ଦେଶ ବିଦେଶ

ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ପାଇଁ ପୁଟିନ ଦାୟୀ : ବାଇଡେନ

ଜେଲରେ ବନ୍ଦୀ ଥିବା ରୁଷ ବିରୋଧୀ ଦଳ ନେତା ତଥା ପୁଟିନଙ୍କ ବଡ଼ ସମାଲୋଚକ ଆଲେକ୍ସି ନାଭାଲନିଙ୍କ ମୃତ୍ୟୁକୁ ନେଇ ହଟଚମଟ । ଆର୍କଟିକ୍ ଜେଲରେ ତାଙ୍କର ମୃତ୍ୟୁ ହୋଇଛି । ରୁଷର ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାସେ ଥିବା ବେଳେ ନାଭାଲନିଙ୍କ ମୃତ୍ୟୁକୁ ନେଇ ବଢ଼ିଛି ରହସ୍ୟ । ଜେଲ୍ ଅଧିକାରୀ ସୂଚନା ଦେଇଥିଲେ, ଆଲେକ୍ସି ବୁଲାବୁଲି କରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।

ନାଭାଲନିଙ୍କ ମୃତ୍ୟୁ ପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁଟିନ୍ ପ୍ରଶାସନ ତାଙ୍କୁ ହତ୍ୟା କରିଛି । ଏପରି ହେବ ବୋଲି ପୂର୍ବରୁ ଜଣାଥିଲା ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଉଛି । ନାଭାଲନିଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ ଦାୟୀ କରିଛନ୍ତି । ବାଇଡେନ କହିଛନ୍ତି, ନାଭାଲନିଙ୍କ ମୃତ୍ୟୁରେ ପୁଟିନ ଦାୟୀ । ସେ ଦୁର୍ନୀତି, ହିଂସା ଏବଂ ପୁଟିନ୍ ସରକାରଙ୍କ ସମସ୍ତ ଦୁର୍ନୀତି ବିରୋଧରେ ସାହସିକତାର ସହ ଠିଆ ହୋଇଥିଲେ । ବିଶ୍ୱବାସୀ ଏହି ଘଟଣାକୁ ନେଇ ମର୍ମାହତ ।

ରୁଷର ସବୁଠାରୁ ପ୍ରମୁଖ ବିରୋଧୀଦଳ ନେତା ତଥା ରାଷ୍ଟ୍ରପତି ପୁଟିନଙ୍କ ବଡ ସମାଲୋଚକ ଏଲେକ୍ସି । ଗତବର୍ଷ ଅଗଷ୍ଟ ମାସରେ ଏକ କୋର୍ଟ ତାଙ୍କୁ ୧୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଆଲେକ୍ସିଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ । ଏହା ଏକ ପ୍ରାୟୋଜିତ ହତ୍ୟା ବୋଲି ଚର୍ଚ୍ଚା ହେଉଛି ।

ସୂଚନା  ମୁତାବକ, ନାଭାଲନି ଶୁକ୍ରବାର ଯେତେବେଳେ ଜେଲରେ ବୁଲୁଥିଲେ, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ଏହା ବିଷୟରେ ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ହଠାତ୍‌ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ତୁରନ୍ତ ମେଡିକାଲ ଷ୍ଟାଫ୍‌ଙ୍କୁ ଡକାଯାଇଥିଲା । ହେଲେ ତାଙ୍କର ଚେତା ଫେରିପାରି ନ ଥିଲା ।

ଏହାପୂର୍ବରୁ ନାଭାଲନିଙ୍କୁ ନେଇ ଗୁଜବ ପ୍ରଚାରିତ ହୋଇଥିଲା କି, ତାଙ୍କୁ ୨୦୨୦ରେ ସାଇବେରିଆରେ ବିଷ ଦେଇ ମାରି ଦିଆଯାଇଛି । ଯଦିଓ ଏହି ବୟାନକୁ ରୁଷ୍‌ ସରକାର କେବଳ ଗୁଜବ ବୋଲି କହିଥିଲେ

 

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago