ଟେକ୍

ଏବେ ଅନଲାଇନ ସପିଙ୍ଗରେ ଆଉ ଆସିବନି ଆଦୌ ଭୁଲ ଜିନିଷ,ଫ୍ଲିପକାର୍ଟ ଆଣୁଛି ବଢ଼ିଆ ସେଟିଙ୍ଗ

ଅନଲାଇନ ସପିଙ୍ଗ କରୁଛନ୍ତି କି ? ଅନେକ ଥର ଏମିତି ସପିଙ୍ଗ କରିବା ଦ୍ୱାରା ଭୁଲ ଜିନିଷ ଆସିଯାଏ, ଆଉ ଫେରେଇବା ସମୟରେ ବହୁତ ସମସ୍ୟା ହୋଇଥାଏ… ଆଜିକା ଦିନରେ ପ୍ରାୟ ଲୋକ ଆଉ ମାର୍କେଟକୁ ଯାଇ ଜିନିଷ କିଣନ୍ତି ନାହିଁ । ଅଧିକାଂଶ ଲୋକେ ଏବେ ଅନଲାଇନ ମାଧ୍ୟମରେ ଜିନିଷ କିଣି ଦିଅନ୍ତି । ଅନଲାଇନ ସାହାର୍ଯ୍ୟରେ ଜିନିଷ କିଣିବା ବେଳେ ମନରେ ପ୍ରାୟତଃ ଅନେକ ପ୍ରଶ୍ନ ଆସିଯାଏ। ଆପଣ ଅନେକ ଥର ଚିନ୍ତା କରନ୍ତି ଯେ, ଜିନିଷ କିପରି ହୋଇଥିବ, ଅର୍ଡର ହୋଇଥିବା ଜିନିଷ ହିଁ ଆସିବ ତ? କାରଣ ଅନେକ ଥର ଏପରି ହୁଏ ଯେ, ଲୋକେ ଗୋଟିଏ ଜିନିଷ ଅର୍ଡର କରନ୍ତି, କିନ୍ତୁ ଆଉ ଗୋଟିଏ ଜିନିଷ ଡେଲିଭେରୀ ହୁଏ ।

ବର୍ତ୍ତମାନ ଫ୍ଲିପକାର୍ଟ ଏଭଳି ଭୁଲକୁ ଅଟକାଇବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି । ଏହି ନୂଆଁ ଉପାୟକୁ ‘ବକ୍ସ ଡେଲିଭେରୀ’ କୁହାଯାଏ । ଏହି ଉପାୟରେ, ଆପଣଙ୍କ ଯିଏ ଡେଲିଭେରୀ ଏଜେଣ୍ଟ ସେ ଆପଣଙ୍କ ସାମ୍ମନାରେ ହି ପ୍ୟାକେଜ ଖୋଲିବେ ଏବଂ ଯାଞ୍ଚ କରିବେ ଯେ ଠିକ ଜିନିଷ ଡେଲିଭେରୀ ହୋଇଛି କି ନାହିଁ । ଯଦି ଆପଣଙ୍କୁ ଜିନିଷଟି ପସନ୍ଦ ଆସୁନି, ତେବେ ଆପଣ ଜିନିଷଟିକୁ ଫେରାଇ ପାରିବେ । ତେବେ ଏହି ଉପାୟକୁ ଆପଣାଇବାକୁ ହେଲେ ଆପଣଙ୍କୁ ଅନଲାଇନରେ ସପିଙ୍ଗ ପୂର୍ବରୁ ଏକ ସେଟିଙ୍ଗ କରିବାକୁ ପଡିବ ।

ଆପଣ ଯେତେବେଳେ ଫ୍ଲିପକାର୍ଟରେ କୌଣସି ଜିନିଷ ଅର୍ଡର କରିବେ, ତେବେ ଆପଣ ‘Open Box Delivery ’ ବିକଳ୍ପକୁ ଚୟନ କରିପାରିବେ । ଯଦି ଆପଣ ଏହି ବିକଳ୍ପ ଚୟନ କରୁଛନ୍ତି, ତେବେ ଡେଲିଭେରୀ ଏଜେଣ୍ଟ ଆପଣଙ୍କ ଘରକୁ ଆସି ଜିନିଷ ଦେବ । ଏହା ସହିତ ଆପଣଙ୍କ ସାମ୍ନାରେ ପ୍ୟାକେଜ ଖୋଲି ଯାଞ୍ଚ କରାଇବ । ଯଦି ଆପଣଙ୍କୁ ଜିନିଷ ପସନ୍ଦ ଆସିଲା ତେବେ ଗ୍ରହଣ କରିବେ, ନଚେତ ଜିନିଷକୁ ଫେରାଇ ପାରିବେ ।

ଯେତେବେଳେ ଆପଣ ଫ୍ଲିପକାର୍ଟରେ କୌଣସି ଜିନିଷ ଅର୍ଡର କରିବାକୁ ଯାଉଛନ୍ତି, ସେତେବେଳେ ପେମେଣ୍ଟ ପୃଷ୍ଠାରେ ‘Open Box Delivery ’ର ଅପସନ ଦେଖାଇବ । ଏହି ଅପ୍ସନକୁ ଚୟନ କରିବାକୁ ହେବ । ଏହି ଉପାୟକୁ ଆପଣାଇବା ଦ୍ୱାରା ଆପଣ ଠକାମିରୁ ବଞ୍ଚିତ ହୋଇପାରିବେ ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

1 hour ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

3 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

4 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

5 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

5 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

6 hours ago