କାଳ ହେଲା ମୋବାଇଲ୍ ଗେମ୍ , ବେକ କାଟି ଦେଲେ ଯୁବକ
କାଳ ହେଲା ମୋବାଇଲ୍ ଗେମ୍ । ବେକ କାଟି ଦେଲେ ଯୁବକ । ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଜଣେ ଯୁବକ ବେକ କାଟି ଦେଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗାଁରେ ଏହି ଘଟଣା ଘଟିଛି ।
![mobile game](https://knewsodisha.com/wp-content/uploads/2020/12/mobile-game.jpg)
ଅନୁଗୁଳ (କେନ୍ୟୁଜ): କାଳ ହେଲା ମୋବାଇଲ୍ ଗେମ୍ । ବେକ କାଟି ଦେଲେ ଯୁବକ । ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଜଣେ ଯୁବକ ବେକ କାଟି ଦେଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗାଁରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ନାଁ ସୌମ୍ୟରଞ୍ଜନ ନାଏକ ।
ଅନଲାଇନ୍ ଗେମ୍ ଜନିତ ଆତ୍ମହତ୍ୟା ଘଟଣା ବଢିବା ପରେ କେନ୍ଦ୍ର ସରକାର ବ୍ଲୁ ହ୍ୱେଲ, ପବ୍ ଜି ଭଳି ଅନେକ ଗେମିଂ ଆପ୍କୁ ଦେଶରେ ବ୍ୟାନ୍ କରିଛନ୍ତି। ଏହାସତ୍ତ୍ୱେ ବିକଳ୍ପ ଗେମିଂ ଆପ୍ ସହଜରେ ଆସିଯାଉଥିବାରୁ ମୋବାଇଲ୍ ଗେମ୍ ପୁଣିଥରେ ମୃତ୍ୟୁର ପଞ୍ଝା ସାଜି ପିଲାଙ୍କଠୁ ଯୁବକଙ୍କ ନିକଟରେ ପହଞ୍ଚି ଯାଉଛି ।