ଦେଶ ବିଦେଶ

ତୁରନ୍ତ କୋଭିଡ ନିୟମ ମାନିବାକୁ IMA ର ପରାମର୍ଶ, ଜାରି ହେଲା ଆଡଭାଇଜରୀ

କରୋନା ସଂକ୍ରମଣ ମାମଲା ସମଗ୍ର ବିଶ୍ୱରେ ହୁହୁ ହୋଇ ବଢିବାରେ ଲାଗିଛି। ଚୀନ, ଜାପାନ ସମେତ ଅନେକ ଦେଶରେ ସ୍ଥିତି ବେଶ୍‌ ଖରାପ ରହିଛି। ଚୀନର ହସପିଟାଲରେ ଭେଣ୍ଟିଲେଟର ଅଭାବ ରହିଛି। ଚୀନରେ ଓମିକ୍ରନର ସବ ଭାରିଆଣ୍ଟ BF. 7 ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୪ ଜଣ ସଂକ୍ରମିତ ମିଳିଲେଣି। ଦୁଇଟି ମାମଲା ଗୁଜରାଟରେ ଠାବ ହୋଇଥିବା ବେଳେ ଆଉ ଗୋଟିଏ ମାମଲା ଓଡ଼ିଶାରେ ଠାବ ହୋଇଛି । ଭାରତରେ ସ୍ଥିତି ନିୟନ୍ତ୍ରଣ ଥିଲେ ବି ଏହାକୁ ନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। କରୋନା ସଂକଟ ମଧ୍ୟରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଆଡଭାଇଜାରୀ ଜାରି କରିଛି ।

IMA ର ଆଡଭାଇଜରୀ :

– ସାର୍ବଜନିନ ସ୍ଥାନ ମାସ୍କ ପିନ୍ଧିବା ଜରୁରୀ ।
– ସାମାଜିକ ଦୂରତା ବଜାୟ ରଖନ୍ତୁ ।
– ସାନିଟାଇଜର ଏବଂ ସାବୁନରେ ହାତ ଧୁଅନ୍ତୁ ।
– ରାଜନୈତିକ ଏବଂ ସାମାଜିକ ସଭାକୁ ଯାଆନ୍ତୁ ନାହିଁ ।
– ବିଦେଶ ଯାତ୍ରା କରନ୍ତୁ ନାହିଁ ।
– ଜ୍ୱର, ତଣ୍ଟି ଦରଜ, କାଶ ଏବଂ ତରଳ ଝାଡା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
– ଖୁବଶୀଘ୍ର କୋଭିଡ ଭ୍ୟାକସିନର ବୁଷ୍ଟର ଡୋଜ ନିଅନ୍ତୁ।

ଭାରତରେ ଗତ ୨୪ ଘଣ୍ଟାରେ ୧୪୫ ନୂଆ ମାମଲା ସାମ୍ନାକୁ ଆସିଛି। ଭାରତରେ ମଧ୍ୟ ୪ ଜଣ ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୫ ଲକ୍ଷ ୩୭ ହଜାର କେସ୍‌ ଚୀନ, ଜାପାନ, କୋରିଆ ଏବଂ ଆମେରିକାରେ ରେକର୍ଡ କରାଯାଇଛି ।

ଚୀନରେ ଶବ ସତ୍କାର ପାଇଁ ଅପେକ୍ଷା କରିବାକୁ ପଡୁଛି  । ଶେଷକୃତ୍ୟ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଲାଇନ୍‌ । ହସ୍ପିଟାଲରେ ବି ଦୟନୀୟ ସ୍ଥିତି । ବେଡ୍‌ ଉପରେ ପଡ଼ି ରହିଛି ମୃତଦେହ । ବିକଳ ଚିତ୍ର ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି । ବେଜିଂରେ ଦୁଇଟି ଶ୍ମଶାନ ଥିବାବେଳେ ଲୋକମାନେ ନିଜ ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ ଦିନ ଦିନ ଲାଇନ ଦେଉଛନ୍ତି ।

Swagatika

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 min ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago