ଦେଶ ବିଦେଶ

୨ କୋଟିର ଆପାର୍ଟମେଣ୍ଟ କିଣିବାକୁ ପୁଣେରେ ଲାଗିଛି ଲମ୍ବା ଲାଇନ, ଗହଳିରେ ରୋଡ଼ ପୁରା ଜାମ୍‌

ଘର କିଣିବାକୁ ଚାହୁଁଛନ୍ତି କି ନା ଆପାର୍ଟମେଣ୍ଟ? ଏବେ ର ମହଙ୍ଗା ଯୁଗରେ ସବୁ ଜିନିଷର ଦରଦାମ ବଢ଼ିଗଲାଣି। ଖାସ କରି ସମ୍ପତ୍ତିର.. ଆଉ ଏମିତିରେ ଯଦି କମ ଦାମରେ ନିଜ ପାଇଁ ଗୋଟିଏ ଘର ମିଳିଯାଉଛି ତେବେ ବହୁତ ବଡ଼ ଓ ଭଲ କଥା। ଆଉ ଏହାର ସୁଯୋଗ ବ ସମସ୍ତେ ଉଠାଇବାକୁ ଦରକାର।କିନ୍ତୁ ସମସ୍ତଙ୍କ ଭାଗ୍ୟ ରେ ଏମିତି ସୁଯୋଗ ଆସିନଥାଏ। ତେଣୁ ଯେବେ ଆସୁଛି ତାହାର ଫାଇଦା ଉଠାଇବା ପାଇଁ ଏଠି ଲୋକ ମାନେ ଲମ୍ବା… ଲାଇନ କରି ଛିଡ଼ା ହୋଇଛନ୍ତି। କମ ଦାମରେ ଆପାର୍ଟମେଣ୍ଟ କିଣିବାକୁ ଏଠି ଘଣ୍ଟା ଘଣ୍ଟା ଧରି ଲାଇନରେ ପାଖାପାଖି ୨୦୦ରୁ ଅଧିକ ଲୋକ ଛିଡ଼ା ହୋଇଛନ୍ତି। ଆଉ ଏଥିରେ ୮ ଘଣ୍ଟା ଅପେକ୍ଷା କରିଛନ୍ତି।

ବଡ଼ ବଡ଼ ନାମିଦାମୀ ସହରରେ ଘର ଖଣ୍ଡେ କିଣି ରହିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ପୁଣେ , ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ସମ୍ପତ୍ତିର ଦାମ ତ ବର୍ଷକୁ ବର୍ଷ ବଢ଼ିବାକୁ ଲାଗୁଛି। ତଥାପି ଅନେକ ଲୋକ ଯେତେ କଷ୍ଟ ହେଲେ ବି ଘର କିଣିବାର ସୁଯୋଗକୁ ହାତ ଛଡ଼ା କରନ୍ତି ନାହିଁ। ଏହାରି ଭିତରେ ଏକ ବଢ଼ିଆ ଦୃଶ୍ୟ ସାମ୍ନାକୁ ଆସିଛି। ପୁଣେର ବାକଡ଼ ରେ ଲୋକମାନେ ଲମ୍ବା ଧାଡ଼ି କରି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ଦେଢ଼ କୋଟିରୁ ୨ କୋଟି ଯାଏ ନୁଆ ଆପାର୍ଟମେଣ୍ଟ କିଣିବା ପାଇଁ ଆଠ ଘଣ୍ଟା ଧରି ଛିଡ଼ା ହୋଇଛନ୍ତି। ଏହି ଭିଜୁଆଲକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

 

ଏହାକୁ Indian Tech and Infra ନାମକ ଟ୍ଵିଟର ହ୍ୟାଣ୍ହେଲରେ ପୋଷ୍ଟ କରାଯାଇଛି।ଏହା ପୁଣେରୁ ୧୫ କିଲୋମିଟର ଦୂର ବାକାଡ଼ ସହର ପାଖରେ ଦେଖିବାକୁ ମିଳିଛି। ତେବେ ଏହା ବ୍ୟତିତ ବାଙ୍ଗାଲୋରରେ ବି ସମ୍ପତ୍ତି ବିକ୍ରି ଏମିତି ହେଉଥିଲା ଯାହାର ଦାମ ୫ କୋଟିରୁ ଅଧିକ ଥିଲା।

କିଛି ଦିନରୁ ସୋସିଆଲ ମିଡ଼ିଆରେ ରିଏଲ ଇଷ୍ଟେଟ ପ୍ରମୁଖ ମୁଦ୍ଦା ହୋଇଗଲାଣି। ଆପାର୍ଟମେଣ୍ଟର ଅଧିକ ଭଡ଼ା ଓ ଘର ମାଲିକଙ୍କ ଭୁଲ ଦାବି କୁ ନେଇ ଅନେକ ପୋଷ୍ଟ କରାଯାଇଛି। ଯାହାକି ଭାଇରାଲ ହେଉଛି। ଆଜିର ମହଙ୍ଗା ଯୁଗରେ ଯଦି ଏଭଳି ସହର ମାନଙ୍କରେ ନିଜ ବଜେଟ ଭିତରେ ଘର କିଣିବା ପାଇଁ ସୁଯୋଗ ମିଳୁଛି ତେବେ କିଏ କାହିଁକି ହାତଛଡ଼ା କରିବ। ଆଉ ଆପାର୍ଟମେଣ୍ଟ କିଣିବା ବି ଅନେକଙ୍କ ପାଇଁ ସ୍ୱପ୍ନ ହୋଇଥାଏ। କମ ଟଙ୍କାରେ ଏମିତି ଅଫର ମିଳିଲେ ଲାଭ ଉଠାଇବା ନିହାତି ଦରକାର।

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

11 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

14 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

18 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

30 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

47 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago