ଘନ କୁହୁଡି ହେଲା କାଳ : ମୋ ବସକୁ ଧକ୍କା ଦେଲା ହାଇୱା, ୫ ଯାତ୍ରୀ ଗୁରୁତର

ଘନ କୁହୁଡି ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା । ମୋ ବସକୁ ଧକ୍କା ଦେଲା ହାଇୱା। ଭୁବନେଶ୍ୱର- କୋଣାର୍କ ମୁଖ୍ୟରାସ୍ତାର କାଜିପାଟଣ ଛକରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ମୋ ବସର ୫ ଯାତ୍ରୀ ଗୁରୁତର ହୋଇଛନ୍ତି ।

ଗୋପ (କେନ୍ୟୁଜ): ଘନ କୁହୁଡି ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା । ମୋ ବସକୁ ଧକ୍କା ଦେଲା ହାଇୱା। ଭୁବନେଶ୍ୱର- କୋଣାର୍କ ମୁଖ୍ୟରାସ୍ତାର କାଜିପାଟଣ ଛକରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ମୋ ବସର ୫ ଯାତ୍ରୀ ଗୁରୁତର ହୋଇଛନ୍ତି । ହାଇୱା ଡ୍ରାଇଭର ଗାଡ଼ି ଭିରରେ ଫସି ରହିଥିଲେ ।

ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୋ ବସ ଯାତ୍ରୀ ଓ ହାଇୱା ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଭୁବେଶ୍ବରଠାରୁ କୋଣାର୍କ ଅଭିମୁଖେ ଯାଉଥିଲା ମୋ ବସ୍ । ଏତିକିବେଳେ ନିମାପଡ଼ା ପଟରୁ ଦ୍ରୁତ ଗତିରେ ଯାଉଥିବା ହାଇୱା ଧକ୍କା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.