Below header

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍‌, ୧୦ରୁ ଅଧିକ ଆହତ

ଓଲଟିଲା ଭ୍ୟାନ୍, ୧୦ରୁ ଅଧିକ ଶ୍ରମିକ ଆହତ। ସମ୍ବଲପୁର ହାତୀବାରି ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଅତି ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବଲପୁର (କେନ୍ୟୁଜ): ଓଲଟିଲା ଭ୍ୟାନ୍, ୧୦ରୁ ଅଧିକ ଶ୍ରମିକ ଆହତ । ସମ୍ବଲପୁର ହାତୀବାରି ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଅତି ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଭ୍ୟାନଟି ଶ୍ରମିକଙ୍କୁ ନେଇ ସମ୍ବଲପୁରରୁ ଯୁଯୁମୁରା ଯାଉଥିବବେଳେ ଭାରସାମ୍ୟ ହରାଇ ରାସ୍ତା ତଡ଼କୁ ଓଲଟି ପଡ଼ିଥିଲା । ଯାହାଫଳରେ ଏହି ଗାଡିରେ ଥିବା ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି  । ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.