧାରଣତଃ ମଣିଷମାନଙ୍କୁ ମାଙ୍କଡ ଏବଂ ଆଦିମ ମଣିଷର ଅଂଶ ଭାବରେ ବିବେଚନା କରାଯାଏ କିନ୍ତୁ ସମୟ ସହିତ ସେମାନେ କିପରି ବିକାଶ କଲେ ଏବଂ କିପରି ପୃଥିବୀରେ ଜନ୍ମ ହେଲେ ତା’ର ସଠିକ୍ ଉତ୍ତର କାହା ପାଖରେ ନାହିଁ । ଏହି ବିଷୟରେ ଭିନ୍ନ ଭିନ୍ନ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି । ତେବେ ହ୍ରଦରୁ ମିଳିଥିବା ଶିଶୁର କଙ୍କାଳରୁ ଜଣାପଡିଛି ଯେ ପୃଥିବୀରେ ଅନେକ ପ୍ରଜାତିର ମଣିଷ ଅଛନ୍ତି । ଯେଉଁଥିରେ ହୋମୋ ଇରେକ୍ଟସ୍, ହୋମୋ ହାବିଲିସ୍ ଏବଂ ପାରାଣ୍ଟ୍ରୋପସ୍ ବୋଇସି ଅନ୍ତର୍ଭୁକ୍ତ । ନୂତନ କଙ୍କାଳ ମିଳିବା ପରେ ଏଥିରେ ହୋମୋ ରୁଡୋଲଫେନସିସ୍ ନାମ ମଧ୍ୟ ଯୋଡି ହୋଇଛି । ସୂଚନା ଅନୁଯାୟୀ 1984 ମସିହାରେ ବୈଜ୍ଞାନିକମାନଙ୍କୁ ଏକ ଶିଶୁର କଙ୍କାଳ ମିଳିଥିଲା । ଯେଉଁଥିରୁ ଜଣା ପଡ଼ିଥିଲା ଯେ 20 ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ପ୍ରଥମ ମଣିଷ ଜନ୍ମ ନେଇଥିଲା ।

Lake Turkana, Kenya holidays – The Explorations Co

 

ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ତୁର୍କାନା ହ୍ରଦରେ ଆହୁରି ଅନେକ ରହସ୍ୟ ଅଛି ଯାହାକି ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ମଣିଷ କିପରି ଜନ୍ମ ନେଇଥିଲା ଏବଂ ସେ କଣ ଖାଇଥିଲା ସେ ସବୁ ବିଷୟରେ ସୂଚନା ଦେବ । କିନ୍ତୁ ପରିବେଶର ପରିବର୍ତ୍ତନ ହେତୁ ବର୍ତ୍ତମାନ ଏହି ହ୍ରଦ ଏକ ମରୁଭୂମିରେ ପରିଣତ ହୋଇଛି । ଯେଉଁଥିପାଇଁ ବର୍ତ୍ତମାନ ମଣିଷ ସୃତିର ରହସ୍ୟ ବୁଝିବା ଆହୁରି ଜଟିଳ ହୋଇପଡିଛି । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏହି ହ୍ରଦ ଆଗ୍ନେୟଗିରି ନିକଟରେ ଅବସ୍ଥିତ । ତେଣୁ ଏଠାରେ ହେଉଥିବା ପରିବର୍ତ୍ତନ ଯୋଗୁଁ ଏଠାରେ ମୃତ୍ୟୁବରଣ କରିଥିବା ଆଦିମାନବଙ୍କ କଙ୍କାଳ ପୃଥିବୀପୃଷ୍ଠରେ ଆଜିବି ରହିଛି ।

Leave A Reply

Your email address will not be published.