ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ପାଇଁ ପୁଟିନ ଦାୟୀ : ବାଇଡେନ
ନାଭାଲନିଙ୍କ ମୃତ୍ୟୁ ପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁଟିନ୍ ପ୍ରଶାସନ ତାଙ୍କୁ ହତ୍ୟା କରିଛି । ଏପରି ହେବ ବୋଲି ପୂର୍ବରୁ ଜଣାଥିଲା ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଉଛି । ନାଭାଲନିଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ ଦାୟୀ କରିଛନ୍ତି ।

ଜେଲରେ ବନ୍ଦୀ ଥିବା ରୁଷ ବିରୋଧୀ ଦଳ ନେତା ତଥା ପୁଟିନଙ୍କ ବଡ଼ ସମାଲୋଚକ ଆଲେକ୍ସି ନାଭାଲନିଙ୍କ ମୃତ୍ୟୁକୁ ନେଇ ହଟଚମଟ । ଆର୍କଟିକ୍ ଜେଲରେ ତାଙ୍କର ମୃତ୍ୟୁ ହୋଇଛି । ରୁଷର ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାସେ ଥିବା ବେଳେ ନାଭାଲନିଙ୍କ ମୃତ୍ୟୁକୁ ନେଇ ବଢ଼ିଛି ରହସ୍ୟ । ଜେଲ୍ ଅଧିକାରୀ ସୂଚନା ଦେଇଥିଲେ, ଆଲେକ୍ସି ବୁଲାବୁଲି କରୁଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।
ନାଭାଲନିଙ୍କ ମୃତ୍ୟୁ ପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ପୁଟିନ୍ ପ୍ରଶାସନ ତାଙ୍କୁ ହତ୍ୟା କରିଛି । ଏପରି ହେବ ବୋଲି ପୂର୍ବରୁ ଜଣାଥିଲା ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଉଛି । ନାଭାଲନିଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଟିନଙ୍କୁ ଦାୟୀ କରିଛନ୍ତି । ବାଇଡେନ କହିଛନ୍ତି, ନାଭାଲନିଙ୍କ ମୃତ୍ୟୁରେ ପୁଟିନ ଦାୟୀ । ସେ ଦୁର୍ନୀତି, ହିଂସା ଏବଂ ପୁଟିନ୍ ସରକାରଙ୍କ ସମସ୍ତ ଦୁର୍ନୀତି ବିରୋଧରେ ସାହସିକତାର ସହ ଠିଆ ହୋଇଥିଲେ । ବିଶ୍ୱବାସୀ ଏହି ଘଟଣାକୁ ନେଇ ମର୍ମାହତ ।
#WATCH | On the death of jailed Russian opposition figure and Kremlin critic Alexey Navalny, US President Joe Biden says, “…Putin is responsible for Navalny’s death. Putin is responsible…”
(Video source: Reuters) pic.twitter.com/6xpoKvAnA4
— ANI (@ANI) February 17, 2024
ରୁଷର ସବୁଠାରୁ ପ୍ରମୁଖ ବିରୋଧୀଦଳ ନେତା ତଥା ରାଷ୍ଟ୍ରପତି ପୁଟିନଙ୍କ ବଡ ସମାଲୋଚକ ଏଲେକ୍ସି । ଗତବର୍ଷ ଅଗଷ୍ଟ ମାସରେ ଏକ କୋର୍ଟ ତାଙ୍କୁ ୧୯ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଆଲେକ୍ସିଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ । ଏହା ଏକ ପ୍ରାୟୋଜିତ ହତ୍ୟା ବୋଲି ଚର୍ଚ୍ଚା ହେଉଛି ।
ସୂଚନା ମୁତାବକ, ନାଭାଲନି ଶୁକ୍ରବାର ଯେତେବେଳେ ଜେଲରେ ବୁଲୁଥିଲେ, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ଏହା ବିଷୟରେ ସେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ତୁରନ୍ତ ମେଡିକାଲ ଷ୍ଟାଫ୍ଙ୍କୁ ଡକାଯାଇଥିଲା । ହେଲେ ତାଙ୍କର ଚେତା ଫେରିପାରି ନ ଥିଲା ।
ଏହାପୂର୍ବରୁ ନାଭାଲନିଙ୍କୁ ନେଇ ଗୁଜବ ପ୍ରଚାରିତ ହୋଇଥିଲା କି, ତାଙ୍କୁ ୨୦୨୦ରେ ସାଇବେରିଆରେ ବିଷ ଦେଇ ମାରି ଦିଆଯାଇଛି । ଯଦିଓ ଏହି ବୟାନକୁ ରୁଷ୍ ସରକାର କେବଳ ଗୁଜବ ବୋଲି କହିଥିଲେ