ଫୋନ ତ ବ୍ୟବହାର କରୁଛନ୍ତି ହେଲେ ଜାଣିଛନ୍ତି ଏହାର ସ୍କ୍ରିନ୍ ପଛରେ କଣ ଅଛି ? ଦେଖନ୍ତୁ ଏହି ଭିଡିଓ

ଆପଣ ମାନେ ଫୋନ ତ ବ୍ୟବହାର କରୁଛନ୍ତି । ହେଲେ ଫୋନର ସ୍କ୍ରିନ ପଛରେ କଣ ଅଛି ଆମମାନଙ୍କ ମଧ୍ୟରୁ କେତେ ଜଣ ପ୍ରକୃତରେ ଚିନ୍ତା କରିଛନ୍ତି ? କଣ ଜାଣନ୍ତି ଗୋଟିଏ ଫୋନ୍ ତିଆରି କରିବା ପାଇଁ କେଉଁ କେଉଁ ସାମଗ୍ରୀର ବ୍ୟବହାର କରାଯାଇଥାଏ ? ତେବେ ଏହାର ପତ୍ତା ଲଗାଇବା ପାଇଁ ଏକ ପରୀକ୍ଷଣ କରିଥିଲେ ବ୍ରିଟିଶ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ । ଆଉ ଏହି ପରୀକ୍ଷା ପାଇଁ ଗୋଟିଏ ଫୋନକୁ ଏକ ବ୍ଲେଣ୍ଡରରେ ପକାଇଥିଲେ । ତେବେ ଜାଣନ୍ତି କଣ ହେଲା ଏହାପରେ ।

ବ୍ଲେଣ୍ଡରରେ ପକାଇବା ପରେ ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏହି ମୋବାଇଲ୍ ଟି । ଆଉ ଫୋନକୁ ତିଆରି କରିବାରେ କେଉଁ କେଉଁ ଦୁର୍ଲଭ ସାମଗ୍ରୀ ବ୍ୟବହାର କରାଯାଇଛି ଜାଣିବା ପାଇଁ ଏହି ଅଂଶର ରାସାୟନିକ ବିଶ୍ଲେଷଣ କରିଥିଲେ । ଏହି ପରୀକ୍ଷଣ ପାଇଁ ସେମାନେ ଖଣ୍ଡ ଖଣ୍ଡ ହୋଇଥିବା ଫୋନରେ ୫୦୦ ଡିଗ୍ରୀ ସେଲସିୟସରେ ଶକ୍ତିଶାଳୀ ଅକ୍ସିଡାଇଜର୍ ଏବଂ ସୋଡିୟମ୍ ପେରକ୍ସାଇଡ୍ ମିଶାଇଥିଲେ । ତେବେ ଏହାର ସଠିକ୍ ରାସାୟନିକ୍ ସାମଗ୍ରୀ ନିର୍ଦ୍ଧାରଣ କରିବା ପାଇଁ ଏସିଡରେ ପକାଇଥିଲେ ।

କଣ ମିଳିଲା :

ଏହି ପରୀକ୍ଷଣରୁ ଜଣା ପଡିଲା ଗୋଟିଏ ଫୋନରେ ୩୩ ଗ୍ରାମ୍ ଆଇରନ୍, ୧୩ ଗ୍ରାମ୍ ସିଲିକନ୍, ୭ ଗ୍ରାମ୍ କ୍ରୋମିୟମ, ୯୦ ମିଲିଗ୍ରାମ୍ ସିଲଭର୍ ଏବଂ ୩୬ ମିଲିଗ୍ରାମ୍ ସୁନା ରହିଛି । ଏହା ବ୍ୟତୀତ ଫୋନରେ କିଛି ପରିମାଣର କ୍ରିଟିକାଲ୍ ଏଲିମେଂଟ୍ ମଧ୍ୟ ମିଳିଲା । ଯେଉଁଥିରେ ରହିଛି ୯୦୦ ମିଲିଗ୍ରାମ୍ ଟଙ୍ଗଷ୍ଟନ୍, ୭୦ ମିଲିଗ୍ରାମ୍ କୋବାଲ୍ଟ ଏବଂ ମୋଲିବ୍ଡେନମ୍ , ୧୬୦ ମିଲିଗ୍ରାମ୍ ନିଓଡିମିୟମ ଏବଂ ୩୦ ମିଲିଗ୍ରାମ୍ ପ୍ରାସୋଡିୟମ୍ ରହିଛି ।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 seconds ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

17 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

32 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

45 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

45 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago