Below header

ନିର୍ବାଚନ ପାଇଁ ବଡ଼ ସଜବାଜ, ଦିଲ୍ଲୀରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ନିର୍ବାଚନ ପାଇଁ ବିଜେପିର ବଡ଼ ସଜବାଜ । ଦିଲ୍ଲୀରେ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେଉଛି । ବୈଠକରେ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ବୈଠକ ହେଉଛି । ଏଥିରେ ସାମିଲ୍ ହେବାକୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆଜି ଦିନ ୧୧ଟାରୁ ଅପରାହ୍ଣ ୩ଟି ଯାଏ ଚାଲିବ ।

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ବିଜେପିର ବଡ଼ ସଜବାଜ । ଦିଲ୍ଲୀରେ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେଉଛି । ବୈଠକରେ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ବୈଠକ ହେଉଛି । ଏଥିରେ ସାମିଲ୍ ହେବାକୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆଜି ଦିନ ୧୧ଟାରୁ ଅପରାହ୍ଣ ୩ଟି ଯାଏ ଚାଲିବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପ୍ରମୁଖ ବିଜେପି ନେତାଙ୍କୁ ନିର୍ବାଚନ ଟାସ୍କ ଦେବେ । ରାଷ୍ଟ୍ରୀୟ ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନକୁ ସମ୍ବୋଧିତ କରିବେ। ସମସ୍ତ ନେତାଙ୍କୁ ନିର୍ବାଚନ ଜିତିବାର ମନ୍ତ୍ର ଦେବେ। ବିଜେପି ଓ RSSର ବରିଷ୍ଠ ନେତା ଓ ସଙ୍ଗଠକମାନେ ନେତାଙ୍କୁ ମାର୍ଗଦର୍ଶନ କରାଇବେ ।

ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେବାକୁ ଓଡ଼ିଶାରୁ ୨୮୮ ଜଣ ବିଜେପି ନେତା ଦିଲ୍ଲୀ ଯାଇଛନ୍ତି । ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ସାମିଲ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.