Below header

କ୍ୟାବିନେଟ ବୈଠକ: ରାଜ୍ୟର ପ୍ରତି ପଞ୍ଚାୟତରେ ରହିବେ ଆକାଉଣ୍ଟାଣ୍ଟ ଡାଟା ଏଣ୍ଟ୍ରି ଅପରେଟର

ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଂଜୁରି ମିଳିଛି। ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ । ବାକି ୩୦% ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟରୁ ମନୋନୟନ ହେବେ ।

ଭୁବନେଶ୍ୱର (କେନ୍ୟୁଜ ): ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଂଜୁରି ମିଳିଛି। ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ । ବାକି ୩୦% ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟରୁ ମନୋନୟନ ହେବେ । ଗ୍ରାମପଂଚାୟତର ପ୍ରଶାସନିକ ନିୟନ୍ତ୍ରଣରେ ରହି ଏମାନେ କାର୍ଯ୍ୟ କରିବେ । ରାଜ୍ୟ କ୍ୟାବିନେଟ୍ ଏହି ନୂଆ ପଦବୀ ଓ ନିଯୁକ୍ତି ପଦ୍ଧତି ସହ ସେବା ସର୍ତ୍ତାବଳୀକୁ ଅନୁମୋଦନ କରିଛନ୍ତି ।

ପଂଚାୟତରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସହିତ ଜଡ଼ିତ ଥିବା ଗ୍ରାମ ରୋଜଗାର ସେବକଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ମୋଟ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟରର ୩୦% ପଦବୀରେ ସେମାନଙ୍କୁ ମନୋନୀତ କରାଯିବ । ବାକି ୭୦% ପଦବୀକୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.